ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରଗଡ଼ ଲୋକସଭା ଟିକେଟ ନମିଳିବାକୁ ନେଇ କ୍ଷୁବ୍ଧ ବରିଷ୍ଠ ନେତା ସୁବାସ ଚୌହାନ ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି। ସେ ଆସନ୍ତାକାଲି ନିଜର ସମର୍ଥକମାନଙ୍କ ସହ ବିଜେଡିରେ ସାମିଲ ହେବେ ବୋଲି ସୂଚନା ମିଳିଛି। ଶ୍ରୀ ଚୌହାନ ବିଜେଡିରେ ସାମିଲ ହେବା ବରଗଡ଼ ଜିଲ୍ଲାରେ ବିଜେପି ପାଇଁ ଶକ୍ତ ଧକ୍କା ହେବ ବୋଲି କୁହାଯାଉଛି।
ସୂଚନାଯୋଗ୍ୟ, ବିଜେପିର ଅନ୍ୟତମ ବରିଷ୍ଠ ନେତା ରାଜକିଶୋର ଦାସ ବିଜେପି ଛାଡ଼ି ଗତକାଲି ବିଜେଡିରେ ସାମିଲ ହୋଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Sports
ଭାରତୀୟ ଖୋ ଖୋ ଟିମ୍ର ପ୍ରାୟୋଜକ ହେବ ଓଡ଼ିଶା
ଆଗାମୀ ୩ ବର୍ଷ ପାଇଁ ଜାତୀୟ ‘ଖୋ ଖୋ’ ଟିମକୁ ସ୍ପନସର କରିବେ ଓଡିଶା ସରକାର। ୨୦୨୫ ଜାନୁଆରୀରୁ ୨୦୨୭ ଡିସେମ୍ବର ପର୍ଯ୍ୟନ୍ତ ବର୍ଷକୁ ୫ କୋଟି ଟଙ୍କା ଲେଖାଏଁ ସମୁଦାୟ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ।
Miscellaneous
୪ ମାସ ଆଗରୁ ବିଦା ହେଲେ ପାଣ୍ଡିଆନଙ୍କ ବାନ୍ଧବୀ ସାଗରିକା
୧୯୯୯ ବ୍ୟାଚ୍ ଆଇଆରପିଏସ୍ ଅଫିସର ସାଗରିକାଙ୍କୁ ଗତ ଡିସେମ୍ବର ୩୧ତାରିଖରେ ଓଡ଼ିଶା ଛାଡ଼ି କେନ୍ଦ୍ର ସରକାରରେ ନିଜର ସେବା ଦେବା ପାଇଁ ଫେରିଯାଇଛନ୍ତି।
Politics
କାହା ସୁରକ୍ଷାରେ ଅଛନ୍ତି ପାଣ୍ଡିଆନଙ୍କ ଅଫିସର ଟିମ୍, କାହିଁକି ବଦଳୁନି ବିଭାଗ: ସିଏମଓରେ ୬ମାସ ତିଷ୍ଠି ପାରିଲେନି ଡାକୁଆ
ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇଥିବା ୨୦୧୧ ବ୍ୟାଚ୍ ଓଡ଼ିଆ ଆଇଏଏସ୍ ଅରିନ୍ଦମ ଡାକୁଆ ୬ମାସ ବି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମଓ)ରେ ତିଷ୍ଠି ପାରିଲେ ନାହିଁ। ଶ୍ରୀ ଡାକୁଆଙ୍କୁ କାହିଁକି ବଦଳି କରାଗଲା ଓ ତାଙ୍କ ବଦଳି ପଛରେ କେଉଁ ଅଦୃଶ୍ୟ କାରଣ ରହିଛି ତାକୁ ନେଇ ନାନାଦି ଚର୍ଚ୍ଚା ଲାଗି ରହିଛି ।
Politics
ନବୀନଙ୍କ ବିଲ ବୁଲା ବେଳେ ଚାଷୀଙ୍କ କାନ୍ଦକୁ ନେଇ ଉଠିଲା ପ୍ରଶ୍ନ, ସୋଶାଲ ମିଡିଆରେ କରାଯାଉଛି ଟ୍ରୋଲ
ଯେଉଁ ନବୀନ ମୁଖ୍ୟମନ୍ତ୍ରୀ ପଦରେ ଥିବାବେଳେ ଚାଷୀଙ୍କ ଦୁଃଖ ଶୁଣିବାକୁ ଯାଉ ନଥିଲେ, ଏବେ ହଠାତ୍ ତାଙ୍କର ଚାଷୀ ପ୍ରୀତିକୁ ନେଇ ପ୍ରଶ୍ନ ଉଠିଛି।
Miscellaneous
ବୁଲୁଛି ହେଲିକପ୍ଟର, ଆଶଙ୍କାରେ ଲୋକେ!
ଅତି ନିକଟରେ ହେଲିକେପ୍ଟର ବୁଲୁଥିବାରୁ ସ୍ଥାନୀୟ ଲୋକ ବିଭିନ୍ନ ଆଶଙ୍କାରେ ଅଛନ୍ତି। ଅନ୍ୟପଟେ ଜିଲ୍ଲା ପ୍ରଶାସନ ପାଖରେ ଏନେଇ କୌଣସି ସୂଚନା ନଥିବା ଜଣାପଡ଼ିଛି।