୨୬୨୬ ବିଦେଶ ଫେରନ୍ତା ପଞ୍ଜିକୃତ, ଗାଁ’ରେ ୭୧୭୬ଟି ଅସ୍ଥାୟୀ ଚିକିତ୍ସା ଶିବିର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଭାଇରସକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିଥିବା ରାଜ୍ୟ ସରକାର ଏହାର ମୁକାବିଲା ପାଇଁ ବ୍ୟାପକ ସ୍ତରରେ ପ୍ରସ୍ତୁତି କରିଛନ୍ତି। ବିଦେଶ ଫେରନ୍ତା ପଞ୍ଜିକୃତ ୨୬୨୬ଜଣଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରଖାଯାଇଥିବାବେଳେ ଭବିଷ୍ୟତରେ ସ୍ଥିତି ମୁକାବିଲା ପାଇଁ ଗ୍ରାମାଞ୍ଚଳରେ ୭୧୬୬ଟି ଅସ୍ଥାୟୀ ଚିକିତ୍ସା ଶିବିର ସ୍ଥାପନ କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ସରକାରଙ୍କ ମୁଖପାତ୍ର ତଥା ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତୋ ବାଗଚୀ କହିଛନ୍ତି ଯେ, ଗତ ୨୪ଘଣ୍ଟା […]

909-1

909-1

Tapas Behera
  • Published: Thursday, 19 March 2020
  • Updated: 19 March 2020, 09:24 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଭାଇରସକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିଥିବା ରାଜ୍ୟ ସରକାର ଏହାର ମୁକାବିଲା ପାଇଁ ବ୍ୟାପକ ସ୍ତରରେ ପ୍ରସ୍ତୁତି କରିଛନ୍ତି। ବିଦେଶ ଫେରନ୍ତା ପଞ୍ଜିକୃତ ୨୬୨୬ଜଣଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରଖାଯାଇଥିବାବେଳେ ଭବିଷ୍ୟତରେ ସ୍ଥିତି ମୁକାବିଲା ପାଇଁ ଗ୍ରାମାଞ୍ଚଳରେ ୭୧୬୬ଟି ଅସ୍ଥାୟୀ ଚିକିତ୍ସା ଶିବିର ସ୍ଥାପନ କରାଯାଇଛି।
ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ସରକାରଙ୍କ ମୁଖପାତ୍ର ତଥା ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତୋ ବାଗଚୀ କହିଛନ୍ତି ଯେ, ଗତ ୨୪ଘଣ୍ଟା ମଧ୍ୟରେ ୧୦୪ ହେଲପଲାଇନକୁ ୧୨,୨୬୮ଟି କଲ୍ ଆସିଛି। ୧୦୯ଟି ଦେଶରୁ ଓଡ଼ିଶା ଫେରିଥିବା ୨୬୨୬ଜଣ ପଞ୍ଜିକୃତ ହୋଇଛନ୍ତି। ଏଥିରେ ସମସ୍ତ ଜିଲ୍ଲାର ବାସିନ୍ଦା ସାମିଲ ଅଛନ୍ତି। ସେମାନେ ସମସ୍ତଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରଖାଯାଇଛି। ଆଜିସୁଦ୍ଧା ୬୧ଟି ନମୂନା ପରୀକ୍ଷା କରାଯାଇଛି। ସେଥିରେ ୬୦ଟି ନମୂନା ନେଗେଟିଭ୍ ଥିବାବେଳେ ଗୋଟିଏ ପଜେଟିଭ୍ ଚିହ୍ନଟ ହୋଇଛି। ପଜେଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତି ଏବେ ସୁସ୍ଥ ଅଛନ୍ତି ଓ ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁଛି। ଗତକାଲି ୫ଟି ନମୂନା ପରୀକ୍ଷା କରାଯାଇଥିଲା ଓ ସେସବୁ ନେଗେଟିଭ୍ ଅଛି। ଆଜିସୁଦ୍ଧା ବିଭିନ୍ନ ହସ୍ପିଟାଲରେ ୨୩ଜଣ ବ୍ୟକ୍ତିଙ୍କୁ ଆଇସୋଲେସନ୍ ୱାର୍ଡରେ ରଖାଯାଇଛି।

ରାଜ୍ୟ ସରକାର ପ୍ରତିଷେଧକମୂଳକ ପଦକ୍ଷେପ ସ୍ୱରୂପ ସମସ୍ତ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ମେଡିକାଲ କଲେଜ ହସ୍ପିଟାଲଗୁଡ଼ିକର ଆଇସୋଲେସନ୍ ବେଡ୍ ସଂଖ୍ୟାକୁ ୩୧୮୩କୁ ବୃଦ୍ଧି କରିଛନ୍ତି । ଏସବୁ ବେଡ୍ ଏବେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ।
ସେହିପରି ସହରାଞ୍ଚଳରେ ୪୫୦ଟି କୋଠା ଚିହ୍ନଟ କରାଯାଇଛି,ଯେଉଁଥିରେ ୫୧,୧୬୦ଜଣ ବ୍ୟକ୍ତିଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରଖାଯାଇପାରିବ। ସେହିପରି ଗାଁ ଗହଳିରେ ଲୋକଙ୍କୁ ତ୍ୱରିତ୍ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ରାଜ୍ୟର ୬୭୯୮ଟି ପଞ୍ଚାୟତର ୭୧୭୬ଟି ଅସ୍ଥାୟୀ ଚିକିତ୍ସା ଶିବିର ସ୍ଥାପନ କରାଯାଇଛି। ଯାହାଫଳରେ ବେଡ୍ ସଂଖ୍ୟା ୪ଲକ୍ଷ ୨୨ହଜାର ୪୨୬କୁ ବୃଦ୍ଧି ପାଇଛି।
ଆଜି ରାଜ୍ୟର ସମସ୍ତ ୬୭୯୮ଟି ପଞ୍ଚାୟତରେ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା ଓ ଏଥିରେ ୨.୩୭ଲକ୍ଷ ପଞ୍ଚାୟତିରାଜ ପ୍ରତିନିଧିମାନେ ଯୋଗ ଦେଇଥିଲେ।
ରାଜ୍ୟ ସରକାର ସବୁଦୃଷ୍ଟିରୁ ବିଚାର କରି ସମସ୍ତ ମନ୍ଦିର, ମସଜିଦ୍‌, ଗୀର୍ଜା ଓ ଗୁରୁଦ୍ୱାରଗୁଡ଼ିକରେ ସର୍ବସାଧାରଣଙ୍କ ପ୍ରବେଶକୁ ମାର୍ଚ୍ଚ ୨୦ରୁ ୩୧ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏହି ଅବଧି ମଧ୍ୟରେ ଧାର୍ମିକ ରୀତିନୀତି ଯଥାରୀତି ଜାରି ରହିବ।

ସେହିପରି ଦ୍ରବ୍ୟ ଓ ସାମଗ୍ରୀ ନେଇ ଚଳାଚଳ କରୁଥିବା ବସ୍ , ଟ୍ରେନ ଓ ଗାଡ଼ିଗୁଡ଼ିକୁ ରାଜ୍ୟ ଭିତରେ କିମ୍ବା ଆନ୍ତଃରାଜ୍ୟ ସୀମାରେ ଚେକିଂ କରାଯିବ ନାହିଁ। ଜିଲ୍ଲା ମୁଖ୍ୟାଳୟରେ ଥିବା ଜେଲରେ ଇ-ମୁଲାକାତ୍ ବ୍ୟବସ୍ଥା କରିବା ସରକାର ନିଷ୍ପତ୍ତି ନେଇଛନ୍ତି।
ସେହିପରି ରାଜ୍ୟ ସରକାର ଟୋଲ୍ ଫ୍ରି ନମ୍ବର-୧୦୪ ଓ ୱେବସାଇଟରେ ପଞ୍ଜିକରଣ ବ୍ୟବସ୍ଥାରେ ସୁଧାର ପାଇଁ ଏବେ ବ୍ୟାପକ ପଦକ୍ଷେପ ନେଇଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ଦାୟିତ୍ୱରେ ଥିବା ଆଇଏଏସ୍ କ୍ରିଷ୍ଣନ କୁମାର କହିଛନ୍ତି ଯେ, ୧୦୪ ହେଲପଲାଇନ ନମ୍ବର ୧୨,୨୬୮ଟି କଲ୍ ଆସିଛି। ଫୋନ୍ ଅଧିକ ଆସୁଥିବାରୁ ଏହାର ବିସ୍ତାର କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ଫୋନ୍ କଲ ରିସିଭ୍ କରିବା ପାଇଁ ୧୫୦ଜଣ କର୍ମଚାରୀ ଓ ପରାମର୍ଶଦେବା ପାଇଁ ଡାକ୍ତର ସରୋଜ କୁମାର ନାୟକଙ୍କ ସମେତ ମୋଟ ୧୫ଜଣ ଡାକ୍ତରଙ୍କୁ ୩ଟି ସିଫ୍ଟରେ କାମ କରୁଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୧୫୦ଜଣ କର୍ମଚାରୀ ଓ ୧୫ଜଣ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ। ଯେଉଁମାନେ ଅନଲାଇନରେ ପଞ୍ଜିକରଣ କରୁଛନ୍ତି ସେମାନଙ୍କ ପାଇଁ ୭ଜଣ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଟେଲିଫୋନ୍ ନମ୍ବରକୁ ଫୋନ୍ କରୁଥିବା ବ୍ୟକ୍ତିଙ୍କୁ ଡାକ୍ତରମାନେ ଆବଶ୍ୟକ ପରାମର୍ଶ ଦେଇପାରିବେ। ସେହିପରି ହୋମ୍ କ୍ୱାରେଣ୍ଟାଇନରେ ରହିଥିବା ବ୍ୟକ୍ତିମାନଙ୍କୁ ଦିନକୁ ଦୁଇଥର ଫୋନ୍ ଓ ସନ୍ଦେଶ ପଠାଇବାର ବ୍ୟବସ୍ଥା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos