ଓଡ଼ିଶା କରୋନା ରୋଗୀଙ୍କ ଅବସ୍ଥା ସ୍ଥିର, ୩୨ଟି ସାମ୍ପଲରୁ ୩୧ଟି ନେଗେଟିଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଚିହ୍ନଟ ହୋଇଥିବା ପ୍ରଥମ କରୋନା ରୋଗୀଙ୍କ ଅବସ୍ଥା ସ୍ଥିର ଅଛି। କରୋନା ନେଇ ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚି ଆଜି ଏନେଇ ସୂଚନା ଦେଇଛନ୍ତି । ସଂପୃକ୍ତ ବ୍ୟକ୍ତିଙ୍କ ଚିକିତ୍ସା ଚାଲିଛି।  ସେ ସୁସ୍ଥ ଅଛନ୍ତି ବୋଲି ସୁବ୍ରତ ବାଗଚି କରିଛନ୍ତି। ସମ୍ପୃକ୍ତ ବ୍ୟକ୍ତି ଜଣକ ଇଟାଲିରୁ ଫେରିଥିଲେ। ସୁବ୍ରତ ବାଗଚୀ ଆହୁରି କହିଛନ୍ତି ଯେ, କରୋନାରେ ଗତକାଲି ଦେଶରେ ୧୧୫ ଆକ୍ରାନ୍ତ ଥିଲେ, ଆଜି ୧୨୬କୁ ବୃଦ୍ଧି ହୋଇଛି। ଦେଶରେ […]

890-1

Tapas Behera
  • Published: Tuesday, 17 March 2020
  • , Updated: 17 March 2020, 05:52 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଚିହ୍ନଟ ହୋଇଥିବା ପ୍ରଥମ କରୋନା ରୋଗୀଙ୍କ ଅବସ୍ଥା ସ୍ଥିର ଅଛି। କରୋନା ନେଇ ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚି ଆଜି ଏନେଇ ସୂଚନା ଦେଇଛନ୍ତି । ସଂପୃକ୍ତ ବ୍ୟକ୍ତିଙ୍କ ଚିକିତ୍ସା ଚାଲିଛି।  ସେ ସୁସ୍ଥ ଅଛନ୍ତି ବୋଲି ସୁବ୍ରତ ବାଗଚି କରିଛନ୍ତି। ସମ୍ପୃକ୍ତ ବ୍ୟକ୍ତି ଜଣକ ଇଟାଲିରୁ ଫେରିଥିଲେ। ସୁବ୍ରତ ବାଗଚୀ ଆହୁରି କହିଛନ୍ତି ଯେ, କରୋନାରେ ଗତକାଲି ଦେଶରେ ୧୧୫ ଆକ୍ରାନ୍ତ ଥିଲେ, ଆଜି ୧୨୬କୁ ବୃଦ୍ଧି ହୋଇଛି। ଦେଶରେ ଗତକାଲି ସୁଦ୍ଧା ୨ ଜଣଙ୍କ ମୃତ୍ୟୁ ଘଟିଥିଲା।  ଆଜି ଆଉ ଜଣଙ୍କ ମୃତ୍ୟୁ ଘଟିଛି।

ଗତକାଲି ଏହା ୧୫୭ ଦେଶରେ ଥିଲା। ଆଜି ୧୬୨ ଦେଶକୁ ବୃଦ୍ଧି ପାଇଛି। ଗତକାଲି ୧, ୭୦, ୧୮୭ ଜଣ ଆକ୍ରାନ୍ତ ହୋଇ ଥିଲେ। ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୧, ୮୩, ୧୧୬କୁ ବୃଦ୍ଧି ପାଇଛି। ୯ ବର୍ଷରୁ କମ କୌଣସି ଆକ୍ରାନ୍ତଙ୍କ ଏଯାଏ ମୃତ୍ୟୁ ଘଟିନାହିଁ। ଓଡ଼ିଶାରେ ମୋଟ ୩୨ ଜଣଙ୍କ ସାମ୍ପଲ ଟେଷ୍ଟ କରାଯାଇଥିଲା।

୩୨ଟି ସାମ୍ପଲରୁ ୩୧ଟି ନେଗେଟିଭ, ଜଣେ ମାତ୍ର ପଜିଟିଭ ଚିହ୍ନଟ ହୋଇଛନ୍ତି। ସଂପୃକ୍ତ କରୋନା ବ୍ୟକ୍ତିଙ୍କ ଚିକିତ୍ସା ଚାଲିଛି। ସେ ସୁସ୍ଥ ଅଛନ୍ତି ବୋଲି ବାଗଚୀ କହିଛନ୍ତି। କରୋନା ପାଇଁ ଉର୍ଦ୍ଦିଷ୍ଟ ୧୦୪ ହେଲପଲାଇନ୍‌ ନମ୍ବର ପାଇଁ ଡ. କ୍ରିଷନ କୁମାରଙ୍କୁ ଦାୟିତ୍ୱ ଦିଆଯାଇଛି। ଏଯାଏ ମୋଟ ୧୨୩୯ ଜଣ ବିଦେଶାଗତ ରେଜିଷ୍ଟ୍ରେସନ କରିଛନ୍ତି। ୧୦୪ ନମ୍ବରରେ ୫୫୪, ୱେବସାଇଟରେ ୬୮୫ ରେଜିଷ୍ଟ୍ରି କରିଛନ୍ତି।

Related story