ବିଳମ୍ବରେ ବିଦ୍ୟୁତ ବିଲ୍ ପୈଠ କଲେ ବି ମିଳିବ ରିହାତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣ ରୋକିବା ପାଇଁ ଦେଶବ୍ୟାପୀ ଲକଡାଉନ୍ ଲାଗୁ ହୋଇଥିବାବେଳେ ବିଦ୍ୟୁତ ଉପଭୋକ୍ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଶ୍ୱସ୍ତି ମିଳିଛି। ଉଭୟ କ୍ଷୁଦ୍ର ଶିଳ୍ପ ସଂସ୍ଥା ଓ ଘରୋଇ ଉପଭୋକ୍ତାମାନଙ୍କୁ ଏହି ରିହାତି ମିଳିବ। ଲକଡାଉନ୍ ଯୋଗୁ ମାର୍ଚ୍ଚ ମାସରେ ବିଦ୍ୟୁତ ଦେୟ ପୈଠ କରିପାରିନଥିବା ଉପଭୋକ୍ତାମାନେ ଏବେ ଲକଡାଉନ୍ ଅବଧି ହଟିବାପରେ ନିଜର ବିଦ୍ୟୁତ୍ ବିଲ୍ ପୈଠ କରି ଆବଶ୍ୟକ ରିହାତି ପାଇପାରିବେ। ଶକ୍ତି ବିଭାଗର ଅତିରିକ୍ତ ସଚିବ ପ୍ରଦୀପ୍ତ […]

cesu-planed-to-surprise-visit-in-bhubaneswar

Tapas Behera
  • Published: Thursday, 09 April 2020
  • , Updated: 09 April 2020, 06:48 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣ ରୋକିବା ପାଇଁ ଦେଶବ୍ୟାପୀ ଲକଡାଉନ୍ ଲାଗୁ ହୋଇଥିବାବେଳେ ବିଦ୍ୟୁତ ଉପଭୋକ୍ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଶ୍ୱସ୍ତି ମିଳିଛି। ଉଭୟ କ୍ଷୁଦ୍ର ଶିଳ୍ପ ସଂସ୍ଥା ଓ ଘରୋଇ ଉପଭୋକ୍ତାମାନଙ୍କୁ ଏହି ରିହାତି ମିଳିବ। ଲକଡାଉନ୍ ଯୋଗୁ ମାର୍ଚ୍ଚ ମାସରେ ବିଦ୍ୟୁତ ଦେୟ ପୈଠ କରିପାରିନଥିବା ଉପଭୋକ୍ତାମାନେ ଏବେ ଲକଡାଉନ୍ ଅବଧି ହଟିବାପରେ ନିଜର ବିଦ୍ୟୁତ୍ ବିଲ୍ ପୈଠ କରି ଆବଶ୍ୟକ ରିହାତି ପାଇପାରିବେ।

ଶକ୍ତି ବିଭାଗର ଅତିରିକ୍ତ ସଚିବ ପ୍ରଦୀପ୍ତ କିଶୋର ଶତପଥୀ ଗ୍ରୀଡକୋ ସମେତ ସେସୁ,ସାଉଥକୋ,ନେସ୍କୋ ଓ ୱେସ୍କୋ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି କହିଛନ୍ତି ଯେ, ଲକଡାଉନ୍ ଯୋଗୁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ କ୍ଷୁଦ୍ର ଶିଳ୍ପ ସଂସ୍ଥା ଓ ଘରୋଇ ବିଦ୍ୟୁତ ଉପଭୋକ୍ତାଙ୍କ ବିଦ୍ୟୁତ୍ ଦେୟ ପୈଠ ଉପରେ ସ୍ୱତନ୍ତ୍ର ରିହାତି ଦେଇଛନ୍ତି। ଲକଡାଉନ୍ ଅବଧି ସରିବା ପରେ ବି ଗ୍ରାହକମାନେ ନିଜର ବିଦ୍ୟୁତ ଦେୟ ପୈଠ କରି ବିଲ ଉପରେ ପାଉଥିବା ରିହାତି ପାଇପାରିବେ। ସେମାନଙ୍କ ଦେୟ ଉପରେ କୌଣସି ସୁଧ ଦେବାକୁ ପଡ଼ିବ ନାହିଁ।

ସୂଚନାଯୋଗ୍ୟ, ଲକଡାଉନ୍ ଅବଧି ଏପ୍ରିଲ ୧୪ରେ ଶେଷ ହେବାର ଥିବାବେଳେ ୧୫ତାରିଖ ସୁଦ୍ଧା ବିଦ୍ୟୁତ ଦେୟ ପୈଠ କରି ରିହାତି ସୁବିଧା ଉଠାଇବାକୁ କୁହାଯାଇଥିଲା। ମାତ୍ର ଏବେ ଲକଡାଉନ୍ ଅବଧି ଏପ୍ରିଲ ୩୦ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇଥିବାରୁ ଉପଭୋକ୍ତାମାନେ ଅନୁରୂପ ଭାବେ ମଇ ୧ତାରିଖ ସୁଦ୍ଧା ନିଜର ମାର୍ଚ୍ଚ ମାସର ବିଦ୍ୟୁତ ଦେୟ ପୈଠ କରି ବିଲ୍ ଉପରେ ରିହାତି ନେଇପାରିବେ ବୋଲି ଜଣାପଡ଼ିଛି।

Related story