ନିଜ ରେକର୍ଡ ଭାଙ୍ଗିବା ପାଇଁ ସୁଦର୍ଶନଙ୍କ ପ୍ରୟାସ

ପୁରୀ(ଓଡ଼ିଶା ରିପୋର୍ଟର): ନିଜ ରେକର୍ଡକୁ ନିଜେ ଭାଙ୍ଗିବା ପାଇଁ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଆଉ ଏକ ପ୍ରୟାସ ଆରମ୍ଭ କରିଛନ୍ତି। ପୁରୀ ବେଳାଭୂମିରେ ତିଆରି କରିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିରାଟ ପ୍ରତିକୃତି। ଯାହାର ଉଚ୍ଚତା ରହିଛି ୩୦ ଫୁଟ୍‌।  ୭ଶହ ଟନ୍ ଝୁରାବାଲିରେ ସେ ଏହି ବାଲୁକା କଳା ନିର୍ମାଣ କରିଛନ୍ତି।

ଗତ ୨୦୧୩ ମସିହାରେ ପୁରୀ ବେଳାଭୂମିରେ ସେ ମହାପ୍ରଭୁ ଜଗନ୍ନାଥଙ୍କ ୨୫ ଫୁଟ ଉଚ୍ଚର ବାଲୁକା କଳା ନିର୍ମାଣ କରିଥିଲେ।  ଯାହା ବିଶ୍ୱ ରେକର୍ଡ ହୋଇଥିଲା। ଏହି ରେକର୍ଡକୁ ଭାଙ୍ଗିବା ପାଇଁ ସେ ନୂଆବର୍ଷ ଅବସରରେ ୩୦ ଫୁଟ ଉଚ୍ଚର ଏହି ବାଲୁକା କଳା ନିର୍ମାଣ କରିଛନ୍ତି।