ରାଜ୍ୟରେ ବଢ଼ୁଛି ଆତ୍ମହତ୍ୟା, ବର୍ଷକୁ ହାରାହାରି ୫ହଜାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପ୍ରତିମାସରେ ହାରାହାରି ୪୦୦ଜଣ ବ୍ୟକ୍ତି ବିଭିନ୍ନ କାରଣରୁ ଆତ୍ମହତ୍ୟା କରୁଛନ୍ତି । ଗତ ୫ବର୍ଷ ମଧ୍ୟରେ ମୋଟ ୨୪୩୬୫ଜଣ ଆତ୍ମହତ୍ୟା କରିଛନ୍ତି । ସେହିପରି ୫ବର୍ଷ ମଧ୍ୟରେ ପୁଲିସ ହାଜତରେ ୨୫ଜଣଙ୍କ ଜୀବନ ଯାଇଛି । ଦୁଃଖର କଥା ଏପର୍ଯ୍ୟନ୍ତ ୨୧ଜଣଙ୍କ ମୃତ୍ୟୁ ପଛର କାରଣର ତଦନ୍ତ ଚାଲିଛି । ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଦୁଇଟି ଭିନ୍ନ ଭିନ୍ନ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ଯେ, ରାଜ୍ୟରେ ଗତ ୫ବର୍ଷ […]

sui

  • Published: Monday, 01 August 2022
  • , Updated: 01 August 2022, 09:53 PM IST
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପ୍ରତିମାସରେ ହାରାହାରି ୪୦୦ଜଣ ବ୍ୟକ୍ତି ବିଭିନ୍ନ କାରଣରୁ ଆତ୍ମହତ୍ୟା କରୁଛନ୍ତି । ଗତ ୫ବର୍ଷ ମଧ୍ୟରେ ମୋଟ ୨୪୩୬୫ଜଣ ଆତ୍ମହତ୍ୟା କରିଛନ୍ତି । ସେହିପରି ୫ବର୍ଷ ମଧ୍ୟରେ ପୁଲିସ ହାଜତରେ ୨୫ଜଣଙ୍କ ଜୀବନ ଯାଇଛି । ଦୁଃଖର କଥା ଏପର୍ଯ୍ୟନ୍ତ ୨୧ଜଣଙ୍କ ମୃତ୍ୟୁ ପଛର କାରଣର ତଦନ୍ତ ଚାଲିଛି ।
ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଦୁଇଟି ଭିନ୍ନ ଭିନ୍ନ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ଯେ, ରାଜ୍ୟରେ ଗତ ୫ବର୍ଷ ମଧ୍ୟରେ ମୋଟ ୨୪୩୬୫ଜଣ ଆତ୍ମହତ୍ୟା କରିଛନ୍ତି । ଅର୍ଥାତ୍ ମାସକୁ ପ୍ରାୟ ୪୦୦ଜଣ ଆତ୍ମହତ୍ୟା କରିଛନ୍ତି । ସେହିପରି ରାଜ୍ୟର ବିଭିନ୍ନ ପୁଲିସ ହାଜତରେ ଗତ ୫ବର୍ଷ ମଧ୍ୟରେ ମୋଟ ୨୫ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସେଥିରୁ ୪ଟି କେସର ଫଇସଲା ହୋଇଛି । ବାକି ୨୧ଟି ହାଜତ ମୃତ୍ୟୁର ତଦନ୍ତ ଏବେବି ଜାରି ରହିଛି ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ।
ସେହିପରି ଅନ୍ୟ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ, ଗତ ୫ବର୍ଷ ମଧ୍ୟରେ ୧୩୮୩୭ଟି ଘରୋଇ ହିଂସା ମାମଲା ପଞ୍ଜିକୃତ ହୋଇଛି । ମହିଳାଙ୍କ ବିରୁଦ୍ଧରେ ଏହି ହିଂସା ମାମଲାରେ ମୋଟ୍ ୭୭୯୪ଜଣ ଗିରଫ ହୋଇଛନ୍ତି । ତେବେ କେତେଜଣ ମହିଳାଙ୍କୁ ସରକାରଙ୍କ ପକ୍ଷରୁ ଆଇନଗତ ସହାୟତା ଯୋଗାଇ ଦିଆଯାଇଛି, ସେ ତଥ୍ୟ ସଂଗ୍ରହ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ।

Related story