ଓଡ଼ିଶାରେ ବଢ଼ୁଛି ଆତ୍ମହତ୍ୟା ଘଟଣା, ୬ ବର୍ଷରେ ୪୫% ବୃଦ୍ଧି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଆତ୍ମହତ୍ୟା ଘଟଣା କ୍ରମାଗତ ଭାବେ ଉଦବେଗଜନକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଗତ ୬ବର୍ଷ ମଧ୍ୟରେ ରାଜ୍ୟରେ ଆତ୍ମହତ୍ୟା ପରିମାଣ ପ୍ରାୟ ୪୫ ପ୍ରତିଶତ ବୃଦ୍ଧି ପାଇଛି ଓ ବିଭିନ୍ନ କାରଣରୁ ମୋଟ ୨୮୨୪୯ଜଣ ଆତ୍ମହତ୍ୟା କରିଛନ୍ତି । ସମାଜର ଅବକ୍ଷୟ ଓ ବିଭିନ୍ନ ଚାପଗ୍ରସ୍ତ ହୋଇ ଲୋକମାନେ ନିଜର ମୂଲ୍ୟବାନ ଜୀବନ ହାରୁଥିଲେ ମଧ୍ୟ କେଉଁ ଧରଣର ଅପରାଧର ଶିକାର ହୋଇ ସେମାନେ ଆତ୍ମହତ୍ୟା କରିଛନ୍ତି ତା’ର ହିସାବ ରାଜ୍ୟ […]

DeadBody

DeadBody

Ordigital Desk
  • Published: Monday, 28 March 2022
  • Updated: 28 March 2022, 10:49 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଆତ୍ମହତ୍ୟା ଘଟଣା କ୍ରମାଗତ ଭାବେ ଉଦବେଗଜନକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଗତ ୬ବର୍ଷ ମଧ୍ୟରେ ରାଜ୍ୟରେ ଆତ୍ମହତ୍ୟା ପରିମାଣ ପ୍ରାୟ ୪୫ ପ୍ରତିଶତ ବୃଦ୍ଧି ପାଇଛି ଓ ବିଭିନ୍ନ କାରଣରୁ ମୋଟ ୨୮୨୪୯ଜଣ ଆତ୍ମହତ୍ୟା କରିଛନ୍ତି । ସମାଜର ଅବକ୍ଷୟ ଓ ବିଭିନ୍ନ ଚାପଗ୍ରସ୍ତ ହୋଇ ଲୋକମାନେ ନିଜର ମୂଲ୍ୟବାନ ଜୀବନ ହାରୁଥିଲେ ମଧ୍ୟ କେଉଁ ଧରଣର ଅପରାଧର ଶିକାର ହୋଇ ସେମାନେ ଆତ୍ମହତ୍ୟା କରିଛନ୍ତି ତା’ର ହିସାବ ରାଜ୍ୟ ସରକାରଙ୍କ ପାଖରେ ନାହିଁ ।

ବିଧାନସଭାରେ ଆଜି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଆତ୍ମହତ୍ୟା ପରିମାଣ ବୃଦ୍ଧିକୁ ନେଇ ଅଜବ ଯୁକ୍ତି ଉପସ୍ଥାପନ କରିଛନ୍ତି । ବିଜେପି ବିଧାୟକ ମୋହନ ଚରଣ ମାଝୀଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ଶ୍ରୀ ମିଶ୍ର କହିଛନ୍ତି ଯେ, ଅପରାଧ ହେଉଛି କ୍ରମବର୍ଦ୍ଧିଷ୍ଣୁ । ଜନସାଧାରଣଙ୍କ ମଧ୍ୟରେ ଆଇନ ସଚେତନତା ବୃଦ୍ଧି, ଅପରାଧର ମୁକ୍ତ ପଞ୍ଜିକରଣ, ସରକାରଙ୍କ ଦ୍ୱାରା ଜିରୋ ଟଲେରାନ୍ସ ଓ ଫାଇଭ-ଟି, ପୀଡ଼ିତାଙ୍କର ନ୍ୟାୟିକ ପ୍ରକ୍ରିୟା ଉପରେ ଦୃଢ଼ ଆସ୍ଥା, ସାମାଜିକ ଲଜ୍ଜାକୁ ଭୃକ୍ଷେପ ନକରି ପୀଡ଼ିତା ଓ ସେମାନଙ୍କ ପିତାମାନେ ଆଗକୁ ଆସି ପୁଲିସ ପାଖରେ ତତ୍ପରତା ଦେଖାଇବା ଓ ରାଜ୍ୟ ସରକାରଙ୍କ ପୀଡ଼ିତା କ୍ଷତିପୂରଣ ଯୋଜନାର ଅନୁକମ୍ପା ରାଶି ଠିକ୍ ସମୟରେ ପ୍ରଦାନ ଓ ସାଇବର ଅପରାଧ ବୃଦ୍ଧି ଯୋଗୁ ରାଜ୍ୟରେ ଅପରାଧ ସଂଖ୍ୟା ବଢ଼ୁଛି ।

୨୦୧୬ ରୁ ୨୦୨୧ ମସିହା ମଧ୍ୟରେ ରାଜ୍ୟରେ ଆତ୍ମହତ୍ୟା କରିଥିବା ଲୋକଙ୍କ ଜିଲ୍ଲାୱାରି ଓ ବର୍ଷୱାରି ତଥ୍ୟ ଦେଇ ଶ୍ରୀ ମିଶ୍ର କହିଛନ୍ତି ଯେ, କେଉଁ ବର୍ଗରୁ କେତେ ବ୍ୟକ୍ତ କେଉଁ ଧରଣର ଅପରାଧର ଶିକାର ହୋଇଛନ୍ତି ସେ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି ।

୨୦୧୬ ମସିହାରେ ୩୮୮୪ଜଣ ଆତ୍ମହତ୍ୟା କରିଥିବାବେଳେ ୨୦୧୭ରେ ୪୧୫୧, ୨୦୧୮ ମସିହାରେ ୪୪୪୭ ଜଣ, ୨୦୧୯ରେ ୪୬୩୬ ଜଣ, ୨୦୨୦ ମସିହାରେ ୫୪୮୨ଜଣ ଓ ୨୦୨୧ରେ ୫୬୪୯ଜଣଙ୍କ ଆତ୍ମହତ୍ୟାରେ ଜୀବନ ହାରିଛନ୍ତି । ୨୦୨୧ ମସିହାରେ କଟକ ସହରାଂଚଳରେ ସର୍ବାଧିକ ୮୭୫ ଜଣ ଆତ୍ମହତ୍ୟା କରିଥିବାବେଳେ ସମ୍ବଲପୁରରେ ୫୯୦ ଜଣ, କେନ୍ଦୁଝରରେ ୨୪୭ ଜଣ, ବ୍ରହ୍ମପୁରରେ ୩୧୭ ଜଣ, ଭୁବନେଶ୍ୱରରେ ୨୮୨ଜଣ ଆତ୍ମହତ୍ୟା କରିଥିବା ମନ୍ତ୍ରୀ କହିଛନ୍ତି ।

ତେବେ ଆତ୍ମହତ୍ୟାକୁ ରୋକିବା ଦିଗରେ ରାଜ୍ୟ ସରକାର ଆବଶ୍ୟକ ସଂଖ୍ୟକ କାଉନସେଲର ନିଯୁକ୍ତି ଓ ଚାପଗ୍ରସ୍ତ ଲୋକଙ୍କ ପାଖରେ ପହଂଚି ସେମାନଙ୍କୁ ସଠିକ୍ ମାର୍ଗକୁ ଆଣିବା ଦିଗରେ ପଦକ୍ଷେପ ନେଉ ନଥିବାରୁ ସମାଜ ଏବେ ଅବକ୍ଷୟମୁଖୀ ହେବାରେ ଲାଗିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story