ସୁନ୍ଦରଗଡ: ଜମିବାଡି ବିବାଦରୁ ଗୁଳିକାଣ୍ଡ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ହାତିବାରୀ ଥାନା ଅଞ୍ଚଳରେ ଏକ ଗୁଳିକାଣ୍ଡ ଘଟି ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ଆହତ ବ୍ୟକ୍ତି ଜଣଙ୍କ ହେଲେ ଗୋପାଳପୁର ଗାଁର କଲ୍ୟାଣ କାଣ୍ଡୁଲାନା । ରବିବାର କଲ୍ୟାଣ ସାଇକେଲରେ ବଜାରରୁ ଘରକୁ ଫେରୁଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକରେ ଆସୁ ପଛପଟୁ ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ଗୁଳିଟି କଲ୍ୟାଣଙ୍କ ଅଣ୍ଟାରେ ବାଜିଥିଲା । ଗୁଳି ମାରିବା ପରେ ଦୁର୍ବୃତ୍ତମାନେ ଘଟଣା ସ୍ଥଳରୁ ଫରାର […]

firing

firing

Rakesh Mallick
  • Published: Monday, 15 June 2015
  • Updated: 15 June 2015, 02:08 AM IST

Sports

Latest News

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ହାତିବାରୀ ଥାନା ଅଞ୍ଚଳରେ ଏକ ଗୁଳିକାଣ୍ଡ ଘଟି ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ଆହତ ବ୍ୟକ୍ତି ଜଣଙ୍କ ହେଲେ ଗୋପାଳପୁର ଗାଁର କଲ୍ୟାଣ କାଣ୍ଡୁଲାନା । ରବିବାର କଲ୍ୟାଣ ସାଇକେଲରେ ବଜାରରୁ ଘରକୁ ଫେରୁଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକରେ ଆସୁ ପଛପଟୁ ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ଗୁଳିଟି କଲ୍ୟାଣଙ୍କ ଅଣ୍ଟାରେ ବାଜିଥିଲା । ଗୁଳି ମାରିବା ପରେ ଦୁର୍ବୃତ୍ତମାନେ ଘଟଣା ସ୍ଥଳରୁ ଫରାର ହୋଇଯାଇତିଲେ । ଖବର ପାଇ ହାତିବାରୀ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ କଲ୍ୟାଣଙ୍କୁ ଉଦ୍ଧାର କରି ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଛି । ପାରିବାରିକ ଜମିବାଡି ବିବାଦରୁ ଏହି ଗୁଳିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ରିପୋର୍ଟ ଲଖାଯିବା ପର୍ଯ୍ୟନ୍ତ ଅଭିଯୁକ୍ତମାନଙ୍କ ସମ୍ପର୍କରେ କିଛି ସୂଚନା ପୋଲିସ ପାଇ ନ ଥିବା କହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos