ଫ୍ୟାସନ ଜଗତରେ ଆଉ ଜଣେ ଓଡ଼ିଆ ଝିଅଙ୍କ କମାଲ୍‌

କୋରାପୁଟ(ସୂର୍ଯ୍ୟନାରାୟଣ ପଣ୍ଡା): ଫ୍ୟାସନ ଜଗତରେ ଆଉ ଜଣେ ଓଡ଼ିଆ ଝିଅଙ୍କ କମାଲ୍‌। ମିସ୍ ସୁପର ମଡେଲ୍‌ ଟାଇଟେଲ୍ ଜିତିଛନ୍ତି କୋରାପୁଟ ଜିଲ୍ଲା ସେମିଳିଗୁଡାର ଜଣେ ଦଶମ ଶ୍ରେଣୀ ଛାତ୍ରୀ ପ୍ରାଗତିକା ରାୟ। ପିଲାଟି ଦିନରୁ ତାଙ୍କର ମଡେଲିଂ ପ୍ରତି ଆଗ୍ରହ ଥିଲା। ତାହା ଆଜି ସାକାର ହୋଇଛି। ଚଳିତ ମାସ ଗୋଆରେ ଆୟୋଜିତ ହୋଇଥିବା ଜାତୀୟସ୍ତରୀୟ ପ୍ରତିଯୋଗିତାରେ ପ୍ରାଗତିକା ଭାଗ ନେଇଥିଲେ। ଏଥିରେ ପ୍ରଥମ ସ୍ଥାନ ଅଧିକାର କରି ‘ମିସ୍‌ ସୁପର ମଡେଲ ଇଣ୍ଡିଆ’ ଟାଇଟଲ୍ ହାସଲ୍ […]

model

Manoranjan Sial
  • Published: Tuesday, 19 November 2019
  • , Updated: 19 November 2019, 10:52 PM IST

କୋରାପୁଟ(ସୂର୍ଯ୍ୟନାରାୟଣ ପଣ୍ଡା): ଫ୍ୟାସନ ଜଗତରେ ଆଉ ଜଣେ ଓଡ଼ିଆ ଝିଅଙ୍କ କମାଲ୍‌। ମିସ୍ ସୁପର ମଡେଲ୍‌ ଟାଇଟେଲ୍ ଜିତିଛନ୍ତି କୋରାପୁଟ ଜିଲ୍ଲା ସେମିଳିଗୁଡାର ଜଣେ ଦଶମ ଶ୍ରେଣୀ ଛାତ୍ରୀ ପ୍ରାଗତିକା ରାୟ। ପିଲାଟି ଦିନରୁ ତାଙ୍କର ମଡେଲିଂ ପ୍ରତି ଆଗ୍ରହ ଥିଲା। ତାହା ଆଜି ସାକାର ହୋଇଛି।

ଚଳିତ ମାସ ଗୋଆରେ ଆୟୋଜିତ ହୋଇଥିବା ଜାତୀୟସ୍ତରୀୟ ପ୍ରତିଯୋଗିତାରେ ପ୍ରାଗତିକା ଭାଗ ନେଇଥିଲେ। ଏଥିରେ ପ୍ରଥମ ସ୍ଥାନ ଅଧିକାର କରି ‘ମିସ୍‌ ସୁପର ମଡେଲ ଇଣ୍ଡିଆ’ ଟାଇଟଲ୍ ହାସଲ୍ କରିଥିଲେ। ସେ ଜଣେ ଆନ୍ତର୍ଜାତୀୟ ସ୍ତରର ମଡେଲ ହେବାର ଆଶା ରଖିଛନ୍ତି। ଏବେ ସେ ‘ମିସ୍‌ ଇଣ୍ଡିଆ ପ୍ରତିଯୋଗିତା’ରେ ଭାଗ ନେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ପ୍ରାଗତିକାଙ୍କ ସଫଳତା କୋରାପୁଟ ପାଇଁ ଗୌରବ ଆଣିଛି।

ପ୍ରାଗତିକାଙ୍କ ମାଆ ଗୀତାଞ୍ଜଳି କହିଛନ୍ତି-“ପିଲା ବେଳୁ ମଡେଲ୍‌ ହେବାର ଇଚ୍ଛା ପ୍ରକାଶ କରୁଥିଲା ପ୍ରାଗତିକା। ଆଜି ସେ ସେଥିରେ ସଫଳ ହୋଇଛି। ଭଲ ପାଠ ପଢ଼ିବା ସହିତ ମଡେଲିଂ ଦୁନିଆରେ ପାଦ ଥାପିଥିବାରୁ ଆମେ ବେଶ୍‌ ଗୌରବାନ୍ନିତ।”

Related story