ନୟାଗଡ଼(ଓଡ଼ିଶା ରିପୋର୍ଟର):ପୁଣି କଙ୍ଗାରୁ କୋର୍ଟ। ଚୋର ଧରିବା ପାଇଁ ରାତିଅଧରେ ବୁଲିଲା ଖଟ। ନୟାଗଡ ସଦର ଥାନା ଉଦୟପୁର ଗାଁର ଦେଖିବାକୁ ମିଳିଛି ଏଭଳି ଘଟଣା। ଏହି ଗାଁର ଜଣେ ମହିଳା ନିଜ ଦିଅର ଘରୁ ସୁନା ଗହଣା ଚୋରି ଅଭିଯୋଗରେ ଗ୍ରାମସଭା କରାଯାଇଥିଲା। ଗ୍ରାମସଭା କରାଯାଇ ଚୋର ଧରିବା ପାଇଁ ଗାଁରେ ଖଟ ବୁଲାଇବାକୁ ନିଷ୍ପତ୍ତି ହୋଇଥିଲା।
ସେହି ଅନୁଯାୟୀ, ଗତ ୧୮ ଓ ୧୯ତାରିଖରେ ଦୁଇ ଦିନ ଖଟ ବୁଲାଇ ଚୋର ଧରି ପାରିନଥିଲା ତାନ୍ତ୍ରିକ। ଗତକାଲି ପୁଣି ଖଟ ବୁଲାଇବା ପରେ ମହିଳା ଜଣଙ୍କ ଘରେ ଖଟ ଲାଗିଥିବା ଏବଂ ତାଙ୍କ ଘର ଲୋକ ଚୋରି କରିଥିବା ନେଇ ଅଭିଯୋଗ ଉଠାଇଥିଲେ ଗ୍ରାମବାସୀ।
ଏଥିପାଇଁ ଗତକାଲି ରାତିରେ କଙ୍ଗାରୁ କୋର୍ଟ ବସି ମହିଳାଙ୍କୁ ୧ ଲକ୍ଷ ୪୨ ହଜାର ଟଙ୍କା ଜରିମାନା ଦେବାକୁ କୁହାଯାଇଥିଲା ଟଙ୍କା ଦେଇନପାରିବାରୁ ମହିଳାଙ୍କୁ ମାଡ ମରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି ତେବେ ଏନେଇ ପୁଳିସର ପ୍ରତିକ୍ରିୟା ମିଳିପାରିନି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଶେଷରେ ନବୀନଙ୍କୁ ବି ଛାଡ଼ିଲେନି ପାଣ୍ଡିଆନ, କହିଲେ ଓଡ଼ିଶାରେ ଓଡ଼ିଆ କହିବା ଜରୁରୀ
ବିଜେଡିର ପ୍ରତିଷ୍ଠା ଦିବସର ଠିକ୍ ଦିନକ ପୂର୍ବରୁ ଏଭଳି ପୋଷ୍ଟ କରାଗଲା କାହିଁକି? ସକ୍ରିୟ ରାଜନୀତିରୁ ସନ୍ୟାସ ନେଇଥିବା ପାଣ୍ଡିଆନ କ’ଣ ପୁଣିଥରେ ବିଜେଡିରେ ସକ୍ରିୟ ହୋଇ ଆଗକୁ ଆସିବାକୁ ଚାହୁଁଛନ୍ତି କି?
Miscellaneous
ସରକାରୀ ଯୋଜନାରୁ ବାଦ୍ ପଡ଼ିବେ ଅଯୋଗ୍ୟ ଚାଷୀ: ପ୍ରକୃତ ଚାଷୀ ଖୋଜିବାକୁ ନୂଆ ବର୍ଷରୁ ପଞ୍ଜୀକରଣ
ପୁରୁଣା ସରକାରରେ ଅଣଚାଷୀ ଓ ଦଳୀୟ ଭିତ୍ତିରେ ଚାଷୀଙ୍କ ପାଇଁ ସରକାରୀ ଯୋଜନା ବାଣ୍ଟିବା ଏକ ବଡ଼ ପ୍ରସଙ୍ଗ ଥିଲା।
Crime
ପୁଲିସ ସ୍ତ୍ରୀକୁ ମାରି ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ
ମୃତ ମହିଳା କନଷ୍ଟେବଲ କଟକ ସାଇବର ଥାନାରେ କାର୍ଯ୍ୟ କରୁଥିଲେ।
Crime
ଡିଡିଟାଲ ଆରେଷ୍ଟର ମିଛ ଫାଶରେ ପଡ଼ିଗଲେ ପୂର୍ବତନ ସେନା ଅଧିକାରୀ, ଭୟରେ ଦେଇଦେଲେ ୧ କୋଟି
ଡିଜିଟାଲ ଆରେଷ୍ଟ ନେଇ ଲୋକଙ୍କୁ ସଚେତନ କରାଯାଉଥିବା ସତ୍ତ୍ୱେ ଅନେକ ସମୟରେ ସେମାନେ ଭୟଭୀତ ହୋଇ ନିଜ ଟଙ୍କା ହରାଉଛନ୍ତି।
Crime
ଆର୍ମି ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣାରେ ଦାୟର ଜନସ୍ୱାର୍ଥ ମାମଲାର ଅନ୍ତ ଘଟାଇଲେ ହାଇକୋର୍ଟ
ସେନା କର୍ମଚାରୀଙ୍କୁ ଥାନାରେ କିପରି ବ୍ୟବହାର ପ୍ରଦର୍ଶନ କରାଯିବ, ସେନେଇ ରାଜ୍ୟ ସରକାର ଜାରି କରିଥିବା ଏସଓପିକୁ କଡ଼ାକଡ଼ି ପାଳନ କରିବାକୁ ହାଇକୋର୍ଟ କହିଛନ୍ତି।