ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ଚେତିଲେ ସରକାର, ଏଣିକି ଦାୟୀ ରହିବେ ଅଫିସର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହାଇକୋର୍ଟଙ୍କ ରାୟ ବିରୁଦ୍ଧରେ ସ୍ୱତନ୍ତ୍ର ଲିଭ୍ ପିଟିସନ ଦାଖଲ କରିବା ପାଇଁ ୪୨୩ଦିନ ବିଳମ୍ବ କରି ସୁପ୍ରିମକୋର୍ଟରେ ରାଜ୍ୟ ସରକାର ହଟହଟ୍ଟା ହେବାପରେ ଆଇନଗତ ମାମଲାର ପରିଚାଳନାରେ ଅବହେଳା ନିମନ୍ତେ ଅଫିସରଙ୍କୁ ଦାୟୀ କରାଯିବାକୁ ନିଷ୍ପତ୍ତି ହୋଇଛି। ଏହାସହିତ ଦିଲ୍ଲୀରେ ଜଣେ ଜିଲ୍ଲା ଜଜ୍ କ୍ୟାଡ଼ରର ଅଫିସରଙ୍କୁ ସ୍ଥାୟୀ ନିଯୁକ୍ତି ଦେଇ ସୁପ୍ରିମକୋର୍ଟରେ ମାମଲା ପରିଚାଳନାର ତଦାରଖ ଏବଂ ଆସନ୍ତା ଜାନୁୟାରୀ ପହିଲାରୁ ହାଇକୋର୍ଟରେ ଦାଖଲ ହେବାକୁ ଥିବା ମାମଲାଗୁଡ଼ିକର ଡିଜିଟାଲକରଣ କରିବାକୁ ରାଜ୍ୟ […]

SUPREMECOURT

SUPREMECOURT

Tapas Behera
  • Published: Thursday, 05 December 2019
  • Updated: 05 December 2019, 09:29 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହାଇକୋର୍ଟଙ୍କ ରାୟ ବିରୁଦ୍ଧରେ ସ୍ୱତନ୍ତ୍ର ଲିଭ୍ ପିଟିସନ ଦାଖଲ କରିବା ପାଇଁ ୪୨୩ଦିନ ବିଳମ୍ବ କରି ସୁପ୍ରିମକୋର୍ଟରେ ରାଜ୍ୟ ସରକାର ହଟହଟ୍ଟା ହେବାପରେ ଆଇନଗତ ମାମଲାର ପରିଚାଳନାରେ ଅବହେଳା ନିମନ୍ତେ ଅଫିସରଙ୍କୁ ଦାୟୀ କରାଯିବାକୁ ନିଷ୍ପତ୍ତି ହୋଇଛି। ଏହାସହିତ ଦିଲ୍ଲୀରେ ଜଣେ ଜିଲ୍ଲା ଜଜ୍ କ୍ୟାଡ଼ରର ଅଫିସରଙ୍କୁ ସ୍ଥାୟୀ ନିଯୁକ୍ତି ଦେଇ ସୁପ୍ରିମକୋର୍ଟରେ ମାମଲା ପରିଚାଳନାର ତଦାରଖ ଏବଂ ଆସନ୍ତା ଜାନୁୟାରୀ ପହିଲାରୁ ହାଇକୋର୍ଟରେ ଦାଖଲ ହେବାକୁ ଥିବା ମାମଲାଗୁଡ଼ିକର ଡିଜିଟାଲକରଣ କରିବାକୁ ରାଜ୍ୟ ସରକାର ସ୍ଥିର କରିଛନ୍ତି । ଆଡଭୋକେଟ୍ ଜେନେରାଲ ଓ ପ୍ରଶାସନିକ ବିଭାଗ ମଧ୍ୟରେ ସମସ୍ତ ପ୍ରକାରର ଆଦାନପ୍ରଦାନ ଏଣିକି ଅନଲାଇନରେ ସମ୍ପାଦିତ ହେବ।

ଆଇନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ହାଇକୋର୍ଟଙ୍କ ରାୟ ବିରୁଦ୍ଧରେ ସୁପ୍ରିମକୋର୍ଟରେ ୪୨୩ଦିନ ବିଳମ୍ବରେ ଏସଏଲପି(ସ୍ୱତନ୍ତ୍ର ଲିଭ୍ ପିଟିସନ) ଦାଖଲ କରିବା ରାଜ୍ୟ ସରକାରଙ୍କୁ ମହଙ୍ଗା ପଡ଼ିଛି । ଏନେଇ କୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିବାପରେ ମୁଖ୍ୟ ସଚିବଙ୍କୁ ବ୍ୟକ୍ତିଗତ ଭାବେ ହାଜର ହୋଇ ସତ୍ୟପାଠ ଦାଖଲ କରିବାକୁ ପଡ଼ିଥିଲା। ଏହାସହିତ ଏସଏଲପି ପାଇଁ ବିଳମ୍ବ କରୁଥିବା ଅଧିକାରୀଙ୍କୁ ଉତ୍ତରଦାୟୀ କରିବା ନିମନ୍ତେ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ଏଭଳି ଆଭିମୁଖ୍ୟ ପରେ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ଆଇନଗତ ମାମଲାର ପରିଚାଳନା ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

ସୂଚନା ଅନୁସାରେ, ହାଇକୋର୍ଟଙ୍କ ରାୟ ବିରୁଦ୍ଧରେ ରାଜ୍ୟ ସରକାର ନିଶ୍ଚିତ ଭାବେ ୨୧ଦିନ ମଧ୍ୟରେ ଏସଏଲପି ଦାଖଲ କରିବେ। ରାୟ ପ୍ରକାଶ ପାଇବା ପରେ ପ୍ରଶାସନିକ ବିଭାଗ ତୁରନ୍ତ ଆଇନ ବିଭାଗର ପରାମର୍ଶ ନେବ ଓ ସୁପ୍ରିମକୋର୍ଟରେ ଥିବା ଆଡଭୋକେଟ୍ ଅନ୍ ରେକର୍ଡ(ଏଓଆର)ଙ୍କ ମଧ୍ୟରୁ ଜଣଙ୍କୁ ଏହି ଏସଏଲପି ଦାଖଲ କରିବା ଦାୟିତ୍ୱ ନ୍ୟସ୍ତ ହେବ। ପ୍ରଶାସନିକ ବିଭାଗ ଏଥିପାଇଁ ତାଙ୍କୁ ଆଗୁଆ ଆବଶ୍ୟକ ଅର୍ଥ ମଞ୍ଜୁର କରିବ । ଏହି ଏସଏଲପି ଦାଖଲରେ ବିଳମ୍ବ ହେଲେ ପ୍ରଶାସନିକ ବିଭାଗରେ ଦାୟିତ୍ୱରେ ଥିବା ଅଫିସର ବା କର୍ମଚାରୀଙ୍କ ବିରୁଦ୍ଧରେ ସମ୍ପୃକ୍ତ ବିଭାଗର ସଚିବମାନେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

ଆଇନ ସଚିବ ପ୍ରତି ୩ମାସରେ ନୂଆଦିଲ୍ଲୀରେ ଏଓଆରମାନଙ୍କ ସହ ବୈଠକ କରି ସୁପ୍ରିମକୋର୍ଟରେ ପଡ଼ି ରହିଥିବା ବିଭିନ୍ନ ମାମଲାର ଅଗ୍ରଗତି ଓ ସମୀକ୍ଷା କରିବେ। ଏହି ବୈଠକରେ ଆଡଭୋକେଟ୍ ଜେନେରାଲ ମଧ୍ୟ ଉପସ୍ଥିତ ରହିବେ। ରାଜ୍ୟ ସରକାରଙ୍କ ନୂଆ ନିଷ୍ପତ୍ତି ଅନୁସାରେ, କୌଣସି ମାମଲାରେ ଏସଏଲପି ଅବା ତୁରନ୍ତ ପକ୍ଷ ରଖିବାର ଥିଲେ ରାଜ୍ୟ ସରକାରଙ୍କ ନୂଆଦିଲ୍ଲୀସ୍ଥିତ ଆବାସିକ କମିଶନର ଏହା କରିପାରିବେ।

ସେହିପରି ହାଇକୋର୍ଟଙ୍କ ସହ ପରାମର୍ଶ କରି ରାଜ୍ୟ ସରକାର ନୂଆଦିଲ୍ଲୀରେ ଜଣେ ଜିଲ୍ଲା ଜଜ୍ କ୍ୟାଡ଼ରର ଅଫିସରଙ୍କୁ ସ୍ଥାୟୀ ନିଯୁକ୍ତି ଦେବେ। ସିଏ ସେଠାରେ ନିୟମିତ ଭାବେ ସୁପ୍ରିମକୋର୍ଟ, ଟ୍ରିବ୍ୟୁନାଲ ଆଦିରେ ରାଜ୍ୟ ସରକାର ପକ୍ଷ ଥିବା ମାମଲାଗୁଡ଼ିକର ଅଗ୍ରଗତିର ତଦାରଖ କରିବେ। ଏହାବ୍ୟତୀତ ଯେଉଁ ବିଭାଗରେ ୫୦୦ରୁ ଅଧିକ ମାମଲା କୋର୍ଟରେ ବିଚାରାଧୀନ ରହିଛି ସମ୍ପୃକ୍ତ ପ୍ରଶାସନିକ ବିଭାଗ ତୁରନ୍ତ ଆଡଭୋକେଟ୍ ଜେନେରାଲଙ୍କ ସହ ପରାମର୍ଶ କରି ଜଣେ ଷ୍ଟାଣ୍ଡିଂ କାଉନସେଲ ଓ ୪ଜଣ ଅତିରିକ୍ତ ଷ୍ଟାଣ୍ଡିଂ କାଉନସେଲଙ୍କୁ ନିଯୁକ୍ତି ଦେବେ। ଆସନ୍ତା ଜାନୁୟାରୀ ପହିଲାରୁ ହାଇକୋର୍ଟରେ ଦାଖଲ ହେବାକୁ ଥିବା ସମସ୍ତ ମାମଲାର ଡିଜିଟାଲକରଣ କରାଯିବା ସହ ଆଡଭୋକେଟ୍ ଜେନେରାଲ ଓ ସରକାରଙ୍କ ବିଭିନ୍ନ ବିଭାଗ ମଧ୍ୟରେ ଚିଠିପତ୍ର ଆଦାନପ୍ରଦାନକୁ ଅନଲାଇନରେ କରିବା ପାଇଁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ପ୍ରାୟ ଦେଢ଼ ଲକ୍ଷ ମାମଲା ହାଇକୋର୍ଟରେ ଓ ୫ହଜାରରୁ ଅଧିକ ମାମଲା ସୁପ୍ରିମକୋର୍ଟଙ୍କ ବିଚାରାଧୀନ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story