ଶ୍ରୀମନ୍ଦିର ସଂସ୍କାର ମାମଲା: ରାଜ୍ୟ ସରକାରଙ୍କ ଭୂମିକାକୁ ନେଇ କ୍ଷୁବ୍ଧ ହେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପୁରୀ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି କରୁଥିବା ସୁପ୍ରିମକୋର୍ଟ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ଭୂମିକାକୁ ନେଇ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥସହ କ’ଣ ପାଇଁ ଏକ ଧର୍ମନିରପେକ୍ଷ ରାଷ୍ଟ୍ରରେ ସରକାର କାହିଁକି ଏକ ଧର୍ମସଂସ୍ଥାକୁ ଚଳାଉଛନ୍ତି ଏବଂ ନିୟନ୍ତ୍ରଣ କରୁଛନ୍ତି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି। ପୁରୀ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କୁ ଆକ୍ରମଣ ଓ ଖରାପ ବ୍ୟବହାର କରାଯାଉଥିବା ବେଳେ ସରକାର ଏହା ଉପରେ କି ପଦକ୍ଷେପ ନେଉଛନ୍ତି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ […]

sx

Hemant Lenka
  • Published: Monday, 08 April 2019
  • , Updated: 08 April 2019, 06:59 PM IST

ନୂଆଦିଲ୍ଲୀ: ପୁରୀ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି କରୁଥିବା ସୁପ୍ରିମକୋର୍ଟ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ଭୂମିକାକୁ ନେଇ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥସହ କ’ଣ ପାଇଁ ଏକ ଧର୍ମନିରପେକ୍ଷ ରାଷ୍ଟ୍ରରେ ସରକାର କାହିଁକି ଏକ ଧର୍ମସଂସ୍ଥାକୁ ଚଳାଉଛନ୍ତି ଏବଂ ନିୟନ୍ତ୍ରଣ କରୁଛନ୍ତି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି। ପୁରୀ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କୁ ଆକ୍ରମଣ ଓ ଖରାପ ବ୍ୟବହାର କରାଯାଉଥିବା ବେଳେ ସରକାର ଏହା ଉପରେ କି ପଦକ୍ଷେପ ନେଉଛନ୍ତି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି।

ଆଜି ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗରେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଏସ୍‌ଏ ବୋବଡେ ଓ ଜଷ୍ଟିସ୍‌ ଏସ୍‌ ଅବଦୁଲ ନଜିରଙ୍କ ଖଣ୍ଡପୀଠ ଶୁଣାଣି କରିଥିଲେ। ଏହି ସମୟରେ ଖଣ୍ଡପୀଠ କହିଥିଲେ, “ ଏହା ଏକ ପରିତାପର ବିଷୟ। ଆମେ ବୁଝିପାରୁନାହୁଁ, କ’ଣ ପାଇଁ ଏକ ଧର୍ମ ସଂସ୍ଥାକୁ ସରକାରୀ ଅଧିକାରୀମାନେ ପରିଚାଳନା କରୁଛନ୍ତି। ପୁରୀ ଜଗନ୍ନାଥ ମନ୍ଦିରକୁ ଯାଉଥିବା ଅଧିକାଂଶ ଶ୍ରଦ୍ଧାଳୁ ସେଠାରେ ନାନା ସମସ୍ୟାର ସମ୍ମୁଖୀନ ହୋଇ ଫେରୁଛନ୍ତି। ସେମାନଙ୍କୁ ସେଠାରେ ନାନା ପ୍ରକାରର ଅତ୍ୟାଚାର କରଯାଉଛି। କିନ୍ତୁ କେହି ବି ମୁହଁ ଖୋଲୁନାହାନ୍ତି।”

ଏହି ସମୟରେ ବରିଷ୍ଠ ଓକିଲ ଗୋପାଳ ଶଙ୍କରନରାୟଣ ଖଣ୍ଡପୀଠଙ୍କୁ ପଚାରିଥିଲେ ଯେ କ’ଣ ଏକ ଧର୍ମନିରପେକ୍ଷ ରାଜ୍ୟରେ ସରକାରୀ ଅଧିକାରୀମାନେ ଧର୍ମାନୁଷ୍ଠାନକୁ ପରିଚାଳନା କରିପାରିବେ? ସେମାନଙ୍କ କାର୍ଯ୍ୟ କେଉଁ ପର୍ଯ୍ୟନ୍ତ ସୀମିତ ରହିବା ଦରକାର, ସେ ବିଷୟରେ କୋର୍ଟ ସ୍ପଷ୍ଟ କରନ୍ତୁ। ଏହାର ଉତ୍ତର ଖଣ୍ଡପୀଠ ଦେଇ ନଥିଲେ। ବରଂ ମେ’ ୧୩ରେ ହେବାକୁ ଥିବା ମାମଲାର ପରବର୍ତ୍ତୀ ଶୁଣାଣି ସମୟରେ ଏ ବିଷୟରେ ତର୍ଜମା କରାଯିବ ବୋଲି କହିଥିଲେ।

କୋର୍ଟରେ ମାମଲାର ଶୁଣାଣି ବେଳେ ଉପସ୍ଥିତ ଥିବା ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଲ କେରଳର ସାବରୀମାଲା ମନ୍ଦିର କଥା ଉଠାଇଥିଲେ। ସେ କହିଥିଲେ, ଏହି ମନ୍ଦିରକୁ ଦଶନ୍ଧି ଦଶନ୍ଧି ଧରି ଦେବସମ ବୋର୍ଡ ପରିଚାଳନା କରି ଆସୁଛି। ୧୯୩୦ରୁ ତାମିଲନାଡ଼ୁର ବୋର୍ଡ ମଧ୍ୟ ଏକାଧିକ ହିନ୍ଦୁ ଧର୍ମସଂସ୍ଥା ଏବଂ ମନ୍ଦିରର ପରିଚାଳନା କରୁଛି।

Related story