କଠୋର ହେଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇନଜୀବୀଙ୍କ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟ କଠୋର ହୋଇଛନ୍ତି। ବ୍ୟକ୍ତିଗତ ଭାବେ ହାଜର ହୋଇ ଜବାବ ରଖିବାକୁ ଓଡ଼ିଶା ବାର୍‌ କାଉନ୍‌ସିଲ୍‌ର ଅଧ୍ୟକ୍ଷ ଓ ଓଡ଼ିଶା ହାଇକୋର୍ଟ ବାର୍‌ ଆସୋସିଏସନ୍ ସଭାପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ସର୍ବୋଚ୍ଚ ଅଦାଲତ କହିଛନ୍ତି, କଲେଜିୟମ୍‌ର ନିଷ୍ପତ୍ତି ବିରୋଧରେ ଆଇନ୍‌ଜୀବୀଙ୍କ ଆନ୍ଦୋଳନର କୌଣସି ଯଥାର୍ଥତା ନାହିଁ। ଆଇନ୍‌ଜୀବୀଙ୍କ ଏଭଳି କାର୍ଯ୍ୟଶୈଳୀ ଅଦାଲତ ଅବମାନନା ପରିସରରେ ଆସୁଛି ବୋଲି ଧରାଯିବ। ତେଣୁ ଏପରି କ୍ଷେତ୍ରରେ ଆନ୍ଦୋଳନରତ ଆଇନ୍‌ଜୀବୀଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ […]

supreme-court

supreme-court

Manoranjan Sial
  • Published: Thursday, 24 October 2019
  • Updated: 24 October 2019, 10:30 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇନଜୀବୀଙ୍କ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟ କଠୋର ହୋଇଛନ୍ତି। ବ୍ୟକ୍ତିଗତ ଭାବେ ହାଜର ହୋଇ ଜବାବ ରଖିବାକୁ ଓଡ଼ିଶା ବାର୍‌ କାଉନ୍‌ସିଲ୍‌ର ଅଧ୍ୟକ୍ଷ ଓ ଓଡ଼ିଶା ହାଇକୋର୍ଟ ବାର୍‌ ଆସୋସିଏସନ୍ ସଭାପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ସର୍ବୋଚ୍ଚ ଅଦାଲତ କହିଛନ୍ତି, କଲେଜିୟମ୍‌ର ନିଷ୍ପତ୍ତି ବିରୋଧରେ ଆଇନ୍‌ଜୀବୀଙ୍କ ଆନ୍ଦୋଳନର କୌଣସି ଯଥାର୍ଥତା ନାହିଁ। ଆଇନ୍‌ଜୀବୀଙ୍କ ଏଭଳି କାର୍ଯ୍ୟଶୈଳୀ ଅଦାଲତ ଅବମାନନା ପରିସରରେ ଆସୁଛି ବୋଲି ଧରାଯିବ। ତେଣୁ ଏପରି କ୍ଷେତ୍ରରେ ଆନ୍ଦୋଳନରତ ଆଇନ୍‌ଜୀବୀଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ ସେନେଇ ଅଦାଲତଙ୍କୁ ସହଯୋଗ କରିବା ଲାଗି କାଉନ୍‌ସିଲ୍ ଅଫ୍‌ ଇଣ୍ଡିଆର ଅଧ୍ୟକ୍ଷଙ୍କୁ କୋର୍ଟ କହିଛନ୍ତି।

ସେହିପରି ୨୦୧୮ରୁ ୨୦୧୯ ଭିତରେ ଆଇନ୍‌ଜୀବୀଙ୍କ ଆନ୍ଦୋଳନ ଯୋଗୁଁ ହାଇକୋର୍ଟ ଓ ଜିଲ୍ଲା ଅଦାଲତରେ କେତେ ଦିନ କୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ସେ ନେଇ ସତ୍ୟପାଠ ଜରିଆରେ ନଭେମ୍ବର ୬ ତାରିଖ ସୁଦ୍ଧା ଜଣାଇବାକୁ ହାଇକୋର୍ଟଙ୍କ ଆଇନ୍‌ଜୀବୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଶୁଣାଣି ବେଳେ ହାଇକୋର୍ଟ କିମ୍ବା ଜିଲ୍ଲା ଅଦାଲତ ଗୁଡ଼ିକୁ ଆସୁଥିବା ମହକିଲ ଓ ଆଇନ୍‌ଜୀବୀଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦିଆଯିବା ନେଇ ରାଜ୍ୟ ସରକାର କୋର୍ଟଙ୍କୁ ଅବଗତ କରାଇଛନ୍ତି।

ଅପରପକ୍ଷେ ସୁପ୍ରିମକୋର୍ଟରେ ଓଡ଼ିଶା ହାଇକୋର୍ଟର ପ୍ରତିନିଧିତ୍ୱ କରୁଥିବା ଆଇନ୍‌ଜୀବୀ ଶିବଶଙ୍କର ମିଶ୍ରଙ୍କ ବିରୋଧରେ ବାର୍‌ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ଏଥିସହ ଏସଂକ୍ରାନ୍ତ ଓଡ଼ିଶା ହାଇକୋର୍ଟ ବାର୍‌ ଆସୋସିଏସନରେ କ୍ଷମତା ଉପରେ ସର୍ବୋଚ୍ଚ କୋର୍ଟ ଅଙ୍କୁଶ ଲଗାଇଛନ୍ତି।

ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଆସନ୍ତା ୮ତାରିଖକୁ ଦିନ ଧାର୍ଯ୍ୟ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos