ପୁଣି କଥା କହିବ କୁହୁକ ପୋଥି ! ଆରମ୍ଭ ହେଲା ବଦନାମ ବାବାଙ୍କ ବିଶ୍ୱାସର ଖେଳ, ଆଶ୍ରମରେ ଜମୁଛି ଭକ୍ତଙ୍କ ଭିଡ଼
ପୁଣି ଲେଉଟିଲା ବିଶ୍ୱାସର ଖେଳ। ପୁଣି ବିବାଦୀୟ ବାବା ପାଲଟିଗଲେ ମାର୍ଗଦର୍ଶକ। ମନ୍ତ୍ରପାଠ, ହୋମଯଜ୍ଞ, ତନ୍ତ୍ରବିଦ୍ୟା ଆଉ ଭବିଷ୍ୟବାଣୀ। ଝିଇଁଣ୍ଟି ଶାସନରେ ଥିବା ଅତ୍ୟୁତ ଆଶ୍ରମ ପୁଣି ପାଲଟିଲାଣି ଚେଲାଙ୍କ ଚରାଭୂଇଁ। ଜେଲ୍ ଫେରନ୍ତା ବାବା ସୁରେନ୍ଦ୍ର ମିଶ୍ର ବସିଛନ୍ତି ସ୍ୱତନ୍ତ୍ର ଆସନରେ। ଆଦେଶ ଆଉ ହୁକୁମ୍ ମୁଦ୍ରାରେ ବାବା ସୁରେନ୍ଦ୍ର ମିଶ୍ର। ସୁରକ୍ଷା ବ୍ୟବସ୍ଥାର ମଙ୍ଗ ଧରିଛନ୍ତି ବାବାଙ୍କ ବଡ଼ ପୁଅ ବିରଞ୍ଚି  ମିଶ୍ର। ଛାଇଭଳି ବାବଙ୍କ ପାଖରେ ରହିଛନ୍ତି। କେବଳ ତାଙ୍କ ପୁଅ ନୁହଁନ୍ତି, ଅନ୍ୟ ଅଙ୍ଗରକ୍ଷୀମାନେ ବି ଅଛନ୍ତି ସୁରକ୍ଷାର ଢ଼ାଲ ଧରି। ଚାଲିଛି କୋର୍ଡୱାର୍ଡରେ କଥାବାର୍ତ୍ତା। ଯାହା ସାଧାରଣ ପକ୍ଷେ ବୁଝିବା ଅସମ୍ଭବ। ଭକ୍ତ ଆାସୁଛନ୍ତି, ଗୁହାରୀ କରୁଛନ୍ତି। ଆଉ ନିଜ ଭବିଷ୍ୟତ ସମ୍ପର୍କରେ ଆକଳନ କରିପାରୁ ନଥିବା ସୁର ବାବାଙ୍କ ମୁହଁରୁ ଅଭୟବାଣୀ ପାଇ କୃତ୍ୟ କୃତ୍ୟ ହେଉଛନ୍ତି। ଜଣେ କି ଦୁଇ ଜଣ  ନୁହଁନ୍ତି, ଗତ ୨ ଦିନ ଭିତରେ ଏମିତି ଅନେକ ଭକ୍ତଙ୍କ ସୁଅ ଛୁଟିଲାଣି ବିବାଦୀୟ ଅଚ୍ୟୁତ ଆଶ୍ରମକୁ। ଆଉ ଏପଟେ ପୁଣି କାୟା ବିସ୍ତାର ପାଇଁ ବଳ ସାଉଁଟୁଛନ୍ତି ବାବା ସୁରେନ୍ଦ୍ର ମିଶ୍ର ଓରଫ୍ ସୁର ବାବା।
ସବୁ ଖୁଲମଖୁଲା ଚାଲିଥିଲେ ବି ଚର୍ଚ୍ଚିତ ପୋଥିଗୃହରେ ଏବେ ବି ତାଲା ଝୁଲୁଛି। ପୋଥି ତାହାରି ଭିତରେ ଅଛି ନା କାହା କବଜାରେ ଅଛି ? କୁଆଡେ ଗଲା ଭବିଷ୍ୟ ଆକଳନ କରିପାରୁଥିବା ବାବା ସୁର ମିଶ୍ରଙ୍କ ସେହି ପୋଥି ? କିଛି ଭକ୍ତ କହୁଛନ୍ତି, ପୋଥି ଠିକ୍ ଯାଗାରେ ଅଛି। କିନ୍ତୁ ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚର ସୂଚନା କହୁଛି, ଜବତ ପୋଥି କ୍ରାଇମବ୍ରାଞ୍ଚ ହେପାଜତରେ ଅଛି। ବିନା ପୋଥିରେ ବାବା ସୁର ମିଶ୍ର କେମିତି କରିବେ ଭବିଷ୍ୟବାଣୀ? କେଉଁ ଆଧାରରେ ପୁଣି ଥରେ ଲୋକଙ୍କ ବିଶ୍ୱାସ ସହ ଖେଳିବେ ? ପୁଣି ଥରେ ଦରବାର ବସାଇ ନିଜ ସାମ୍ରାଜ୍ୟର ବିସ୍ତାର କରିବାକୁ ଉଦ୍ୟମ କରୁନାହାଁନ୍ତି ତ ? ଯେଉଁ ସର୍ତ୍ତ ଆଧାରରେ ଜାମିନରେ ଆସିଥିବା ବାବା ସୁର ମିଶ୍ର ତାହାର  ଉଲ୍ଲଂଘନ କରୁନାହାଁନ୍ତି ତ ? ଏମିତି ଅନେକ ପ୍ରଶ୍ନ ଏବେ ଉଙ୍କି ମାରିବାରେ ଲାଗିଛି।
ଯେଉଁ ବାବାଙ୍କ କେଳେଙ୍କାରୀ ଦିନେ ଚହଳ ଖେଳାଇ ଦେଇଥିଲା, ସେହି ବାବାଙ୍କୁ ନେଇ ଏବେ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ଏହାପରେ କ’ଣ ହେବ ପରବର୍ତ୍ତି ଦୃଶ୍ୟପଟ, ତାକୁ ହିଁ ଅପେକ୍ଷା।
Ordigital Desk
• Published: Sunday, 03 December 2017
• Updated: 03 December 2017, 07:59 PM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos