ବିଜେପି ସାଂସଦ ସୁରେଶ ପୂଜାରୀ କରୋନାରେ ଆକ୍ରାନ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବରଗଡ଼ ସାଂସଦ ତଥା ବରିଷ୍ଠ ବିଜେପି ନେତା ସୁରେଶ ପୂଜାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। #COVID19 ର ଲକ୍ଷଣ ନ ଥାଇ ମଧ୍ୟ ମୁଁ ଗତକାଲି ପରୀକ୍ଷା କରିଥିଲି II ଆଜି ରିପୋର୍ଟ ପଜିଟିଭ୍ ଆସିଛି ବୋଲି ବରଗଡ଼ ଜିଲ୍ଲାପାଳ ମୋତେ ସୁଚନା କରିଛନ୍ତି II ସମ୍ବଲପୁର ଓ ବରଗଡ଼ ଜିଲ୍ଲାପାଳ ତଥା ଡ଼ାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ହୋମ୍ ଆଇସୋଲେସନ୍ ରେ ଅଛି […]

BJP MP Suresh Pujari

BJP MP Suresh Pujari

Tapaswini Nayak
  • Published: Saturday, 08 August 2020
  • Updated: 08 August 2020, 06:08 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବରଗଡ଼ ସାଂସଦ ତଥା ବରିଷ୍ଠ ବିଜେପି ନେତା ସୁରେଶ ପୂଜାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।

ସେ ଟ୍ୱିଟ୍‌ କରି ଲେଖିଛନ୍ତି,“କରୋନାର ଲକ୍ଷଣ ନ ଥାଇ ମଧ୍ୟ ମୁଁ ଗତକାଲି ପରୀକ୍ଷା କରିଥିଲି। ଆଜି ରିପୋର୍ଟ ପଜିଟିଭ୍ ଆସିଛି ବୋଲି ବରଗଡ଼ ଜିଲ୍ଲାପାଳ ମୋତେ ସୂଚନା କରିଛନ୍ତି। ସମ୍ବଲପୁର ଓ ବରଗଡ଼ ଜିଲ୍ଲାପାଳ ତଥା ଡ଼ାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ହୋମ୍ ଆଇସୋଲେସନରେ ଅଛି ଏବଂ ସୁସ୍ଥ ଅଛି।”

ସୂଚନାଯୋଗ୍ୟ, ଖାଲି ସୁରେଶ ପୂଜାରୀ ନୁହନ୍ତି, ଏହା ପୂର୍ବରୁ  ନୀଳଗିରି, ରେମୁଣା ଓ ସାଲେପୁର ବିଧାୟକ କରୋନାରେ ଆକ୍ରାନ୍ତ ହୋଇଥିଲେ। ସେହିପରି ବିଜେପିର ବରିଷ୍ଠ ନେତା ତଥା  କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବିଏସ ୟେଦୁରୁପା କରୋନାରେ ଆକ୍ରାନ୍ତ ହୋଇ ଚିକତ୍ସାଧୀନ ଅଛନ୍ତି। ନିକଟରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ  ଶିବରାଜ ସିଂହ ଚୌହାନ କରୋନାରେ ଆରୋଗ୍ୟ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos