କ’ଣ ପାଇଁ ଏ ମହାମିଳନ, ପଢନ୍ତୁ

ଭୁବନେଶ୍ୱର :(ଓଡ଼ିଶା ରିପୋର୍ଟର): ଆକାଶରେ ସୂର୍ଯ୍ୟ-ଚନ୍ଦ୍ର କେବେ ଏକାଠି ହୋଇ ନପାରନ୍ତି। ଜଣେ ଦିନରେ ଦେଖାଗଲେ ଆଉ ଜଣେ ସନ୍ଧ୍ୟା ହେଲେ ଉଭା ହୁଅନ୍ତି।  ଅବଶ୍ୟ ବିଜ୍ଞାନର ମତ ଭିନ୍ନ। ସୁକ୍ଷ୍ମ ଦୃଷ୍ଟିରେ ଆମେ ସମସ୍ତଙ୍କ ଉପସ୍ଥିତିକୁ ସବୁ ସମୟରେ ଦେଖିପାରୁନା।  କିନ୍ତୁ ରାଜନୀତିରେ ତାହା ସମ୍ଭବ। ଏଠି ଆପଣ ସବୁ ଦୃଶ୍ୟକୁ  ଖାଲି ଆଖିରେ ଦେଖିପାରିବେ। ବିନା ଦୂରବିକ୍ଷଣ ଯନ୍ତ୍ରରେ ଆପଣ ରାଜନୀତି ଆକାଶରେ ବିଭନ୍ନ ବିରଳ ଦୃଶ୍ୟ କ’ଣ ତା’ଠାରୁ ମହାଜାଗତିକ ଦୃଶ୍ୟ ମଧ୍ୟ […]

sc

Rakesh Mallick
  • Published: Tuesday, 27 March 2018
  • , Updated: 28 March 2018, 07:32 AM IST

ଭୁବନେଶ୍ୱର :(ଓଡ଼ିଶା ରିପୋର୍ଟର): ଆକାଶରେ ସୂର୍ଯ୍ୟ-ଚନ୍ଦ୍ର କେବେ ଏକାଠି ହୋଇ ନପାରନ୍ତି। ଜଣେ ଦିନରେ ଦେଖାଗଲେ ଆଉ ଜଣେ ସନ୍ଧ୍ୟା ହେଲେ ଉଭା ହୁଅନ୍ତି।  ଅବଶ୍ୟ ବିଜ୍ଞାନର ମତ ଭିନ୍ନ। ସୁକ୍ଷ୍ମ ଦୃଷ୍ଟିରେ ଆମେ ସମସ୍ତଙ୍କ ଉପସ୍ଥିତିକୁ ସବୁ ସମୟରେ ଦେଖିପାରୁନା।  କିନ୍ତୁ ରାଜନୀତିରେ ତାହା ସମ୍ଭବ। ଏଠି ଆପଣ ସବୁ ଦୃଶ୍ୟକୁ  ଖାଲି ଆଖିରେ ଦେଖିପାରିବେ। ବିନା ଦୂରବିକ୍ଷଣ ଯନ୍ତ୍ରରେ ଆପଣ ରାଜନୀତି ଆକାଶରେ ବିଭନ୍ନ ବିରଳ ଦୃଶ୍ୟ କ’ଣ ତା’ଠାରୁ ମହାଜାଗତିକ ଦୃଶ୍ୟ ମଧ୍ୟ ଦେଖିପାରିବେ। ଏହି ଯେମିତି ଗଞ୍ଜାମ ରାଜନୀତିର ଦୁଇ ହେବିୱେଟ ତଥା ପାରମ୍ପରିକ ବିରୋଧୀ ସୂର୍ଯ୍ୟ-ଚନ୍ଦ୍ର ଏକାଠି ହୋଇଛନ୍ତି। ଅର୍ଥାତ ବିଜେଡିର ବରିଷ୍ଠ ନେତା ତଥା ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଓ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଚନ୍ଦ୍ର ଶେଖର ସାହୁଙ୍କୁ  ଗୋଟିଏ ଜାଗାରେ ବସି ଥିବା ଦେଖିବାକୁ ମିଳଛି। କଥାଟି ହେଉଛି କଂଗ୍ରେସ ନେତା ଚନ୍ଦ୍ର ଶେଖର ସାହୁ ଦଳ ଛାଡ଼ି ବିଜେଡ଼ିରେ ମିଶିବାକୁ ଯାଉଛନ୍ତି। ସେଥିପାଇଁ ଏ ମିଳନ। ଅବଶ୍ୟ ରାଜନୀତିରେ କାଲି ଯିଏ ବୈରୀ ଆଜି ସିଏ ବନ୍ଧୁ। ସୂର୍ଯ୍ୟନାରାୟଣ ପାତ୍ର ଏବେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଥିବା ବେଳେ ଦିଗପହଣ୍ଡି ଆସନରୁ ବିଧାୟକ ଭାବେ ପ୍ରତିନିଧିତ୍ୱ କରୁଛନ୍ତି। ଗଞ୍ଜାମ ଜିଲ୍ଲାର ଜଣେ ଟାଣୁଆ ନେତା ଭାବେ ସେ ପୂର୍ବରୁ ବହୁ ଆସନରୁ ବିଧାୟକ ଭାବେ ଜିତିଛନ୍ତି।

ସେହିପରି କଂଗ୍ରେସ ନେତା ଚନ୍ଦ୍ରଶେଖର ସାହୁଙ୍କର ମଧ୍ୟ କିଛି କମ୍‌ କାର୍ତ୍ତି ନାହିଁ। ଚନ୍ଦ୍ରଶେଖର ବ୍ରହ୍ମପୁର ନିର୍ବାଚନମଣ୍ଡଳୀରୁ ୧୪ତମ ଲୋକ ସଭାରେ ୨୦୦୪ରେ କଂଗ୍ରେସ ତରଫରୁ ଏମପି ଭାବେ ନିର୍ବାଚିତ ହୋଇଥିଲେ। ଏଥିସହ କେନ୍ଦ୍ର ମନ୍ତ୍ରୀ ମଧ୍ୟ ହୋଇଥିଲେ। ପରେ ସେ ସିଧାନ୍ତ ମହାପାତ୍ରଙ୍କ ଠାରୁ ହାରିଯାଇଥିଲେ।  ସମୟକ୍ରମେ ଚନ୍ଦ୍ରଶେଖର କଂଗ୍ରେସରେ ଅଲୋଡ଼ା ହୋଇଯାଇଥିଲେ। ଏବେ ସେ ବିଜେଡି ଶିବିରକୁ ଡେଇଁବାକୁ ଯାଉଛନ୍ତି।

ଏନେଇ ବିଜେଡିର ବ୍ରହ୍ମପୁର ବିଧାୟକ ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ସ୍ପଷ୍ଟ ବି କରିଛନ୍ତି।  ବିଜେପି ରାଷ୍ଟ୍ରୀୟ  ଅଧ୍ୟକ୍ଷ ଅମିତ ଶାହ ଆସନ୍ତା ୪ ତାରିଖରେ ଓଡିଶା ଆସୁଥିବାରୁ ତାକୁ କାଉଣ୍ଟର କରିବାକୁ ସେଇଦିନ ବ୍ରହ୍ମପୁରରେ ବିଜେଡି ମିଶ୍ରଣ ପର୍ବ କରୁଥିବା ଚର୍ଚ୍ଚା ହେଉଛି। କେବଳ ଚନ୍ଦ୍ରଶେଖର ଏକା ନୁହନ୍ତି। ତାଙ୍କ ସହ ବିକ୍ରମ ପଣ୍ଡା ଓ ଭଗବାନ ଗନ୍ତାୟତ   ହାତ ଛାଡ଼ି ଶଙ୍ଖ ଧରିବାକୁ ଯାଉଛନ୍ତି ଗଞ୍ଜାମ ଜିଲ୍ଲାର ଏଇ ୩ ହେଭିୱେଟ୍ ନେତା।   ଆସନ୍ତା ୪ ତାରିଖ ମୁଖ୍ୟମନ୍ତ୍ରୀଙ୍କ ବ୍ରହ୍ମପୁର ଗସ୍ତ ସମୟରେ ଏମାନେ ଶଙ୍ଖ ଧରୁଥିବା ସ୍ପଷ୍ଟ କରିଛନ୍ତି ବ୍ରହ୍ଣପୁରର ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ।  ଏପରିକି ପିସିସି ଓ ବିଧାୟକ ଗୋଷ୍ଠୀ ମଧ୍ୟରେ ଲାଗି ରହିଥିବା ବିବାଦ କାରଣରୁ ମଧ୍ୟ କିଛି ବିଧାୟକ ବିଜେଡିରେ ଯୋଗ ଦେଉଥିବା ନେଇ ଚର୍ଚ୍ଚା ହେଉଛି।

Related story