ଚାଷୀ ବୃନ୍ଦା ଆତ୍ମହତ୍ୟା ପଛରେ ପ୍ରଦୀପ ପୂରୋହିତ!

Ordigital Desk
  • Published: Wednesday, 08 November 2017
  • , Updated: 08 November 2017, 06:08 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): &nbsp;ବରଗଡ଼ ଚାଷୀ ବୃନ୍ଦା ସାହୁଙ୍କ ଆତ୍ମହତ୍ୟା ପଛରେ ବିଜେପି ବିଧାୟକ ପ୍ରଦୀପ ପୂରୋହିତଙ୍କ ହାତ ଥାଇପାରେ। ଏପରି ଅଭିଯୋଗ ଆଣିଛନ୍ତି ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ।</p> <p>ମୃତ ବୃନ୍ଦାଙ୍କ ଭିଡିଓ ଭାଇରାଲ ହେବା ନେଇ ନୂଆ ଅଭିଯୋଗ ଆଣି ସୁଶାନ୍ତ କହିଛନ୍ତି, ନିର୍ଭୟ ଗୁପ୍ତା ନାମକ ଜଣେ ବିଜେପି କର୍ମୀ ଉସକାଇଛନ୍ତି। ନିର୍ଭୟଙ୍କ ପଛରେ ସ୍ଥାନୀୟ ବିଜେପିର ବଡ଼ନେତାଙ୍କ ହାତ ରହିଛି। ତେବେ କିଏ ଏହି ବଡ଼ ନେତା ବୋଲି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବିଜେପି ବିଧାୟକ ପ୍ରଦୀପ ପୁରୋହିତ ହୋଇଥାଇପାରନ୍ତି ବୋଲି କହିଛନ୍ତି ସୁଶାନ୍ତ।</p> <p>ଆଗକୁ ବିଜେପୁର ନିର୍ବାଚନ ଥିବାରୁ ଭୟଭୀତ ହୋଇ ବିଜେପି ଏମିତି କରିଥିବା ସେ ଅଭିଯୋଗ ଆଣିଛନ୍ତି। ଏହାର ପ୍ରତିବାଦରେ ଚାଷୀମାନେ ଏକାଠି ହୋଇ ଥାନାରେ ଅଭିଯୋଗ କରିବେ ବୋଲି ସେ କହିଛନ୍ତି।</p> <p>ଅନ୍ୟପକ୍ଷରେ ପ୍ରଦୀପ ପୂରୋହିତ କହିଛନ୍ତି, &ldquo;ସରକାର ଅନ୍ୟ ମୁଣ୍ଡରେ ଦୋଷ ଲଦିବାକୁ ବାଟ ଖୋଜୁଛନ୍ତି। ତଦନ୍ତ ହେଲେ ପ୍ରକୃତ ସତ୍ୟ ପଦାକୁ ଆସିବ।</p>

Related story