ପୁଲିସ କରୁଛି କି ନାଟ? କେବେ ବିଧା ଗୋଇଠା ମାରୁଛି, କେବେ ୫୦ ଟଙ୍କା ଦେଇ ଛାଡ଼ୁଛି!

କଟକ (ଓଡ଼ିଶା ରିପୋର୍ଟର): ଉଇ ସର୍ଭ ଆଣ୍ଡ ପ୍ରୋଟେକ୍ଟ। ଆମେ ସେବା ଦେଉ ଓ ସୁରକ୍ଷା ବି ଯୋଗାଉଛୁ। ଇଏ ହେଉଛି ରାଜ୍ୟ ପୁଲିସର ନାରା। ରାଜ୍ୟବାସୀଙ୍କ ସୁରକ୍ଷା ପାଇଁ ଏମିତି ସ୍ଲୋଗାନ ଦେଉଥିବା ପୁଲିସର ବାସ୍ତବ କାର୍ଯ୍ୟ ଶୈଳୀ କିନ୍ତୁ କିଛି ଅଲଗା। ଜଣେ ଅଭିଯୁକ୍ତଙ୍କୁ ଗିରଫର ୨୪ ଘଣ୍ଟା ପରେ ମଧ୍ୟ କୋର୍ଟ ଚାଲାଣ ନକରିବା ଏବଂ ତାଙ୍କୁ ଦୀର୍ଘ ଦିନ ଧରି ଅକଥନୀୟ ନିର୍ଯାତନା ଦେବାର କାହାଣୀ ଏହା ବୟାନ କରୁଛି। ସାମାନ୍ୟ […]

police

police

Manoranjan Sial
  • Published: Saturday, 11 January 2020
  • Updated: 11 January 2020, 06:54 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ଉଇ ସର୍ଭ ଆଣ୍ଡ ପ୍ରୋଟେକ୍ଟ। ଆମେ ସେବା ଦେଉ ଓ ସୁରକ୍ଷା ବି ଯୋଗାଉଛୁ। ଇଏ ହେଉଛି ରାଜ୍ୟ ପୁଲିସର ନାରା। ରାଜ୍ୟବାସୀଙ୍କ ସୁରକ୍ଷା ପାଇଁ ଏମିତି ସ୍ଲୋଗାନ ଦେଉଥିବା ପୁଲିସର ବାସ୍ତବ କାର୍ଯ୍ୟ ଶୈଳୀ କିନ୍ତୁ କିଛି ଅଲଗା। ଜଣେ ଅଭିଯୁକ୍ତଙ୍କୁ ଗିରଫର ୨୪ ଘଣ୍ଟା ପରେ ମଧ୍ୟ କୋର୍ଟ ଚାଲାଣ ନକରିବା ଏବଂ ତାଙ୍କୁ ଦୀର୍ଘ ଦିନ ଧରି ଅକଥନୀୟ ନିର୍ଯାତନା ଦେବାର କାହାଣୀ ଏହା ବୟାନ କରୁଛି। ସାମାନ୍ୟ ଚୋରି ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଏମିତି ହଲ୍ଲାପଟା କରୁଥିବା ସେ ନିଜେ ଆଜି ଗଣମାଧ୍ୟମକୁ କହିଛନ୍ତି।

ପୂରା ଘଟଣା ଏମିତି। ପୁରୀ ଜିଲ୍ଲା କୋଣାର୍କ ଅଞ୍ଚଳର ଆଲୋକ କୁମାର ସାହୁ(୨୨) ପେସାରେ ଜଣେ ଗାଡ଼ି ଚାଳକ। ଗତ ୧୨ ତାରିଖରେ ସେ ବ୍ରହ୍ମଗିରି ଅଞ୍ଚଳରେ ଥିଲେ। ବିଳମ୍ୱିତ ରାତିରେ ତାଙ୍କୁ ଘରୁ ଜଗତସିଂହପୁର ପୁଲିସର ସ୍ପେଶାଲ ସ୍କ୍ୱାଡ ଉଠାଇ ନେଇଥିଲା। ୪ରୁ ୫ ଜଣ ପୁଲିସ କର୍ମଚାରୀ ଏକ ଚୋରି ମାମଲାରେ ତାଙ୍କୁ ନେଇ ଆସି ରାସ୍ତା ମାଝିରେ ଗାଡ଼ି ରଖି ଅନ୍ଧାରିଆ ପ୍ରବଳ ମାଡ଼ ମାରିଥିଲେ। ସେହିଦିନ ରାତିରେ ତାଙ୍କୁ ଜଗତସିଂହପୁର ଜିଲ୍ଲା ବିରିଡି ଥାନାରେ ରଖିଥିଲେ। ସେଠାରେ ମଧ୍ୟ ତାଙ୍କୁ ପ୍ରବଳ ମାଡ଼ ମାରାଯାଇଥିଲା। ଗୋଇଠା ଓ ବିଧା, ଯିଏ ଯେମିତି ପାରିଲା ମାଡ଼ ମାରୁଥିଲା। ୧୪ ତାରିଖରେ ଆଲୋକଙ୍କ ବାପା ଖବର ପାଇ ବିରିଡ଼ିରେ ପହଞ୍ଚିଥିଲେ। ପୁଅକୁ ଛାଡ଼ିବା ପାଇଁ ପୁଲିସକୁ ଅନୁରୋଧ କରିଥିଲେ ମଧ୍ୟ କେହି ଶୁଣିନଥିଲେ। ଆଲୋକଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଥିଲା। ପୁଲିସଠାରୁ ନିରାଶ ହୋଇ ଘରକୁ ଫେରିଥିଲେ ତାଙ୍କ ବାପା।

ବିରିଡ଼ି ଥାନାରେ ଥିବା ବେଳେ ଆଲୋକଙ୍କ ଉପରେ ପ୍ରବଳ ମାଡ଼ ହୋଇଥିଲା। ଫଳରେ ସେ ଅସୁସ୍ଥ ହୋଇଥିଲେ। ପୁଲିସ ତାଙ୍କୁ ବିରିଡ଼ି ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ପରେ ପୁଲିସ ତାଙ୍କ ରଘୁନାଥପୁର ଥାନାକୁ ନେଇ ଯାଇଥିଲେ। ସେଠାରେ ତାଙ୍କୁ ଶୁଆଇ ଓ ପେଟେଇ ପୁଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ମାଡ଼ ମାରି ଝାଡ଼ା କରାଇ ଦେଇଥିଲେ। ପରେ ଗାମୁଛା ପିନ୍ଧାଇ ପୁଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ମାଡ଼ରେ ସେ ଚେତା ହରାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ଏହା ଭିତରେ ଆଲୋକଙ୍କ ବାପା ପୁଅକୁ ଦେଖା କରିବାକୁ ବିରିଡ଼ି ଥାନାକୁ ଯାଇଥିଲେ। ମାତ୍ର ପୁଲିସ ଆଲୋକଙ୍କ ସହିତ ଦେଖା କରାଇବା ପରିବର୍ତ୍ତେ ଏ ଥାନା ସେ ଥାନା ବୁଲାଇଥିଲେ। ସବୁଆଡୁ ନିରାଶ ହୋଇ ଆଲୋକଙ୍କ ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଗତକାଲି ଦୁଇ ଜଣ ଅଧିକାରୀ ଆଲୋକଙ୍କ ଘରକୁ ଯାଇଥିଲେ। ୧୦ ଲକ୍ଷ ଟଙ୍କା ଦେଇ ମାମଲା ରଫାଦଫା କରିବାକୁ ଦୁଇ ଅଧିକାରୀ ଆଲୋକଙ୍କ ବାପାଙ୍କୁ କହିଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଆଲୋକଙ୍କ ବାପା ଚିନ୍ତାରେ ପଡ଼ି ଯାଇଥିଲେ।

ଅନ୍ୟପକ୍ଷରେ ଆଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଇଥିବାରୁ ପୁଲିସ ତାଙ୍କୁ କଟକ ବଡ଼ ମେଡିକାଲ୍‌ର ଆଇସିୟୁରେ ଭର୍ତ୍ତି କରିଥିଲା। ସେଠାରେ ଆଇସିୟୁରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କ ଉପରେ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ଦୁଇ ପୁଲିସ ଆଲୋକଙ୍କୁ ଆଇସିୟୁରୁ ଧରି ଗେଟ୍‌ ବାହାରକୁ ଆଣିଥିଲେ। ୫୦ ଟଙ୍କା ଦେଇ ଘରକୁ ଯିବା ପାଇଁ କହିଥିଲେ। ଏତେ ରାତି କେଉଁଠିକି ଯିବେ ଆଲୋକ, ଭାବି ପାରିଲେ ନାହିଁ। କଟକ ବଡ଼ ଡାକ୍ତରଖାନା ମୁଖ୍ୟ ଗେଟ୍‌ ସାମ୍ନାରେ ଥିବା ଏକ ଦୋକାନରୁ ଆଜି ଭୋର୍‌ ସମୟରେ ସେ ଘରକୁ ଫୋନ୍‌ କରି ପୂରା ଘଟଣା କହିଥିଲେ। ତାଙ୍କ ବାପା କଟକରେ ପହଞ୍ଚି ତାଙ୍କୁ ନେଇ ଜଣେ ଆଇନ୍‌ଜୀବୀଙ୍କ ପାଖରେ ପହଞ୍ଚିଥିଲେ। ଏ ସମ୍ପର୍କରେ ପୁଲିସ ଜାଣିପାରି ସେଠାରୁ ତାଙ୍କୁ ନେବା ପାଇଁ ଉଦ୍ୟମ କରୁଥିଲା। ମାତ୍ର ବିରୋଧ ହେବାରୁ ପୁଲିସ ଚୁପ୍‌ଚାପ୍‌ ଫେରିଯାଇଛି। ଆଜି ସକାଳେ ଆଲୋକ ଆଇସିୟୁରେ ନଥିବା ଜାଣିବା ପରେ ପୁଲିସ କହିଥିଲା ଯେ ସେ ହ୍ୟାଣ୍ଡକଫ୍‌ ଛାଡ଼ି ଫେରାର ହୋଇଯାଇଛି।

ଏନେଇ ଜଗତସିଂହପୁର ଥାନା ପୁଲିସ ପ୍ରତିକ୍ରିୟା ମିଳିପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story