ଆମେ ଧାର୍ଯ୍ୟ କରିଥିବା ରେଟ୍‌ରେ ପନିପରିବା କିଣ, ନହେଲେ ଗଞ୍ଜେଇ ଚାଷ କରିବୁ

ମାଲକାନଗିରି(ଜିତେନ୍ଦ୍ର ବେଉରା): ଆମେ ଧାର୍ଯ୍ୟ କରିଥିବା ଦରରେ ପନିପରିବା କିଣିଲେ ଗଞ୍ଜେଇ ଚାଲ କରିବୁନାହିଁ। ନହେଲେ ଗଞ୍ଜେଇ ଚାଷ କରିବୁ। ଆଜି ପ୍ରଜା ମେଳି କରି ଏପରି ଚେତାବନୀ ଦେଇଛନ୍ତି ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳର ଆଦିବାସୀ। ପୁଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ବେଆଇନ୍‌ ଗଞ୍ଜେଇ ଚାଷକୁ ନଷ୍ଟ କରୁଥିବା ବେଳେ ଆଦିବାସୀଙ୍କ ଏପରି ଚେତାବନୀ ରାଜ୍ୟ ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ସାଜିଛି। ଧୂଳିପୁଟ ଓ ରାଲେଗଡ଼ ପଞ୍ଚାୟତର ପ୍ରାୟ ୩୦ରୁ ଅଧିକ […]

Malkangiri

Malkangiri

Manoranjan Sial
  • Published: Thursday, 25 November 2021
  • Updated: 25 November 2021, 11:00 PM IST

ମାଲକାନଗିରି(ଜିତେନ୍ଦ୍ର ବେଉରା): ଆମେ ଧାର୍ଯ୍ୟ କରିଥିବା ଦରରେ ପନିପରିବା କିଣିଲେ ଗଞ୍ଜେଇ ଚାଲ କରିବୁନାହିଁ। ନହେଲେ ଗଞ୍ଜେଇ ଚାଷ କରିବୁ। ଆଜି ପ୍ରଜା ମେଳି କରି ଏପରି ଚେତାବନୀ ଦେଇଛନ୍ତି ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳର ଆଦିବାସୀ। ପୁଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ବେଆଇନ୍‌ ଗଞ୍ଜେଇ ଚାଷକୁ ନଷ୍ଟ କରୁଥିବା ବେଳେ ଆଦିବାସୀଙ୍କ ଏପରି ଚେତାବନୀ ରାଜ୍ୟ ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ସାଜିଛି।

ଧୂଳିପୁଟ ଓ ରାଲେଗଡ଼ ପଞ୍ଚାୟତର ପ୍ରାୟ ୩୦ରୁ ଅଧିକ ଗାଁର ଶତାଧିକ ଆଦିବାସୀ ମେଳି କରିଛନ୍ତି। ମେଳି ପୂର୍ବରୁ ସେମାନେ ଶୋଭାଯାତ୍ରା କରି ପ୍ରଶାସନର ଗଞ୍ଜେଇ ଚାଷ ଉଚ୍ଛେଦ ଅଭିଯାନକୁ ଜୋରଦାର ବିରୋଧ କରିଛନ୍ତି। ତା’ସହିତ ସେମାନେ ଦାବି କରିଛନ୍ତି, ଗଞ୍ଜେଇ ଏବେ ସବୁଠୁ ଲାଭଜନକ ଚାଷ। ଅର୍ଥ ଉପାର୍ଜନର ମୁଖ୍ୟ ଉତ୍ସ ପାଲଟିଛି। ଏପରି ସ୍ଥିତି ଗଞ୍ଜେଇ ଗଛ ନଷ୍ଟ କରାଯାଉଥିବାରୁ ଏହାର ପ୍ରଭାବ ପରିବାର ଉପରେ ପଡ଼ୁଛି ବୋଲି ଆଦିବାସୀମାନେ ଅଭିଯୋଗ କରିଛନ୍ତି।

ସେପଟେ ଦେଖିବାକୁ ଗଲେ ସ୍ୱାଭିମାନ ଅଞ୍ଚଳ ପାହାଡ଼ିଆ ଓ ଜଙ୍ଗଲ ଜମି ହୋଇଥିବାରୁ ସେଠି ଫସଲ ଠିକ୍‌ରେ ହେଉନାହିଁ। ଯେଉଁ ପନିପରିବା ଓ ପାହାଡ଼ିଆ ଫସଲ ହେଉଛି, ତା’ର ଉଚିତ ମୂଲ୍ୟ ମିଳୁନାହିଁ। ତେଣୁ ବାଧ୍ୟ ହୋଇ ଗଞ୍ଜେଇ ଚାଷକୁ ଭରସା କରୁଛନ୍ତି। ଏଥିସହ ଆଦିବାସୀମାନେ ଉତ୍ପାଦିତ କରୁଥିବା ବିଭିନ୍ନ ସାମଗ୍ରୀର ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି।

ତାଙ୍କ କହିବା ଅନୁସାରେ ହଳଦୀ କିଲୋ ପିଛା ୩୦୦ଶହ ଟଙ୍କା, ତେନ୍ତୁଳି କିଲୋ ପିଛା ୧୦୦ ଟଙ୍କା, ଗୋଲମରିଚ କିଲୋ ପିଛା ୧୦୦୦ ଟଙ୍କା, କାନ୍ଦୁଲଡାଲି କିଲୋ ପିଛା ୨୦୦ ଟଙ୍କା, ବାଦାମ କିଲୋ ପିଛା ୨୦୦ ଟଙ୍କା, ମାଣ୍ଡିଆ କିଲୋ ପିଛା ୫୦ ଟଙ୍କା, ଅଦା କିଲୋ ପିଛା ୧୫୦ ଟଙ୍କା, ଫୁଲଝାଡୁ ଗୋଟାକୁ ୧୫୦ ଟଙ୍କା ଓ କଫି କିଲୋପିଛା ୫୦୦ ଟଙ୍କା ଧାର୍ଯ୍ୟ କରିଛନ୍ତି। ଏହି ରେଟରେ ଜିନିଷ କିଣାଗଲେ ଆଉ ଗଞ୍ଜେଇ ଚାଷ କରିବେ ନାହିଁ ବୋଲି ସ୍ୱାଭିମାନ ଅଞ୍ଚଳର ଆଦିବାସୀମାନେ ରୋକ୍‌ଠୋକ୍‌ ଭାବେ ଶୁଣାଇ ଦେଇଛନ୍ତି।

ସେପଟେ ସ୍ୱାଭିମାନ ଅଞ୍ଚଳକୁ ଗୁରୁପ୍ରିୟା ସେତୁ ହେବା ପରଠାରୁ ନକ୍ସଲ କାର୍ଯ୍ୟକଳାପ କମିଛି। ତାହା ସହିତ ଆଦିବାସୀ କରୁଥିବା ବେଆଇନ୍‌ ଗଞ୍ଜେଇ ଚାଷର ମୂଳପୋଛ ପାଇଁ ଅହରହ ଉଦ୍ୟମ ଚାଲିଛି। ତଥ୍ୟ ଅନୁସାରେ ପୁଲିସ ଓ ଅବକାରୀ ପ୍ରଶାସନର ମିଳିତ ଭାବେ ଅଦ୍ୟାବଧି ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ୨୪୩ ଏକର ଜମିରେ ଗଞ୍ଜେଇ ଚାଷ ନଷ୍ଟ କରି ସାରିଲାଣି। ଏହି ଅଭିଯାନ ଆସନ୍ତା ଜାନୁଆରୀ ପର୍ଯ୍ୟନ୍ତ ଚାଲିବ।

ଏପଟେ ସରକାରଙ୍କ ସଚେତନତା ଫଳରେ ବହୁ ସ୍ଥାନରେ ଲୋକ ଗଞ୍ଜେଇ ଚାଷ ଛାଡ଼ି ପନିପରିବା ଓ ଅନ୍ୟାନ୍ୟ ପରାମ୍ପରିକ କୃଷି କରିବାକୁ  ମନ ବଳାଇଛନ୍ତି। ତାସତ୍ତ୍ୱେ ଲାଭ ଅଧିକ ମିଳୁଥିବାରୁ ଅନେକ ଅଞ୍ଚଳରେ ଗଞ୍ଜେଇ ଚାଷରୁ ମୁହଁ ଫେରାଉ ନାହାନ୍ତି ଆଦିବାସୀ। ତେଣୁ ଏଭଳି ସ୍ଥିତିରେ ଅଦିବାସୀଙ୍କ ଜୀବନ ଓ ଜୀବୀକାକୁ ଲକ୍ଷ୍ୟ ରଖି ପ୍ରଶାସନିକ ସ୍ତରରେ ଉଦ୍ୟମ କରାଯିବା ସହ ସେମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀର ମଧ୍ୟ ସଠିକ ବିକ୍ରି ବଟା ବ୍ୟବସ୍ଥା କରାଯାଉଥିବା କହିଛନ୍ତି ମାଲକାନଗିରି ଅବକାରୀ ଅଧିକ୍ଷକ ଅରୁଣ କୁମାର ପାଢ଼ୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story