ସ୍ୱାଧୀନତା ଦିବସରେ ଜିଲ୍ଲା ମୁଖ୍ୟାଳୟରେ ପତାକା ଉତ୍ତୋଳନ ପାଇଁ ମନ୍ତ୍ରୀଙ୍କ ତାଲିକା ଘୋଷିତ

ଭୁବନେଶ୍ୱର: ଅଗଷ୍ଟ ୧୫ ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ପତାକା ଉତ୍ତୋଳନ କରିବେ। ଏହାସହ ବିଭିନ୍ନ ଜିଲ୍ଲା ମୁଖ୍ୟାଳୟରେ ପତାକା ଉତ୍ତୋଳନ କରିବାକୁ ଥିବା ମନ୍ତ୍ରୀମାନଙ୍କ ତାଲିକା ପ୍ରକାଶ ପାଇଛି। ସମ୍ବଲପୁରରେ ପ୍ରଦୀପ ଅମାତ, ବାଲେଶ୍ୱରରେ ଦାମୋଦର ରାଉତ ଏବଂ ନବରଙ୍ଗପୁରରେ ସଞ୍ଜୟ ଦାସବର୍ମା ପତାକା ଉତ୍ତୋଳନ କରିବେ। ମୟୂରଭଞ୍ଜରେ ପୁଷ୍ପେନ୍ଦ୍ର ସିଂହଦେଓ, ପୁରୀରେ ଦେବୀ ମିଶ୍ର, କଟକରେ ବିକ୍ରମ କେଶରୀ ଆରୁଖ ଏବଂ କେନ୍ଦୁଝରରେ ଯୋଗେନ୍ଦ୍ର ବେହେରା ପତାକା ଉତ୍ତୋଳନ କରିବେ। ଭଦ୍ରକରେ […]

sachibalaya

Rakesh Mallick
  • Published: Wednesday, 10 August 2016
  • , Updated: 10 August 2016, 10:42 PM IST

ଭୁବନେଶ୍ୱର: ଅଗଷ୍ଟ ୧୫ ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ପତାକା ଉତ୍ତୋଳନ କରିବେ। ଏହାସହ ବିଭିନ୍ନ ଜିଲ୍ଲା ମୁଖ୍ୟାଳୟରେ ପତାକା ଉତ୍ତୋଳନ କରିବାକୁ ଥିବା ମନ୍ତ୍ରୀମାନଙ୍କ ତାଲିକା ପ୍ରକାଶ ପାଇଛି।

ସମ୍ବଲପୁରରେ ପ୍ରଦୀପ ଅମାତ, ବାଲେଶ୍ୱରରେ ଦାମୋଦର ରାଉତ ଏବଂ ନବରଙ୍ଗପୁରରେ ସଞ୍ଜୟ ଦାସବର୍ମା ପତାକା ଉତ୍ତୋଳନ କରିବେ। ମୟୂରଭଞ୍ଜରେ ପୁଷ୍ପେନ୍ଦ୍ର ସିଂହଦେଓ, ପୁରୀରେ ଦେବୀ ମିଶ୍ର, କଟକରେ ବିକ୍ରମ କେଶରୀ ଆରୁଖ ଏବଂ କେନ୍ଦୁଝରରେ ଯୋଗେନ୍ଦ୍ର ବେହେରା ପତାକା ଉତ୍ତୋଳନ କରିବେ। ଭଦ୍ରକରେ ଅତନୁ ସବ୍ୟସାଚୀ ନାୟକ, ଜଗତସିଂହପୁରରେ ଅଶୋକ ପଣ୍ଡା, କେନ୍ଦ୍ରାପଡାରେ ଉଷା ଦେବୀ ଏବଂ କଳାହାଣ୍ଡିରେ ପ୍ରଫୁଲ୍ଲ ମଲ୍ଲିକ ପତାକା ଉତ୍ତୋଳନ କରିବେ। ମାଲକାନଗିରିରେ ଲାଲବିହାରୀ ହିମିରିକା, ସୁନ୍ଦରଗଡ଼ରେ ସୁଦାମ ମାରାଣ୍ଡି, ଢେଙ୍କାନାଳରେ ପ୍ରଦୀପ ମହାରଥୀ, ଅନୁଗୋଳରେ ଅରୁଣ ସାହୁ ପତାକା ଉତ୍ତୋଳନ କରିବେ। କନ୍ଧମାଳରେ ରମେଶ ମାଝି ଏବଂ କୋରାପୁଟରେ ପ୍ରଣବ ପ୍ରକାଶ ଦାସ ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ରହିଛି।

Related story