ଦର୍ଶକଙ୍କ ହୃଦୟ ଜିତୁ ଥିବା ତବଲା ବାଦକ ରାଧାକାନ୍ତ ନନ୍ଦ ହାରିଗଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ଆଉ ଶୁଭିବନି ତାଙ୍କ ତବଲାର ସ୍ୱର। ସବୁବେଳେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଦ କରି ଆସୁଥିବା ତାଙ୍କ ଯାଦୁକରୀ ହାତ ଆଜି ନିରବି ଯାଇଛି। ଅନେକ ଜଣାଶୁଣା ଭଜନ ଓ ଗୀତରେ ଚମତ୍କାର ତବଲା ବାଦ୍ୟ କରି ଦର୍ଶକଙ୍କ ହୃଦୟକୁ ଜିତି ପାରିଥିବା ଲୋକପ୍ରିୟ ବାଦ୍ୟ ରାଧାକାନ୍ତ ନନ୍ଦ ଆଜି ହାରି ଯାଇଛନ୍ତି। ୬୩ବର୍ଷରେ ତାଙ୍କର ପରଲୋକ ହୋଇଛି। କର୍କଟ ରୋଗ ସହ ଯୁଝି ଯୁଝି ଶେଷରେ ସେ ଆରପାରିକୁ ଚାଲିଯାଇଛନ୍ତି। ଶନିବାର କଟକରେ ଚିକିତ୍ସାଧୀନ ଅବସ୍ଥାରେ […]

4321

Tapas Behera
  • Published: Saturday, 30 November 2019
  • , Updated: 30 November 2019, 05:29 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ଆଉ ଶୁଭିବନି ତାଙ୍କ ତବଲାର ସ୍ୱର। ସବୁବେଳେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଦ କରି ଆସୁଥିବା ତାଙ୍କ ଯାଦୁକରୀ ହାତ ଆଜି ନିରବି ଯାଇଛି। ଅନେକ ଜଣାଶୁଣା ଭଜନ ଓ ଗୀତରେ ଚମତ୍କାର ତବଲା ବାଦ୍ୟ କରି ଦର୍ଶକଙ୍କ ହୃଦୟକୁ ଜିତି ପାରିଥିବା ଲୋକପ୍ରିୟ ବାଦ୍ୟ ରାଧାକାନ୍ତ ନନ୍ଦ ଆଜି ହାରି ଯାଇଛନ୍ତି। ୬୩ବର୍ଷରେ ତାଙ୍କର ପରଲୋକ ହୋଇଛି। କର୍କଟ ରୋଗ ସହ ଯୁଝି ଯୁଝି ଶେଷରେ ସେ ଆରପାରିକୁ ଚାଲିଯାଇଛନ୍ତି। ଶନିବାର କଟକରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ରାଧାକାନ୍ତ ନନ୍ଦ ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ। ଗତକାଲି ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ କଟକର ଏକ ଘରୋଇ ହସ୍ପିଟାଲ ଭର୍ତ୍ତି କରାଯାଇଥିଲା। ଆଜି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଓଡ଼ିଶାର ପ୍ରମୁଖ ବାଦକମାନଙ୍କ ମଧ୍ୟରେ ବାଦକ ରାଧାକାନ୍ତ ଥିଲେ ଜଣେ ଅନନ୍ୟ ପ୍ରତିଭା । ତାଙ୍କର ବାଦନ ଶୈଳୀ ଖୁବ୍‌ ଚମତ୍କାର ଥିଲା। ସେ ଶତାଧିକ ଓଡ଼ିଆ କ୍ୟାସେଟ୍‌ରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ।

କଟକର ଆଲିଶା ବଜାରରେ ରହୁଥିବା ରାଧାକାନ୍ତଙ୍କର ଦୁଇ ପୁତ୍ର, ପୁତ୍ରବଧୂ ଓ ପତ୍ନୀ ଅଛନ୍ତି। ନିକଟରେ ତାଙ୍କୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ପୁରସ୍କାର ପ୍ରଦାନ କରାଯାଇଥିଲା।  ତାଙ୍କ ବଡ଼ପୁଅ ବିଭୁକିଶୋର ନନ୍ଦ କହିଛନ୍ତି ଯେ, ତାଙ୍କ ବାପା ବର୍ଷେ ହେଲା ଏହି ରୋଗରେ ଚିକିତ୍ସାଧୀନ ଥିଲେ। ତେବେ ଗତ ୬-୭ ଦିନ ହେବ ଅଧିକ ଗୁରୁତର ହୋଇପଡ଼ିଥିଲେ। ଆଜି ତାଙ୍କର ମୃତ୍ୟୁ ଘଟିଥିଲା।

Related story