୨୦୨୩ ସୁଦ୍ଧା କାର୍ଯ୍ୟକ୍ଷମ ହେବ ତାଳଚେର ସାର କାରଖାନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୨୩ ମସିହା ସେପ୍ଟେମ୍ବର ସୁଦ୍ଧା ପରୀକ୍ଷାମୂଳକ ଭାବେ କାର୍ଯ୍ୟକ୍ଷମ ହେବ ତାଳଚେର ସାର କାରଖାନା। ଏଠାରୁ ବାର୍ଷିକ ୧୨ ଲକ୍ଷ ୭୦ ହଜାର ମେଟ୍ରିକ ଟନ ନିମ୍ବ ଆସ୍ତରଣ ବିଶିଷ୍ଟ ୟୁରିଆ ଉତ୍ପାଦନ ହେବ। ଆଜି ଏହି କଥା କହିଛନ୍ତି କେନ୍ଦ୍ର ସାର ମନ୍ତ୍ରାଳୟ ସଚିବ ଛବିଳେନ୍ଦ୍ର ରାଉଳ। ସେ କହିଛନ୍ତି ଯେ, ଏହି କାରଖାନାରୁ ଦୈନିକ ୨ ହଜାର ୨୦୦ ଟନ୍ ଆମୋନିଆ ଓ ୩୮୫୦ ମେଟ୍ରିକ୍ ଟନ୍ ୟୁରିଆ ଉତ୍ପାଦନ ହେବ। […]

sara00

Tapaswini Nayak
  • Published: Monday, 20 January 2020
  • , Updated: 20 January 2020, 02:55 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୨୩ ମସିହା ସେପ୍ଟେମ୍ବର ସୁଦ୍ଧା ପରୀକ୍ଷାମୂଳକ ଭାବେ କାର୍ଯ୍ୟକ୍ଷମ ହେବ ତାଳଚେର ସାର କାରଖାନା। ଏଠାରୁ ବାର୍ଷିକ ୧୨ ଲକ୍ଷ ୭୦ ହଜାର ମେଟ୍ରିକ ଟନ ନିମ୍ବ ଆସ୍ତରଣ ବିଶିଷ୍ଟ ୟୁରିଆ ଉତ୍ପାଦନ ହେବ। ଆଜି ଏହି କଥା କହିଛନ୍ତି କେନ୍ଦ୍ର ସାର ମନ୍ତ୍ରାଳୟ ସଚିବ ଛବିଳେନ୍ଦ୍ର ରାଉଳ।

ସେ କହିଛନ୍ତି ଯେ, ଏହି କାରଖାନାରୁ ଦୈନିକ ୨ ହଜାର ୨୦୦ ଟନ୍ ଆମୋନିଆ ଓ ୩୮୫୦ ମେଟ୍ରିକ୍ ଟନ୍ ୟୁରିଆ ଉତ୍ପାଦନ ହେବ। ଏହାବ୍ୟତୀତ ୧୦୦ ମେଟ୍ରିକ୍ ଟନ୍ ଅତିରିକ୍ତ ସଲଫର୍ ଉତ୍ପାଦନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।

କେନ୍ଦ୍ର ସଚିବ ଆହୁରି କହିଛନ୍ତି ଯେ, ତାଳଚେରରେ ଗଚ୍ଛିତ ପ୍ରଚୁର ପରିମାଣର କୋଇଲାକୁ ପରିବେଶ ବୈକଳ୍ପିକ ଉପଯୋଗ କରାଯିବ। ଫଳରେ୨ ଦଶମିକ ୩୮ ମିଲିୟନ କ୍ୟୁବିକ ମିଟର ପ୍ରାକୃତିକ ଗ୍ୟାସ ମଧ୍ୟ ଉତ୍ପାଦନ ହେବ। ଏହା ଫଳରେ LPG ଆମଦାନୀ ଖର୍ଚ୍ଚ ବହୁଳ ଭାବରେ ହ୍ରାସ ପାଇବ। କାରଖାନା ନିର୍ମାଣ ସମୟରେ ପାଖାପାଖି ୧୦ ହଜାର ନିଯୁକ୍ତି ସୁଯୋଗ ପାଇବେ ଓ କାର୍ଯ୍ୟକ୍ଷମ ହେବା ପରେ ପ୍ରାୟ ଆଉ ୪ ହଜାର ଲୋକଙ୍କୁ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ନିଯୁକ୍ତି ମିଳିପାରିବ।

ନିର୍ମାଣ ପାଇଁ ବର୍ତ୍ତମାନ ସୁଦ୍ଧା ୮ ହଜାର କୋଟି ଟଙ୍କାର ଚୁକ୍ତି କରାଯାଇଛି। ନିଜସ୍ୱ କୋଇଲା ଖଣି ମଧ୍ୟ ଆବଣ୍ଟିତ ହୋଇସାରିଛି ବୋଲି ସଚିବ ଛବିଳେନ୍ଦ୍ର ରାଉଳ କହିଛନ୍ତି।

Related story