ମନ୍ତ୍ରୀଙ୍କ ଘରକୁ ଟମାଟୋ ମାଡ଼

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର):ପୁରୀ ଗଣ ଦୁଷ୍କର୍ମ ମାମଲାରେ ତାତି ଉଠିଛନ୍ତି ବିରୋଧୀ। ଛାତ୍ର କଂଗ୍ରେସ ପକ୍ଷରୁ ଘଟଣାର ଦୃଢ ପ୍ରତିବାଦ କରାଯାଇଛି। ଆଜି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଭୁବନେଶ୍ୱର ସରକାରୀ ବାସଭବନ ଉପରକୁ ଟମାଟୋ ମାଡ଼ କରିଛି ଛାତ୍ର କଂଗ୍ରେସ। ଏହି ଘଟଣାରେ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଛାତ୍ର କଂଗ୍ରେସର ସଦସ୍ୟ ଏହି ଟମାଟୋ ମାଡ଼ କରିଛନ୍ତି । ଏମିତିକି ଇସ୍ତଫା ନଦେଲେ ଆଗକୁ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଅଣ୍ଡା ମାଡ଼ କରିବା ବୋଲି ଚେତାବନୀ ଦେଇଛି […]

34455-34

Tapas Behera
  • Published: Wednesday, 04 December 2019
  • , Updated: 04 December 2019, 03:40 PM IST

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର):ପୁରୀ ଗଣ ଦୁଷ୍କର୍ମ ମାମଲାରେ ତାତି ଉଠିଛନ୍ତି ବିରୋଧୀ। ଛାତ୍ର କଂଗ୍ରେସ ପକ୍ଷରୁ ଘଟଣାର ଦୃଢ ପ୍ରତିବାଦ କରାଯାଇଛି। ଆଜି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଭୁବନେଶ୍ୱର ସରକାରୀ ବାସଭବନ ଉପରକୁ ଟମାଟୋ ମାଡ଼ କରିଛି ଛାତ୍ର କଂଗ୍ରେସ। ଏହି ଘଟଣାରେ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଛାତ୍ର କଂଗ୍ରେସର ସଦସ୍ୟ ଏହି ଟମାଟୋ ମାଡ଼ କରିଛନ୍ତି ।

ଏମିତିକି ଇସ୍ତଫା ନଦେଲେ ଆଗକୁ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଅଣ୍ଡା ମାଡ଼ କରିବା ବୋଲି ଚେତାବନୀ ଦେଇଛି ଛାତ୍ର କଂଗ୍ରେସ।  ପୁଲିସ ପହଞ୍ଚି  ଛାତ୍ର କଂଗ୍ରେସର ପ୍ରାୟ ୧୫ରୁ ୨୦ ଜଣ ସଦସ୍ୟଙ୍କୁ ଅଟକ ରଖିଛି । ତେବେ ଏ ସମ୍ପର୍କରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Related story