ଟାଙ୍ଗି ରେଲୱେ ଓଭରବ୍ରିଜ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଦାବି

ଭୁବନେଶ୍ୱର: ବିଜୁ ଜନତା ଦଳର ବରିଷ୍ଠ ନେତା ତଥା କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା କଟକ ଜିଲ୍ଲା ଟାଙ୍ଗୀଠାରେ ପ୍ରସ୍ତାବିତ ରେଲୱେ ଓଭରବ୍ରିଜ ପ୍ରକଳ୍ପର ନକ୍ସାକୁ ମଞ୍ଜୁର କରିବାକୁ ଦାବି କରିଛନ୍ତି । ଏ ନେଇ ସେ ରେଳବାଇ ବୋର୍ଡର ଇଂଜିନିୟରିଂ ସଦସ୍ୟ ଭି.କେ. ଗୁପ୍ତାଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ସାଂସଦ ପଣ୍ଡା ଗୁପ୍ତାଙ୍କୁ ଲେଖିଥିବା ପତ୍ରରେ ଜଣାଇଛନ୍ତି ଯେ, ଏହି ପ୍ରକଳ୍ପର ନକ୍ସା ଦୀର୍ଘ ଏକବର୍ଷ ହେବ ଇଷ୍ଟକୋଷ୍ଟ ରେଲୱେର ଖୋର୍ଦ୍ଧା ଡିଭିଜିନାଲ ମ୍ୟାନେଜରଙ୍କ ନିକଟରେ […]

BAIJAYANT

BAIJAYANT

Rakesh Mallick
  • Published: Wednesday, 17 June 2015
  • Updated: 17 June 2015, 01:31 PM IST

Sports

Latest News

ଭୁବନେଶ୍ୱର: ବିଜୁ ଜନତା ଦଳର ବରିଷ୍ଠ ନେତା ତଥା କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା କଟକ ଜିଲ୍ଲା ଟାଙ୍ଗୀଠାରେ ପ୍ରସ୍ତାବିତ ରେଲୱେ ଓଭରବ୍ରିଜ ପ୍ରକଳ୍ପର ନକ୍ସାକୁ ମଞ୍ଜୁର କରିବାକୁ ଦାବି କରିଛନ୍ତି । ଏ ନେଇ ସେ ରେଳବାଇ ବୋର୍ଡର ଇଂଜିନିୟରିଂ ସଦସ୍ୟ ଭି.କେ. ଗୁପ୍ତାଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ସାଂସଦ ପଣ୍ଡା ଗୁପ୍ତାଙ୍କୁ ଲେଖିଥିବା ପତ୍ରରେ ଜଣାଇଛନ୍ତି ଯେ, ଏହି ପ୍ରକଳ୍ପର ନକ୍ସା ଦୀର୍ଘ ଏକବର୍ଷ ହେବ ଇଷ୍ଟକୋଷ୍ଟ ରେଲୱେର ଖୋର୍ଦ୍ଧା ଡିଭିଜିନାଲ ମ୍ୟାନେଜରଙ୍କ ନିକଟରେ ମଞ୍ଜୁର ପାଇଁ ପଡି ରହିଛି ।

ସୂଚନାଯୋଗ୍ୟ ଯେ, ୨୦୧୩ ନଭେମ୍ବର ୨୮ ତାରିଖରେ ସାଂସଦ ପଣ୍ଡା ପୂର୍ତ୍ତ ବିଭାଗ, ଜାତୀୟ ରାଜପଥ ଓ ରେଳବାଇର ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଏଥିରେ କୌଣସି ନିର୍ମିତ ପ୍ରକଳ୍ପକୁ ନ ଭାଙ୍ଗି, ଲୋକଙ୍କୁ ବିସ୍ଥାପିତ ନ କରି ଓ ଅତି କମ ଚାଷ ଓ ସରକାରୀ ଜମି ଅଧିଗ୍ରହଣ କରିବା ଦିଗରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ହୋଇଥିଲା । ତଦନୁଯାୟୀ ଡିପିଆଇ ଏବଂ ରୋଡ ମୁଖ୍ୟଯନ୍ତ୍ରୀ ଏକ ନକ୍ସା ପ୍ରସ୍ତୁତ କରି ଜାତୀୟ ରାଜପଥ ପ୍ରକଳ୍ପ ଅଧିକାରୀଙ୍କୁ ପଠାଇଥିଲେ । ନକ୍ସାରେ ସାମାନ୍ୟ ପରିବର୍ତ୍ତନ କରାଯାଇ ଏହାକୁ ମଞ୍ଜୁର ପାଇଁ ଇଷ୍ଟକୋଷ୍ଟ ରେଲୱେ ଖୋର୍ଦ୍ଧା ଡିଭିଜିନାଲ ମ୍ୟାନେଜରଙ୍କ ନିକଟକୁ ପଠାଇଥିଲେ । ସେହିପରି ପୂର୍ତ୍ତ ବିଭାଗ ଜମି ଅଧିଗ୍ରହଣ, ସାମାଜିକ ଓ ପରିବେଶ ଉପରେ ଏହାର ପ୍ରଭାବ ସମ୍ବନ୍ଧୀୟ ଏକ ପ୍ରସ୍ତାବ କଟକ ଜମି ଅଧିଗ୍ରହଣ କାର୍ଯ୍ୟାଳୟ ନିକଟରେ ଦାଖଲ କରିଛନ୍ତି ଓ ଜମି ଅଧିଗ୍ରହଣ ବାବଦ ଖର୍ଚ୍ଚ ମଧ୍ୟ ପଇଠ କରିଛନ୍ତି । ଏହାସତ୍ତ୍ୱେ ପ୍ରକଳ୍ପ ନକ୍ସା ରେଳବାଇ ମଞ୍ଜୁର କରି ନ ଥିବାରୁ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଅହେତୁକ ବିଳମ୍ବ ହେଉଥିବା ଶ୍ରୀ ପଣ୍ଡା ଦର୍ଶାଇଛନ୍ତି । ଏହାକୁ ତୁରନ୍ତ ମଞ୍ଜୁର କରିବା ସହ ଏଥିପାଇଁ ଆବଶ୍ୟକ ଅର୍ଥର ବ୍ୟୟ ବରାଦ କରିବା ପାଇଁ ଗୁପ୍ତାଙ୍କୁ ସେ ଅନୁରୋଧ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos