ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ନୂଆବର୍ଷ ୨୦୧୮ ଜାନୁଆରି ମାସରେ ଆସୁଛି ‘ତରଙ୍ଗ ସିନେ ପ୍ରଡକ୍ସନ’ର ନୂଆ ଓଡ଼ିଆ ଫିଲ୍ମ ‘ହାପି-ଲକି’। ଏହା ହେଉଛି ‘ତରଙ୍ଗ’ର ଏକାଦଶ ଫିଲ୍ମ। ଆଜି ଏହି ନୂଆ ଫିଲ୍ମର ଶୁଭ ମହୁରତ ଭୁବନେଶ୍ୱରର ଟଙ୍କପାଣି ରୋଡ଼ସ୍ଥିତ ସାଈ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି। ସୁଧାଂଶୁ ସାହୁଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେବାକୁ ଯାଉଥିବା ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଆସିବେ ସମ୍ବିତ, ସସ୍ମିତା, ଜ୍ୟୋତି, ଏଲିନା, ବବି ମିଶ୍ର, ପ୍ରଦ୍ୟୁମ୍ନ ଲେଙ୍କା ଓ ତ୍ରିଭୁବନ।
ଏମାନଙ୍କ ସହ ଅତିଥି କଳାକାର ଭାବେ ଦେଖାଦେବେ ଭେଟେରାନ୍ ମିହିର ଦାସ। ଫିଲ୍ମଟିରେ କାହାଣୀ ଓ ନିର୍ଦ୍ଦେଶନା ଦାୟିତ୍ୱ ସୁଧାଂଶୁ ସାହୁ ନେଇଥିବା ବେଳେ, ସ୍କ୍ରିନ୍ପ୍ଲେ ଲେଖିବେ ଦେବୀଦତ୍ତ ମହାନ୍ତି। ଡାଏଲଗ୍ ଲେଖିବେ ସଂଜୟ ମହାକୁଲ ଓ ଦେବୀଦତ୍ତ ମହାନ୍ତି। ଫିଲ୍ମଟିରେ ମ୍ୟୁଜିକ୍ ଦେବେ ପ୍ରେମ ଆନନ୍ଦ ଏବଂ ଗୀତ ଲେଖିବେ ବସନ୍ତରାଜ ସାମଲ, ସୁବ୍ରତ ସ୍ୱାଇଁ ଓ ଦେବୀଦତ୍ତ ମହାନ୍ତି।
ସେହିପରି କୋରିଓଗ୍ରାଫିରେ ଅମିତ ଓ ଅସିମ୍, ଫାଇଟ୍ରେ ରାଜେଶ କାନନ, କ୍ୟାମେରା- ଭଗତ ସିଂହ, ଏଡିଟର- ସୁକୁମାର ମଣି, ପବ୍ଲିସିଟି ହେଡ୍- ତ୍ରିଭୁବନ ପଣ୍ଡା, ଡିଷ୍ଟ୍ରିବ୍ୟୁସନ୍ ହେଡ୍- ମନୋଜ ମିଶ୍ର, ଲାଇନ୍ ପ୍ରଡ୍ୟୁସର- ପ୍ରଦ୍ୟୁମ୍ନ ଲେଙ୍କା, ଷ୍ଟିଲ୍ ଫଟୋଗ୍ରାଫି- ନିହାର ବିଶ୍ୱାଳ, ପୋଷ୍ଟର ଡିଜାଇନ୍- ରାଜ୍ (ତରଙ୍ଗ), ଗ୍ରାଫିକ୍ସ- ତିସକ ରୟ, କଷ୍ଟ୍ୟୁମ୍- ସନ୍ତୋଷ ବେହେରା, ମେକପ୍- କପରିତା ଦାସ ଏବଂ ପ୍ରଡକ୍ସନ ମ୍ୟାନେଜର- ଋତୁରାଜ ଓ ଦେବ ରଣା। ରଞ୍ଜନ ଶତପଥୀ ଫିଲ୍ମଟିର କ୍ରିଏଟିଭ୍ ହେଡ୍ ଅଛନ୍ତି।
ତରଙ୍ଗ ଫିଲ୍ମ ପ୍ରଡକସନ୍ର ଫିଲ୍ମ
୧- ଇସ୍କ ତୁ ହି ତୁ
୨- ଗପ ହେଲେ ବି ସତ
୩- ଜଗା ହାତରେ ପଘା
୪- ତୁ କହିବୁ ନା ମୁଁ
୫- ଲଭ୍ ଷ୍ଟେସନ୍
୬- ଲଭ୍ ପାଇଁ କୁଛଭି କରେଗା
୭- ତୁ ମୋ ଲଭ୍ ଷ୍ଟୋରୀ
୮- ସିଷ୍ଟର ଶ୍ରୀଦେବୀ
୯- ଅଭୟ
୧୦- ହିରୋ ନଂ. ୧