କାଉନସିଲରଙ୍କ ସ୍ୱାମୀଙ୍କୁ ହତ୍ୟା

ସୋନପୁର(ଓଡ଼ିଶା ରିପୋର୍ଟର): ସୁବର୍ଣ୍ଣପୁର ଜିଲ୍ଲା ତରଭା ଏନଏସିର ୧୦ ନମ୍ବର ୱାର୍ଡର କାଉନସିଲରଙ୍କ ସ୍ୱାମୀଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ସଞ୍ଜୀବ ଗୁରୁ। ଏନେଇ କାଉନସିଲର ନଳିନୀ ନାଏକ ତରଭା ଥାନାରେ ଅଭିଯୋଗ କରିଛନ୍ତି। ଗତକାଲି ରାତିରେ ଘର ନିକଟରେ ଥିବା ଅନ୍ୟ ଏକ ଘରେ ସଞ୍ଜୀବ ଏକା ଶୋଇଥିଲେ। ଏହି ସମୟରେ କେହି ଦୁର୍ବୃତ୍ତ ଆସି ତାଙ୍କୁ ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିଲା। ପରେ […]

sonepur

Tapaswini Nayak
  • Published: Sunday, 08 May 2022
  • , Updated: 08 May 2022, 02:04 PM IST

ସୋନପୁର(ଓଡ଼ିଶା ରିପୋର୍ଟର): ସୁବର୍ଣ୍ଣପୁର ଜିଲ୍ଲା ତରଭା ଏନଏସିର ୧୦ ନମ୍ବର ୱାର୍ଡର କାଉନସିଲରଙ୍କ ସ୍ୱାମୀଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ସଞ୍ଜୀବ ଗୁରୁ। ଏନେଇ କାଉନସିଲର ନଳିନୀ ନାଏକ ତରଭା ଥାନାରେ ଅଭିଯୋଗ କରିଛନ୍ତି।

ଗତକାଲି ରାତିରେ ଘର ନିକଟରେ ଥିବା ଅନ୍ୟ ଏକ ଘରେ ସଞ୍ଜୀବ ଏକା ଶୋଇଥିଲେ। ଏହି ସମୟରେ କେହି ଦୁର୍ବୃତ୍ତ ଆସି ତାଙ୍କୁ ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିଲା। ପରେ ଘଟଣାସ୍ଥଳରୁ ଚମ୍ପଟ ମାରି ପଳାଇଥିଲା।

ଆଜି ସଞ୍ଜୀବଙ୍କ ମୃତଦେହ ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ପରିବାର ଲୋକେ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

ସଞ୍ଜୀବଙ୍କୁ କିଏ ଓ କାହିଁକି ହତ୍ୟା କଲା, ତାହା ଜଣାପଡ଼ିନି। ଏହା ରାଜନୀତିକ ହତ୍ୟାକାଣ୍ଡ ନା ଆଉ କିଛି କାରଣ ରହିଛି, ତାହା ପୁଲିସ୍‌ର ତଦନ୍ତ ପରେ ଜଣାପଡ଼ିବ।

Related story