ହସ୍ତାନ୍ତର ହେଲା ନୀଳାଚଳ ଇସ୍ପାତ ମାଲିକାନା, ୧୨୧୦୦ କୋଟିରେ ନେଲା ଟାଟା ଷ୍ଟିଲ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ ୪ଟି ଓ ଓଡ଼ିଶା ସରକାରଙ୍କ ୨ଟି ଉଦ୍ୟୋଗର ମିଳିତ ମାଲିକାନାରେ ଥିବା ଯାଜପୁରର କଳିଙ୍ଗନଗରସ୍ଥିତ ନୀଳାଚଳ ଇସ୍ପାତ ନିଗମର ୯୩.୭୧% ଅଂଶଧନକୁ ଆଜି ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟସ ଲିଃ ହସ୍ତାନ୍ତର ହୋଇଛି । ମୋଟ୍ ୧୨୧୦୦କୋଟି ଟଙ୍କା ଦେଇ ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟସ ଲିଃ ଏହି ଅଂଶଧନକୁ କ୍ରୟ କରିଛି । ଏହା ସହିତ ଆଜି ନୀଳାଚଳ ଇସ୍ପାତ ନିଗମ ଲିମିଟେଡରୁ ରଣନୀତିକ ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟା ଶେଷ […]

Nilachalaispat

Nilachalaispat

Niranjan Mishra
  • Published: Monday, 04 July 2022
  • Updated: 04 July 2022, 07:38 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ ୪ଟି ଓ ଓଡ଼ିଶା ସରକାରଙ୍କ ୨ଟି ଉଦ୍ୟୋଗର ମିଳିତ ମାଲିକାନାରେ ଥିବା ଯାଜପୁରର କଳିଙ୍ଗନଗରସ୍ଥିତ ନୀଳାଚଳ ଇସ୍ପାତ ନିଗମର ୯୩.୭୧% ଅଂଶଧନକୁ ଆଜି ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟସ ଲିଃ ହସ୍ତାନ୍ତର ହୋଇଛି । ମୋଟ୍ ୧୨୧୦୦କୋଟି ଟଙ୍କା ଦେଇ ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟସ ଲିଃ ଏହି ଅଂଶଧନକୁ କ୍ରୟ କରିଛି । ଏହା ସହିତ ଆଜି ନୀଳାଚଳ ଇସ୍ପାତ ନିଗମ ଲିମିଟେଡରୁ ରଣନୀତିକ ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇଛି ।
ଆଜି ଭୁବନେଶ୍ୱରରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଅନ୍ତର୍ଗତ ଡିଆଇପିଏମ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦିଆଯାଇଛି । ନୀଳାଚଳ ଇସ୍ପାତ ନିଗମ ଲିମିଟେଡ (ଏନଆଇଏନଏଲ) ଚାରଟି କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗର ମିଳିତ ସହଯୋଗରେ ପ୍ରତିଷ୍ଠା ହୋଇଥିଲା । ଏଥିରେ ଏମଏମଟିସିର ୪୯.୭୮% , ଏନଏମଡିସିର ୧୦.୧୦% , ବିଏଚଇଏଲର ୦.୬୮% ଓ ମେକନର ୦.୬୮ ପ୍ରତିଶତ ଅଂଶଧନ ଥିବାବେଳେ ଓଡ଼ିଶା ସରକାରଙ୍କ ଦୁଇଟି ଉଦ୍ୟୋଗ ଓଏମସିର ୨୦.୪୭% ଓ ଇପିକଲର ୧୨% ଅଂଶଧନ ରହିଥିଲା । ନୀଳାଚଳ ଇସ୍ପାତ ନିଗମର ଏହି ଅଂଶୀଦାରମାନଙ୍କୁ ଟାଟା ଷ୍ଟଲ ଲଙ୍ଗ ପ୍ରଡକ୍ଟ ମୋଟ ୧୨, ୧୦୦ କୋଟି ଟଙ୍କା ପ୍ରଦାନ କରିଛି । ଅଂଶଧନ କ୍ରୟ ରାଜିନାମା(ଏସପିଏ)ର ସର୍ତ୍ତ ଅନୁସାରେ ଏହି ଅର୍ଥ କର୍ମଚାରୀଙ୍କ ପ୍ରାପ୍ୟ ପ୍ରଦାନ, କାର୍ଯ୍ୟ ପରିଚାଳନା ପାଇଁ ଋଣ ପ୍ରଦାନ, ଋଣଦାତା ଓ ବିକ୍ରେତାଙ୍କ ପ୍ରାପ୍ୟ ପ୍ରଦାନ ସହ ଅଂଶପତ୍ରଧାରୀ ବିକ୍ରେତାଙ୍କ ଇକ୍ୟୁଟି ସକାଶେ ଖର୍ଚ୍ଚ କରାଯାଇଛି ।
ସୂଚନାଯୋଗ୍ୟ, ବାର୍ଷିକ ୧.୧ ନିୟୁତ ଟନ୍ ଉତ୍ପାଦନର କ୍ଷମତା ବିଶିଷ୍ଟ ମେଗା ଇସ୍ପାତ କାରଖାନା ନୀଳାଚଳ ଇସ୍ପାତ ନିଗମରୁ ପୁଞ୍ଜି ପ୍ରତ୍ୟାହାର ଓ ବିକ୍ରୟ ନିମନ୍ତେ ୨୦୨୨ ଜାନୁୟାରୀ ୩୧ରେ ନିଲାମ ଡକା ହୋଇଥିଲା । ସେଥିରେ ଟାଟା କମ୍ପାନୀ (ଟାଟା ଷ୍ଟିଲ ଲଂଗ ପ୍ରଡକ୍ଟ ଲିମିଟେଡ) ସର୍ବାଧିକ ଅର୍ଥ ଦେବାର ପ୍ରସ୍ତାବ ଦେବାପରେ ଏହି କମ୍ପାନୀକୁ ୨୦୨୨ ଫେବୃୟାରୀ ୨ତାରିଖରେ ଲେଟର ଅଫ ଆୱାର୍ଡ ପ୍ରଦାନ କରାଯାଇଥିଲା । ପରିଚାଳନା ତ୍ରୁଟି ଯୋଗୁ ନୀଳାଚଳ ଇସ୍ପାତ ନିଗମ ବ୍ୟାପକ କ୍ଷତି ସହିଥିଲା ଓ ୨୦୨୦ ମାର୍ଚ୍ଚ ୩୦ରେ କମ୍ପାନୀର ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । କମ୍ପାନୀ ଉପରେ ୨୦୨୧ ମାର୍ଚ୍ଚ ୩୧ତାରିଖ ସୁଦ୍ଧା ଋଣ ବୋଝ ୬୬୦୦କୋଟି ଟଙ୍କା ରହିଛି । ଏଥିରେ ପ୍ରମୋଟରଙ୍କ ୪୧୧୬କୋଟି ଓ ବ୍ୟାଙ୍କର ଋଣ ୧୭୪୧କୋଟି ଟଙ୍କା ସାମିଲ ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story