ଆଲ୍‌ବମ୍‌ ଶୁଟିଂ ଦେଖାଇବାକୁ ନେଇ ଛାତ୍ରୀଙ୍କୁ ଜଙ୍ଗଲରେ ଦୁଷ୍କର୍ମ!

କୁଚିଣ୍ଡା (ଦେବେନ୍ଦ୍ର ବେହେରା): ଗୁରୁ-ଶିଷ୍ୟ ସମ୍ପର୍କରେ ଲାଗିଛି କଳଙ୍କ। ସମ୍ୱଲପୁରୀ ଆଲ୍‌ବମ୍‌ ଶୁଟିଂ ଦେଖାଇବାକୁ ନେଇ ଜଣେ ଛାତ୍ରୀଙ୍କୁ ଜଙ୍ଗଲରେ ଶିକ୍ଷକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଯାହାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଘୂରି ବୁଲୁଛି। ଏପରି ଅଭିଯୋଗ ସମ୍ୱଲପୁର ଜିଲ୍ଲାରୁ ଆସିଛି। ଏନେଇ କୁଚିଣ୍ଡା ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୂରା ଘଟଣା ଏମିତି। ଗତ ୧୧ ତାରିଖରେ ଜଣେ ନାବାଳିକା ଛାତ୍ରୀ […]

aaa

Manoranjan Sial
  • Published: Wednesday, 17 July 2019
  • , Updated: 17 July 2019, 04:58 PM IST

କୁଚିଣ୍ଡା (ଦେବେନ୍ଦ୍ର ବେହେରା): ଗୁରୁ-ଶିଷ୍ୟ ସମ୍ପର୍କରେ ଲାଗିଛି କଳଙ୍କ। ସମ୍ୱଲପୁରୀ ଆଲ୍‌ବମ୍‌ ଶୁଟିଂ ଦେଖାଇବାକୁ ନେଇ ଜଣେ ଛାତ୍ରୀଙ୍କୁ ଜଙ୍ଗଲରେ ଶିକ୍ଷକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଯାହାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଘୂରି ବୁଲୁଛି। ଏପରି ଅଭିଯୋଗ ସମ୍ୱଲପୁର ଜିଲ୍ଲାରୁ ଆସିଛି। ଏନେଇ କୁଚିଣ୍ଡା ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ପୂରା ଘଟଣା ଏମିତି। ଗତ ୧୧ ତାରିଖରେ ଜଣେ ନାବାଳିକା ଛାତ୍ରୀ ଚାଲି ଚାଲି କଲେଜ ଯାଉଥିଲେ। ଏହି ସମୟରେ ରାସ୍ତାରେ ତାଙ୍କର ହାଇସ୍କୁଲ ଶିକ୍ଷକଙ୍କ ସହ ଦେଖା ହୋଇଥିଲା। ଆଉ ସାର୍‌ ତାଙ୍କୁ କଲେଜରେ ଛାଡ଼ି ଦେବେ ବୋଲି କହିବାରୁ ତାଙ୍କ ସହିତ ଛାତ୍ରୀ ଜଣକ ଯାଇଥିଲେ। ରାସ୍ତାରେ ଗଲା ବେଳେ ଛାତ୍ରୀଙ୍କ ମନରେ ବିଶ୍ୱାସ ଜମାଇବା ପାଇଁ ସାର୍‌ ତାଙ୍କୁ ପାଠ ସମ୍ପର୍କରେ ନାନା କଥା ପଚାରିଥିଲେ। ଆଉ ଜଣେ ଭଲ ଛାତ୍ରୀ ଭାବେ ସେ ସବୁ ଉତ୍ତର ଦେଇଥିଲେ।

କିଛି ବାଟ ଗଲା ପରେ ତାଙ୍କର ଗୋଟିଏ ସମ୍ୱଲପୁରୀ ଆଲ୍‌ବମ୍‌ ଶୁଟିଂ ହେଉଛି କହି ତାକୁ ଦେଖିବା ପାଇଁ ଛାତ୍ରୀଙ୍କୁ ଶିକ୍ଷକ କହିଥିଲେ। ଆଉ ସାର୍‌ଙ୍କ କଥାରେ ବିଶ୍ୱାସ କରି ଛାତ୍ରୀ ଜଣକ ଶୁଟିଂ ଦେଖିବା ପାଇଁ ଶିକ୍ଷକଙ୍କ ସହ ଯାଇଥିଲେ। ଆଲ୍‌ବମ୍‌ ଶୁଟିଂ ଦେଖାଇବା ପରିବର୍ତ୍ତେ ସାର ଜଙ୍ଗଲ ଭିତରେ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଉଭୟ ଜଙ୍ଗଲରୁ ଫେରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ହାବୁଡ଼ରେ ପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଅଟକାଇ ନାନା ପ୍ରଶ୍ନ ପଚାରିଥିଲେ। ଯାହାର ଉତ୍ତର ଶିକ୍ଷକ ବା ଛାତ୍ରୀ କେହି ଦେଇପାରିନଥିଲେ। ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଘୂରି ବୁଲୁଛି।

ଗତ ୧୪ ତାରିଖରେ ଏହି ଭିଡିଓ ଭାଇରାଲ ହେବା ପରେ ଛାତ୍ରୀ ଜଣକ ଗତକାଲି କୁଚିଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ବର୍ତ୍ତମାନ ଅଭିଯୁକ୍ତ ଶିକ୍ଷକ ଫେରାର ଅଛନ୍ତି। ତାଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଅନ୍ୟପକ୍ଷରେ ପୁଲିସ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରିଛି

Related story