ଛାତ୍ରଙ୍କୁ ନିର୍ଧୁମ ପିଟିଲେ ଶିକ୍ଷକ, ଥାନାରେ ମାମଲା

ସୁନ୍ଦରଗଡ଼ (ଓଡ଼ିଶା ରିପୋର୍ଟର): ଶିକ୍ଷାନୁଷ୍ଠାନରେ ପିଲାଙ୍କୁ ମାଡ ମରାଯିବ ନାହିଁ। ଏଥିପାଇଁ ସମସ୍ତ ଶିକ୍ଷାନୁଷ୍ଠାନକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରାଯାଇଛି। ହେଲେ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅନ୍ତର୍ଗତ ଟିମନା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ଛାତ୍ରଙ୍କୁ ଶିକ୍ଷକ ମାଡ ମାରିଥିବା ଅଭିଯୋଗ ହୋଇଛି। ଏନେଇ ଛାତ୍ରଙ୍କ ମାଆ ବଡ଼ଗାଁ ଥାନାରେ ଲିଖିତ ଅଭିଯୋଗ କରିଚନ୍ତି। ଛାତ୍ରଙ୍କ ମାଆ କହିଛନ୍ତି, ତାଙ୍କ ପୁଅ କ୍ଲାସରେ ବସିଥିବା ବେଳେ ଶିକ୍ଷକ ତାକୁ ନିର୍ଧୁମ ବାଡେଇଥିଲେ। ତାକୁ ପ୍ରଥମେ […]

student

Rakesh Mallick
  • Published: Wednesday, 01 November 2017
  • , Updated: 01 November 2017, 05:22 PM IST

ସୁନ୍ଦରଗଡ଼ (ଓଡ଼ିଶା ରିପୋର୍ଟର): ଶିକ୍ଷାନୁଷ୍ଠାନରେ ପିଲାଙ୍କୁ ମାଡ ମରାଯିବ ନାହିଁ। ଏଥିପାଇଁ ସମସ୍ତ ଶିକ୍ଷାନୁଷ୍ଠାନକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରାଯାଇଛି। ହେଲେ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅନ୍ତର୍ଗତ ଟିମନା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ଛାତ୍ରଙ୍କୁ ଶିକ୍ଷକ ମାଡ ମାରିଥିବା ଅଭିଯୋଗ ହୋଇଛି। ଏନେଇ ଛାତ୍ରଙ୍କ ମାଆ ବଡ଼ଗାଁ ଥାନାରେ ଲିଖିତ ଅଭିଯୋଗ କରିଚନ୍ତି।

ଛାତ୍ରଙ୍କ ମାଆ କହିଛନ୍ତି, ତାଙ୍କ ପୁଅ କ୍ଲାସରେ ବସିଥିବା ବେଳେ ଶିକ୍ଷକ ତାକୁ ନିର୍ଧୁମ ବାଡେଇଥିଲେ। ତାକୁ ପ୍ରଥମେ ଚିକିତ୍ସା ପାଇଁ ଏକମା ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ବଡଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି।

Related story