କ୍ଲାସ୍‌ରେ ଶୋଇପଡ଼ିଲେ ମାଧବ ସାର୍‌; ପିଲା ଡାକିଲେ ବୋଲି ନିର୍ଘାତ ପିଟିଲେ

ନରସିଂହପୁର (ସର୍ବେଶ୍ୱର ସ୍ୱାଇଁ): ସାର୍‌ ପାଠ ପଢ଼ାଇବେ କ‘ଣ କ୍ଲାସ୍‌ ରୁମ୍‌ରେ ଶୋଇ ପଡିଲେ! ପିଲାମାନେ ଡାକି ଦେବାରୁ ନିଘୋଡ଼ ନିଦରେ ଶୋଇଥିବା ସାର୍‌ ଚିହିଁକି ଉଠିଲେ। ଆଉ ପିଲାମାନଙ୍କୁ ନିର୍ଘାତ ପିଟିଲେ। ଏପରି ଘଟଣା କଟକ ଜିଲ୍ଲା ନରସିଂହପୁର ବ୍ଲକ ଅଞ୍ଚଳରେ ଘଟିଛି। ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ସାର୍‌ ଭୁଲ ମାଗିବା ସହିତ ଭବିଷ୍ୟତରେ ଏମିତି କରିବେ ନାହିଁ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି। ନରସିଂହପୁର ଥାନା ଅନ୍ତର୍ଗତ ଦେବଭୂମି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ […]

Madhab-Sir

Madhab-Sir

Manoranjan Sial
  • Published: Sunday, 10 July 2022
  • Updated: 10 July 2022, 11:53 AM IST

Sports

Latest News

ନରସିଂହପୁର (ସର୍ବେଶ୍ୱର ସ୍ୱାଇଁ): ସାର୍‌ ପାଠ ପଢ଼ାଇବେ କ‘ଣ କ୍ଲାସ୍‌ ରୁମ୍‌ରେ ଶୋଇ ପଡିଲେ! ପିଲାମାନେ ଡାକି ଦେବାରୁ ନିଘୋଡ଼ ନିଦରେ ଶୋଇଥିବା ସାର୍‌ ଚିହିଁକି ଉଠିଲେ। ଆଉ ପିଲାମାନଙ୍କୁ ନିର୍ଘାତ ପିଟିଲେ। ଏପରି ଘଟଣା କଟକ ଜିଲ୍ଲା ନରସିଂହପୁର ବ୍ଲକ ଅଞ୍ଚଳରେ ଘଟିଛି। ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ସାର୍‌ ଭୁଲ ମାଗିବା ସହିତ ଭବିଷ୍ୟତରେ ଏମିତି କରିବେ ନାହିଁ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି।

ନରସିଂହପୁର ଥାନା ଅନ୍ତର୍ଗତ ଦେବଭୂମି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟର ଏକମାତ୍ର ଶିକ୍ଷୟିତ୍ରୀ ଶୁଭଲକ୍ଷ୍ମୀ ଦେହୁରୀ ମଧ୍ୟାହ୍ନ ଭୋଜନ ଟଙ୍କା ଉଠାଇବା ପାଇଁ ବ୍ୟାଙ୍କ ଯାଇଥିଲେ। ତେଣୁ ଦେବଭୂମି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମାଧବ ରାଉତଙ୍କୁ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟକୁ ଗୋଟିଏ ଦିନ ପାଇଁ ଡେପୁଟେସନ୍‌ରେ ପଠା ଯାଇଥିଲା। ସେ ସ୍କୁଲରେ ପହଞ୍ଚି ପିଲାମାନଙ୍କୁ ପାଠ ପଢ଼ାଇବେ କଣ କ୍ଲାସ୍‌ ରୁମ୍‌ରେ ଶୋଇ ପଡ଼ିଥିଲେ। ଘୁଙ୍ଗୁଡି ମାରୁଥିବା ଅଭିଯୋଗ ହେଉଛି। ସେହି ସମୟରେ ୫ ଜଣ ଛାତ୍ର ଶୌଚ ପାଇଁ ସାରଙ୍କୁ ଅନୁମତି ମାଗିଥିଲେ। ନିଘୋଡ଼ ନିଦରେ ଶୋଇଥିବା ସାର୍‌ ଶୌଚ ଯିବାକୁ ପିଲାଙ୍କୁ ଅନୁମତି ଦେଇଥିଲେ। ହେଲେ ତାଙ୍କ ନିଦ ଭାଙ୍ଗି ଯାଇଥିବାରୁ ରାଗି ଯାଇଥିଲେ।

ପିଲାମାନେ ଶୌଚ ସାରି କ୍ଲାସ୍‌କୁ ଆସିବା ପରେ ଆରମ୍ଭ ହୋଇଥିଲା ନିର୍ଘାତ ମାଡ଼। ଜଣେ ପରେ ଜଣେ ୫ ଜଣ ଛାତ୍ରଙ୍କୁ ଡାଙ୍ଗରେ ନିର୍ଘାତ ମାଡ଼ ମାରିଥିଲେ ମାଧବ ସାର। ମାଡ଼ରେ ଛାତ୍ରଙ୍କ ପିଠିରେ ରୁଳା ପଡ଼ିଥିବା ଦେଖିବାକୁ ମିଳିଛି। ପିଲାମାନେ ଏନେଇ ଅଭିଭାବକଙ୍କୁ ଜଣାଇଥିଲେ। ଏହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ତେବେ ଘଟଣାକୁ ନେଇ ମାଡ଼ ମାରିଥିବା ମାଧବ ସାର ସ୍ୱୀକାର କରିଥିବା ବେଳେ ନିଜ ଭୁଲ ପାଇଁ ପଶ୍ଚାତାପ କରିଥିଲେ। ଭବିଷ୍ୟରେ ଏପରି ଭୁଲ ଦୋହରାଇବେ ନାହିଁ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ।

ସେପଟେ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଭାବକମାନେ ନରସିଂହପୁର ବ୍ଲକ ଶିକ୍ଷା ଅଧିକାରୀଙ୍କ ପାଖରେ ଦାବି କରିଛନ୍ତି। ବ୍ଲକ ଶିକ୍ଷାଅଧିକାରୀ ସ୍କୁଲରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos