ଡିଇଓଙ୍କ କ୍ୱାର୍ଟର୍ସରେ ଝୁଲିପଡ଼ିଲେ ଶିକ୍ଷକ

କୋରାପୁଟ (ସୂର୍ଯ୍ୟନାରାୟଣ ପଣ୍ଡା): କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କ କ୍ୱାର୍ଟର୍ସରେ ଝୁଲି ପଡ଼ିଲେ ଶିକ୍ଷକ। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ କେଉଁ କାରଣରୁ ସେ ଝୁଲି ପଡ଼ିଲେ, ତାହା ଜଣାପଡ଼ି ନାହିଁ। ଦଶମନ୍ତପୁର ବ୍ଲକ ଚିକାମ୍ୱା ପ୍ରାଥମିକ ସ୍କୁଲର ଚିତ୍ତ ପଣ୍ଡା ଡିଇଓଙ୍କ କାର୍ଯ୍ୟାଳୟରେ ଡେପୁଟେସନ୍‌ରେ ନିୟୋଜିତ ହୋଇଥିଲେ। ସବୁଦିନ ପରି ଆଜି ଡିଇଓଙ୍କ କାର୍ଯ୍ୟାଳୟକୁ ଆସି କାମ କରୁଥିଲେ। ତେବେ ଆଜି ଡିଇଓ ପ୍ରମୋଦ କିଶୋର ପଣ୍ଡା ଅଫିସିଆଲ୍‌ […]

teacher-suicide-in-koraput-deo-office-quarter

Manoranjan Sial
  • Published: Sunday, 08 December 2019
  • , Updated: 09 December 2019, 10:06 AM IST

କୋରାପୁଟ (ସୂର୍ଯ୍ୟନାରାୟଣ ପଣ୍ଡା): କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କ କ୍ୱାର୍ଟର୍ସରେ ଝୁଲି ପଡ଼ିଲେ ଶିକ୍ଷକ। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ କେଉଁ କାରଣରୁ ସେ ଝୁଲି ପଡ଼ିଲେ, ତାହା ଜଣାପଡ଼ି ନାହିଁ।

ଦଶମନ୍ତପୁର ବ୍ଲକ ଚିକାମ୍ୱା ପ୍ରାଥମିକ ସ୍କୁଲର ଚିତ୍ତ ପଣ୍ଡା ଡିଇଓଙ୍କ କାର୍ଯ୍ୟାଳୟରେ ଡେପୁଟେସନ୍‌ରେ ନିୟୋଜିତ ହୋଇଥିଲେ। ସବୁଦିନ ପରି ଆଜି ଡିଇଓଙ୍କ କାର୍ଯ୍ୟାଳୟକୁ ଆସି କାମ କରୁଥିଲେ। ତେବେ ଆଜି ଡିଇଓ ପ୍ରମୋଦ କିଶୋର ପଣ୍ଡା ଅଫିସିଆଲ୍‌ ଟୁର୍‌ରେ ବୈପାରିଗୁଡ଼ା ଯାଇଥିଲେ। ଆଉ ଗଲା ବେଳେ ନିଜ କ୍ୱାର୍ଟର୍ସର ଚାବି ଚିତ୍ତଙ୍କୁ ଦେଇଥିଲେ।

ଆଜି ଅଫିସ ଟାଇମ୍‌ ହୋଇଥିଲେ ମଧ୍ୟ ଚିତ୍ତଙ୍କ ଦେଖା ମିଳିନଥିଲା। ତେଣୁ ସାଥୀ କର୍ମଚାରୀମାନେ ତାଙ୍କୁ ଫୋନ୍‌ କରିଥିଲେ। ମାତ୍ର ସେ ଫୋନ୍‌ ଗ୍ରହଣ କରିନଥିଲେ। ପରେ ଚିତ୍ତଙ୍କୁ ଡିଇଓଙ୍କ କ୍ୱାର୍ଟର୍ସରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ଆଉ କ୍ୱାର୍ଟର୍ସର କବାଟ ଭିତର ପାର୍ଶ୍ୱରୁ ବନ୍ଦ ରହିଥିଲା। ଝରକା ପାର୍ଶ୍ୱରୁ ଦେଖି ସାଥୀ କର୍ମଚାରୀମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Related story