ସ୍କୁଲରେ ମଧ୍ୟାହ୍ନ ଭୋଜନ ଦେବେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍କୁଲ୍‌ ଗୁଡ଼ିକରୁ ଏଣିକି ମଧ୍ୟାହ୍ନ ଭୋଜନ ଦାୟିତ୍ୱରୁ ମୁକ୍ତ ହେବେ ଶିକ୍ଷକ। ଏବେ ମଧ୍ୟାହ୍ନ ଭୋଜନ କଥା ବୁଝିବେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ। ମିଶନ ଶକ୍ତି ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ଏନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପ୍ରାଥମିକ ଭାବେ ଶହେରୁ ଅଧିକ ପିଲା ଥିବା ସ୍କୁଲରେ ମଧ୍ୟାହ୍ନ ଭୋଜନର ଦାୟିତ୍ୱ SHG ନେବ। DEOଙ୍କ ଜରିଆରେ SHG ଗ୍ରୁପ୍‌ ମଧ୍ୟାହ୍ନ ଭୋଜନ ବାବଦ ଅର୍ଥ ପାଇବେ। ମଧ୍ୟାହ୍ନ ଭୋଜନ ବିତରଣ […]

midday-meal

Manoranjan Sial
  • Published: Thursday, 28 November 2019
  • , Updated: 28 November 2019, 05:18 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍କୁଲ୍‌ ଗୁଡ଼ିକରୁ ଏଣିକି ମଧ୍ୟାହ୍ନ ଭୋଜନ ଦାୟିତ୍ୱରୁ ମୁକ୍ତ ହେବେ ଶିକ୍ଷକ। ଏବେ ମଧ୍ୟାହ୍ନ ଭୋଜନ କଥା ବୁଝିବେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ। ମିଶନ ଶକ୍ତି ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ଏନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ପ୍ରାଥମିକ ଭାବେ ଶହେରୁ ଅଧିକ ପିଲା ଥିବା ସ୍କୁଲରେ ମଧ୍ୟାହ୍ନ ଭୋଜନର ଦାୟିତ୍ୱ SHG ନେବ। DEOଙ୍କ ଜରିଆରେ SHG ଗ୍ରୁପ୍‌ ମଧ୍ୟାହ୍ନ ଭୋଜନ ବାବଦ ଅର୍ଥ ପାଇବେ। ମଧ୍ୟାହ୍ନ ଭୋଜନ ବିତରଣ ବେଳେ SHG ସଦସ୍ୟ ଓ ସ୍କୁଲର ପ୍ରଧାନଶିକ୍ଷକ ଉପସ୍ଥିତ ରହିବେ। ଯେଉଁଠି ସେଣ୍ଟ୍ରାଲ କିଚେନ ବା ଅକ୍ଷୟ ପାତ୍ର ଫାଉଣ୍ଡେସନକୁ ଦାୟିତ୍ୱ ଦିଆଯାଇଥିଲା, ତାହା ପରିବର୍ତ୍ତନ ହେବ ନାହିଁ। ରାଜ୍ୟରେ ୫୩ ହଜାର ସ୍କୁଲ ଅଛି ଏହି ସବୁ ସ୍କୁଲରେ ମଧ୍ୟାହ୍ନ ଭୋଜନର କଥା ବୁଝିବେ ୧୫ ହଜାର SHG ବୁଝିବେ।

ସୂଚନାରୁ ପ୍ରକାଶ, ପିଲାମାନଙ୍କୁ ଉନ୍ନତ ମାନର ଖାଦ୍ୟ ଦେବା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରୁଛନ୍ତି। ମାତ୍ର ପିଲାମାନଙ୍କୁ ଅନେକ ସମୟରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହେଉଛି। ଯାହାକୁ ନେଇ ସ୍କୁଲ କର୍ତ୍ତୃପକ୍ଷ ଓ ଅଭିଭାବକଙ୍କ ମଧ୍ୟ ବିବାଦ ସୃଷ୍ଟି ହେଉଛି। ଏହାଛଡ଼ା ସ୍କୁଲର ପ୍ରଧାନଶିକ୍ଷକ ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ରହିବା ଦ୍ୱାରା ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଥିଲା। ମଧ୍ୟାହ୍ନ ଭୋଜନ ଦାୟିତ୍ୱ ଏସ୍‌ଏଚ୍‌ଜିକୁ ଯିବା ଦ୍ୱାରା ଶିକ୍ଷକମାନେ ସେଥିରୁ ମୁକ୍ତ ହେଲେ। ଏବେ ସେମାନେ କେବଳ ପାଠ ପଢ଼ାଇବେ।

Related story