ଦୁଇଟି ସହରର ତାପମାତ୍ରା ୪୦ ଛୁଇଁଲା

ଭୁବନେଶ୍ୱର: ଆଜି ରାଜ୍ୟର ଦୁଇଟି ସହରରେ ତାପମାତ୍ର ୪୦ ଡିଗ୍ରୀ ଟପିଛି। ହୀରାକୁଦରେ ତାପମାତ୍ରା ସର୍ବାଧିକ ୪୧.୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗିରର ତାପମାତ୍ରା ୪୦ ଡିଗ୍ରୀ ରହିଥିଲା। ମାଲକାନଗିରିରେ ତାପମାତ୍ରା ୩୯.୬ ଡିଗ୍ରୀ ରହିଥିବା ବେଳେ ସମ୍ବଲପୁରରେ ୩୯.୨, ଝାରସୁଗୁଡ଼ାରେ ୩୯.୦, ଭବାନୀପାଟଣା ଓ ଅନୁଗୁଳରେ ୩୮.୭ ରେକର୍ଡ କରାଯାଇଥିଲା। ଭୁବନେଶ୍ୱରରେ ଆଜି ତାପମାତ୍ର ୩୭.୮ ଡିଗ୍ରୀ ରହିଥିଲା। କଟକରେ ୩୬.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ବାଲେଶ୍ୱରରେ ୩୬.୪ ଡିଗ୍ରୀ, ଚାନ୍ଦବାଲିରେ […]

temperature

Rakesh Mallick
  • Published: Saturday, 12 March 2016
  • , Updated: 12 March 2016, 03:43 PM IST

ଭୁବନେଶ୍ୱର: ଆଜି ରାଜ୍ୟର ଦୁଇଟି ସହରରେ ତାପମାତ୍ର ୪୦ ଡିଗ୍ରୀ ଟପିଛି। ହୀରାକୁଦରେ ତାପମାତ୍ରା ସର୍ବାଧିକ ୪୧.୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗିରର ତାପମାତ୍ରା ୪୦ ଡିଗ୍ରୀ ରହିଥିଲା।

ମାଲକାନଗିରିରେ ତାପମାତ୍ରା ୩୯.୬ ଡିଗ୍ରୀ ରହିଥିବା ବେଳେ ସମ୍ବଲପୁରରେ ୩୯.୨, ଝାରସୁଗୁଡ଼ାରେ ୩୯.୦, ଭବାନୀପାଟଣା ଓ ଅନୁଗୁଳରେ ୩୮.୭ ରେକର୍ଡ କରାଯାଇଥିଲା। ଭୁବନେଶ୍ୱରରେ ଆଜି ତାପମାତ୍ର ୩୭.୮ ଡିଗ୍ରୀ ରହିଥିଲା।

କଟକରେ ୩୬.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ବାଲେଶ୍ୱରରେ ୩୬.୪ ଡିଗ୍ରୀ, ଚାନ୍ଦବାଲିରେ ୩୭.୦, ବାରିପଦାରେ ୩୬.୦, ସୁନ୍ଦରଗଡ଼ରେ ୩୬.୦, ତାଳଚେରରେ ୩୬.୨ ଓ ଟିଟିଲାଗଡ଼ରେ ୩୬.୫ ଡିଗ୍ରୀ ରହିଥିଲା।

ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଆସନ୍ତାକାଲିଠାରୁ ୩ ଦିନ ପର୍ଯ୍ୟନ୍ତ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ହୋଇପାରେ। ଏହାର ପ୍ରଭାବରେ କିଛି ସ୍ଥାନରେ ବର୍ଷା ହେବ। ମାର୍ଚ୍ଚ୧୭ ତାରିଖ ପରେ ରାଜ୍ୟରେ ତାପମାତ୍ର ସାମାନ୍ୟ ହ୍ରାସ ପାଇବ।

Related story