୧୬ ଜିଲ୍ଲାରେ ପୁଣି ଖୋଲିବ ଅସ୍ଥାୟୀ ମେଡିକାଲ କେନ୍ଦ୍ର, ପୁଣି ଫେରିଲା କ୍ୱାରେଣ୍ଟାଇନ ବ୍ୟବସ୍ଥା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାବେଳେ ପୁଣିଥରେ ଅସ୍ଥାୟୀ ମେଡିକାଲ କେନ୍ଦ୍ର(ଟିଏମସି) ଖୋଲିବା ଓ ୭ଦିନିଆ କ୍ୱାରେଣ୍ଟାଇନରେ ରହିବା ନିୟମକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଛନ୍ତି। ଟିଏମସି ଖୋଲିବା ପାଇଁ ରାଜ୍ୟ ସରକାର ଆଜି ୧୬ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଅନୁମତି ଦେଇଛନ୍ତି। ଅନ୍ୟ ରାଜ୍ୟରୁ ଆସୁଥିବା ଲୋକମାନଙ୍କୁ ଇନଷ୍ଟିଚ୍ୟୁସନାଲ କ୍ୱାରେଣ୍ଟାଇନ ସୁବିଧା ପ୍ରଦାନ ନିମନ୍ତେ ଏହି ଟିଏମସି ଓ କ୍ଲଷ୍ଟର ଟିଏମସି କାର୍ଯ୍ୟ କରିବ। ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର […]

covid

covid

Ordigital Desk
  • Published: Thursday, 08 April 2021
  • Updated: 08 April 2021, 11:09 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାବେଳେ ପୁଣିଥରେ ଅସ୍ଥାୟୀ ମେଡିକାଲ କେନ୍ଦ୍ର(ଟିଏମସି) ଖୋଲିବା ଓ ୭ଦିନିଆ କ୍ୱାରେଣ୍ଟାଇନରେ ରହିବା ନିୟମକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଛନ୍ତି। ଟିଏମସି ଖୋଲିବା ପାଇଁ ରାଜ୍ୟ ସରକାର ଆଜି ୧୬ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଅନୁମତି ଦେଇଛନ୍ତି। ଅନ୍ୟ ରାଜ୍ୟରୁ ଆସୁଥିବା ଲୋକମାନଙ୍କୁ ଇନଷ୍ଟିଚ୍ୟୁସନାଲ କ୍ୱାରେଣ୍ଟାଇନ ସୁବିଧା ପ୍ରଦାନ ନିମନ୍ତେ ଏହି ଟିଏମସି ଓ କ୍ଲଷ୍ଟର ଟିଏମସି କାର୍ଯ୍ୟ କରିବ।

ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଆଜି ଜାରି କରିଥିବା କ୍ୱାରେଣ୍ଟାଇନ ଗାଇଡ୍‌ଲାଇନ୍ ଅନୁସାରେ ୧୬ଟି ଜିଲ୍ଲା ଯଥା- ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, ରାୟଗଡ଼ା, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱରରେ ଆବଶ୍ୟକତା ଅନୁସାରେ ଟିଏମସି ଓ କ୍ଲଷ୍ଟର ଟିଏମସି ଖୋଲିବା ପାଇଁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହି ଟିଏମସି ଖୋଲିବା ଓ ଏହାକୁ କାର୍ଯ୍ୟକ୍ଷମ ନିମନ୍ତେ ଆବଶ୍ୟକ ଭିତ୍ତିଭୂମି ପାଇଁ ହେବାକୁ ଥିବା ଖର୍ଚ୍ଚକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ବହନ କରାଯିବାକୁ କହିଛନ୍ତି।

ସେହିପରି ଶିଳ୍ପାନୁଷ୍ଠାନ, ଶିକ୍ଷାନୁଷ୍ଠାନ ଓ ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକ ଯେଭଳି କୋଭିଡ୍ ନିୟମକୁ କଡ଼ାକଡ଼ି ପାଳନ କରିବେ ତାହା ସୁନିଶ୍ଚିତ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ଏହି ସବୁ ଅନୁଷ୍ଠାନ ନିଜର କର୍ମଚାରୀ ଯଦି କୋଭିଡ୍ ସଂକ୍ରମିତ ଥିବେ ସେମାନଙ୍କୁ ନିଜସ୍ୱ ଆଇସୋଲେସନ୍ ସୁବିଧା (ଯଥା- କୋଭିଡ୍ କେୟାର ସେଣ୍ଟର/ କୋଭିଡ୍ କେୟାର ହୋମ) ପ୍ରଦାନ କରିବେ। ଏବାବଦ ସମସ୍ତ ଖର୍ଚ୍ଚ ସମ୍ପୃକ୍ତ ସଂସ୍ଥା ବହନ କରିବ । ଶିଳ୍ପାନୁଷ୍ଠାନ, ଶିକ୍ଷାନୁଷ୍ଠାନ ଓ ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକ ସହ ଜିଲ୍ଲାପାଳମାନେ ନିୟମିତ ବୈଠକ କରି କୋଭିଡ୍ ଗାଇଡଲାଇନ ଠିକ୍ ଭାବେ ପାଳନ ହେଉଛି କି ନାହିଁ ତାହା ସୁନିଶ୍ଚିତ କରାଇବେ। ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ପାଳନ, ହାତ ସାନିଟାଇଜ୍ କରିବା ଓ ଥର୍ମାଲ ସ୍କ୍ରିନିଂ ଆଦି ବ୍ୟବସ୍ଥା ଏସବୁ ଅନୁଷ୍ଠାନରେ କରାଇବା ଉପରେ ଗୁରୁତ୍ୱ ଦେବାକୁ ଜିଲ୍ଲାପାଳମାନଙ୍କୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି।

ଏହାସହିତ ସାର୍ବଜନୀନ ପରିବହନ ( ବସ୍‌, ଟ୍ରେନ, ବିମାନ ଓ ଜଳପଥ) ଅବା ନିଜସ୍ୱ ଗାଡ଼ି ମାଧ୍ୟମରେ ଓଡ଼ିଶା ଆସୁଥିବା ଲୋକମାନଙ୍କୁ ନିଶ୍ଚିତ ଭାବେ ଆରଟିପିସିଆର ନେଗେଟିଭ ରିପୋର୍ଟ ଦେଖାଇବାକୁ ପଡ଼ିବ। ସେମାନେ ଓଡ଼ିଶା ସୀମାରେ ପ୍ରବେଶର ୭୨ଘଣ୍ଟା ପୂର୍ବରୁ ଏହି ରିପୋର୍ଟ କିମ୍ବା କୋଭିଡ୍ ଟୀକାର ଦ୍ୱିତୀୟ ଡୋଜ୍ ନେଇଥିବାର ପ୍ରମାଣ ଦେବେ। ଯେଉଁମାନେ ଏଭଳି ରିପୋର୍ଟ ବିନା ଓଡ଼ିଶା ଆସିବେ ସେମାନଙ୍କୁ ୭ଦିନିଆ ହୋମ୍ ଓ ଇନଷ୍ଟିଚ୍ୟୁସନାଲ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ ହେବ। ଏହି ନିର୍ଦ୍ଦେଶାନାମା ଆସନ୍ତା ସୋମବାର ଅର୍ଥାତ ଏପ୍ରିଲ ୧୨ତାରିଖରୁ ଲାଗୁ ହେବ।

ଯଦି କେହି ଏସବୁ ଖିଲାପ କରେ ସମ୍ପୃକ୍ତ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ର ଧାରା ୫୧ରୁ ୬୦, ମହାମାରୀ ଆଇନ-୧୮୯୭ ଅନ୍ତର୍ଗତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସଆରସି ସତର୍କ କରାଇ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story