ରନ୍‌ୱେରେ ଧରାପଡ଼ିଲା ଯାନ୍ତ୍ରିକ ତ୍ରୁଟି: ଭୁବନେଶ୍ୱର-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନ ଉଡ଼ାଣ ବାତିଲ

ଭୁବନେଶ୍ୱର: ଭୁବନେଶ୍ୱର-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଛି। ଯାତ୍ରୀମାନେ ବିମାନରେ ବସିବାର କିଛି ସମୟ ପରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେବାରୁ ସେମାନଙ୍କୁ ଓହ୍ଲାଇ ଦିଆଯାଇଛି।  ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଆଜି ଦିଲ୍ଲୀକୁ ଏୟାର ଇଣ୍ଡିଆ AI-076 ବିମାନ ଉଡ଼ାଣ କରିବାର ଥିଲା। ହେଲେ ଉଡ଼ାଣ ପାଇଁ ରନୱେକୁ ଯିବା ବେଳେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଥିଲା।  ଶେଷରେ ବିମାନକୁ ବାତିଲ କରାଯାଇଛି।  ଏହି ଘଟଣାକୁ ନେଇ ଯାତ୍ରୀମାନଙ୍କ […]

air india 1

Rakesh Mallick
  • Published: Sunday, 02 July 2017
  • , Updated: 02 July 2017, 02:22 PM IST

ଭୁବନେଶ୍ୱର: ଭୁବନେଶ୍ୱର-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଛି। ଯାତ୍ରୀମାନେ ବିମାନରେ ବସିବାର କିଛି ସମୟ ପରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେବାରୁ ସେମାନଙ୍କୁ ଓହ୍ଲାଇ ଦିଆଯାଇଛି।  ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଆଜି ଦିଲ୍ଲୀକୁ ଏୟାର ଇଣ୍ଡିଆ AI-076 ବିମାନ ଉଡ଼ାଣ କରିବାର ଥିଲା।

ହେଲେ ଉଡ଼ାଣ ପାଇଁ ରନୱେକୁ ଯିବା ବେଳେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଥିଲା।  ଶେଷରେ ବିମାନକୁ ବାତିଲ କରାଯାଇଛି।  ଏହି ଘଟଣାକୁ ନେଇ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଖାଦେଇଛି।

Related story