ଗୋ ସୁରକ୍ଷା କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ବ୍ୟବସାୟୀ

କଟକ: ଗୋରୁହାଟର ଫଟୋ ଉତ୍ତୋଳନ କରୁଥିବା ବେଳେ ଗୋ ସୁରକ୍ଷା କର୍ମୀଙ୍କୁ ନିସ୍ତୁକ ମାଡ଼  ମରାଯାଇଥିବା ଅଭିଯୋଗ ହୋଇଛି। କଟକ ଜିଲ୍ଲା ବାଙ୍କି ବୈଦେଶ୍ୱର ଥାନା ଅନ୍ତର୍ଗତ ଧଳାପଧର ଗୋରୁ ହାଟରେ ଏହାକୁ ନେଇ ଉତ୍ତେଜନା ଲାଗି ରହିଛି।

ଧଳାପଥର ଗୋରୁ ହାଟରେ ଆଜି ରବିବାର ଗୋରୁ କିଣାବିକା ଚାଲିଥିବା ବେଳେ କିଛି ଗୋ ସୁରକ୍ଷା କର୍ମୀ ହାଟକୁ ଯାଇ ଫଟୋ ଉଠାଉଥିଲେ। ଗୋରୁ ବ୍ୟବସାୟୀମାନେ ଏହାକୁ ବିରୋଧ କରିବା ସହ ୪ ଜଣଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଗୋ ସୁରକ୍ଷା କର୍ମୀଙ୍କୁ ବ୍ୟବସାୟୀମାନେ ଗୋଡ଼ାଇ ଗୋଡ଼ାଇ ପିଟିଥିବା ଅଭିଯୋଗ ହୋଇଛି। ଏଥିରେ ୪ଜଣ ଆହତ ହୋଇଛନ୍ତି।  ଗୋସୁରକ୍ଷା କର୍ମକର୍ତ୍ତାଙ୍କୁ ମାଡ଼ ମାରିଥିବା ୩ ଜଣ ଆକ୍ରମଣକାରୀଙ୍କୁ ସ୍ଥାନୀୟ ଲୋକେ ଅଟକ ରଖିଥିଲେ। ପରେ ପୋଲିସ୍ ଆସି ଘଟଣାରେ ହସ୍ତକ୍ଷେପ କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।