ରସିକିଆ ଇଂଲିଶ ଏଚ୍‌ଓଡି; କ୍ଲାସ୍‌ ରୁମ୍‌ରେ ପିଜି ଛାତ୍ରୀଙ୍କ ହାତ ଧରି ହଟହଟା!

ବାରିପଦା (ମାଣିକଲାଲ ପାଣି): କ୍ଲାସ୍‌ ରୁମ୍‌ରେ ପିଜି ଛାତ୍ରୀଙ୍କୁ ପାଠ ପଢ଼ାଇବା ପରିବର୍ତ୍ତେ ଅସଦାଚରଣ କରି ହଟହଟା ହେଲେ ଏଚ୍‌ଓଡି। ଏପରି ଅଭିଯୋଗ ଆସିଛି ମୟୂରଭଞ୍ଜର ଜିଲ୍ଲାର ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟରୁ। ବିବାଦ ବଢ଼ିବା ଦେଖି ମହାବିଦ୍ୟାଳୟ କର୍ତ୍ତୃପକ୍ଷ ରସିକିଆ ଇଂଲିଶ ଏଚ୍‌ଓଡିଙ୍କୁ ଛୁଟିରେ ପଠାଇ ଦେଇଛନ୍ତି। ଗତ ୧୫ ତାରିଖର ଘଟଣା। ସବୁଦିନ ପରି ସେଦିନ ଇଂରାଜୀ ପିଜିର ଶେଷ ବର୍ଷର ଛାତ୍ରୀ ସ୍ନେହା (ଛଦ୍ମନା) ମହାବିଦ୍ୟାଳୟକୁ ଅସିଥିଲେ। କ୍ଲାସ୍‌ ରୁମ୍‌ ଖୋଲିନଥିବାରୁ ଏଚ୍‌ଓଡିଙ୍କଠାରୁ […]

baripada

Manoranjan Sial
  • Published: Thursday, 21 November 2019
  • , Updated: 21 November 2019, 04:30 PM IST

ବାରିପଦା (ମାଣିକଲାଲ ପାଣି): କ୍ଲାସ୍‌ ରୁମ୍‌ରେ ପିଜି ଛାତ୍ରୀଙ୍କୁ ପାଠ ପଢ଼ାଇବା ପରିବର୍ତ୍ତେ ଅସଦାଚରଣ କରି ହଟହଟା ହେଲେ ଏଚ୍‌ଓଡି। ଏପରି ଅଭିଯୋଗ ଆସିଛି ମୟୂରଭଞ୍ଜର ଜିଲ୍ଲାର ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟରୁ। ବିବାଦ ବଢ଼ିବା ଦେଖି ମହାବିଦ୍ୟାଳୟ କର୍ତ୍ତୃପକ୍ଷ ରସିକିଆ ଇଂଲିଶ ଏଚ୍‌ଓଡିଙ୍କୁ ଛୁଟିରେ ପଠାଇ ଦେଇଛନ୍ତି।

ଗତ ୧୫ ତାରିଖର ଘଟଣା। ସବୁଦିନ ପରି ସେଦିନ ଇଂରାଜୀ ପିଜିର ଶେଷ ବର୍ଷର ଛାତ୍ରୀ ସ୍ନେହା (ଛଦ୍ମନା) ମହାବିଦ୍ୟାଳୟକୁ ଅସିଥିଲେ। କ୍ଲାସ୍‌ ରୁମ୍‌ ଖୋଲିନଥିବାରୁ ଏଚ୍‌ଓଡିଙ୍କଠାରୁ ଚାବି ଆଣି ରୁମ୍‌ ଖୋଲୁଥିଲେ। ଠିକ୍‌ ଏତିକି ବେଳେ ଇଂରାଜି ଡିପାର୍ଟମେଣ୍ଟ୍‌ର ହେଡ୍‌ ବିଦ୍ୟାଧର ଅଣ୍ଡିଆ ସେଠାକୁ ଆସି ସ୍ନେହାଙ୍କୁ ଅସଦାଚରଣ କରିଥିଲେ। ତାଙ୍କ ଶରୀରରେ ହାତ ମାରିବାକୁ ଚେଷ୍ଟା କରିଥିଲେ। ମାତ୍ର କୌଶଳ କ୍ରମେ ସ୍ନେହା ସେଠାରୁ ପଳାଇ ଆସିଥିଲେ। ପରେ ଏନେଇ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ପାଖରେ ଅଭିଯୋଗ କରିଥିଲେ।

ମହାବିଦ୍ୟାଳୟ ଅଧ୍ୟକ୍ଷ ଘଟଣାର ତଦନ୍ତ ପାଇଁ ଇଣ୍ଟରନାଲ୍‌ କମିଟିକୁ ଜଣାଇଥିଲେ। କିନ୍ତୁ ବିଭାଗୀୟ ମୁଖ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣରେ ବିଳମ୍ୱ ହେଉଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଛାତ୍ରଛାତ୍ରୀମାନେ ଆଜି ମହାବିଦ୍ୟାଳୟ ମୁଖ୍ୟ ଗେଟ୍‌ରେ ତାଲା ପକାଇ ଦେଇଥିଲେ। ମହାବିଦ୍ୟାଳୟ ଅଧ୍ୟକ୍ଷ ପିଲାମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେଥିରେ ସଫଳ ହୋଇନଥିଲେ। ଛାତ୍ରଛାତ୍ରୀମାନେ ନିଜ ଜିଦ୍‌ରେ ଅଟଳ ରହିଛନ୍ତି। ଶେଷରେ ଛାତ୍ରଛାତ୍ରୀଙ୍କ ଜିଦ୍‌ ଆଗରେ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ନଇଁଛନ୍ତି। ଇଂରାଜୀ ବିଭାଗ ମୁଖ୍ୟ ବିଦ୍ୟାଧର ଅଣ୍ଡିଆଙ୍କୁ ଛୁଟିରେ ଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ନସରିବା ପର୍ଯ୍ୟନ୍ତ ସେ କାର୍ଯ୍ୟରେ ଯୋଗଦେଇପାରିବେ ନାହିଁ ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷ କହିଛନ୍ତି।

Related story