ବାପ-ପୁଅଙ୍କ ଖଣ୍ଡା ଯୁଦ୍ଧ! ୪ ଗୁରୁତର ଆହତ

ବାରିପଦା (ମାଣିକଲାଲ ପାଣି): ବାପ-ପୁଅଙ୍କ ଖଣ୍ଡା ଯୁଦ୍ଧ! ପରିବାରିକ କଳହରୁ ହୋଇଥିଲା ଏହି ଖଣ୍ଡା ଯୁଦ୍ଧ। ଏଥିରେ ୱାର୍ଡ ମେମ୍ୱରଙ୍କ ସମେତ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅଞ୍ଚଳରେ ଘଟିଛି। ସିନ୍ଦୂରଗୌରା ଗାଁର ରାକେଶ ବାରିକ ବାରିପଦାରେ ବିବାହ କରିଥିଲେ। ଯାହାକୁ ତାଙ୍କ ବାପା ଶିବ ବାରିକ ବିରୋଧ କରି ଆସୁଥିଲେ। ବାହାଘର ପରେ ବାପ-ପୁଅ ଅଲଗା ରହୁଥିଲେ। ଆଜି କୌଣସି କଥାକୁ ନେଇ […]

Baripada

Baripada

Manoranjan Sial
  • Published: Thursday, 16 June 2022
  • Updated: 16 June 2022, 03:24 PM IST

ବାରିପଦା (ମାଣିକଲାଲ ପାଣି): ବାପ-ପୁଅଙ୍କ ଖଣ୍ଡା ଯୁଦ୍ଧ! ପରିବାରିକ କଳହରୁ ହୋଇଥିଲା ଏହି ଖଣ୍ଡା ଯୁଦ୍ଧ। ଏଥିରେ ୱାର୍ଡ ମେମ୍ୱରଙ୍କ ସମେତ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅଞ୍ଚଳରେ ଘଟିଛି।

ସିନ୍ଦୂରଗୌରା ଗାଁର ରାକେଶ ବାରିକ ବାରିପଦାରେ ବିବାହ କରିଥିଲେ। ଯାହାକୁ ତାଙ୍କ ବାପା ଶିବ ବାରିକ ବିରୋଧ କରି ଆସୁଥିଲେ। ବାହାଘର ପରେ ବାପ-ପୁଅ ଅଲଗା ରହୁଥିଲେ। ଆଜି କୌଣସି କଥାକୁ ନେଇ ଶ୍ୱଶୁର ଓ ବୋହୂଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ସ୍ଥିତି ବିଗୁଡୁଥିବା ଦେଖି ରାକେଶ ତାଙ୍କ ସ୍ତ୍ରୀଙ୍କୁ ନେଇ ବାରିପଦା ସ୍ଥିତ ଶ୍ୱଶୁର ଘରେ ଛାଡି ଦେଇଥିଲେ। ପରେ ନିଜ ଘରକୁ ଫେରି ଆସିଥିଲେ।

ରାକେଶ ଘରେ ପହଞ୍ଚିବା ପରେ ବାପା ଶିବ ଗାଳି ଦେଇଥିଲେ। ଏହାକୁ ନେଇ ବାପ ଓ ପୁଅଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା। ଏନେଇ ରାକେଶ ଫୋନ୍‌ କରି ଶ୍ୱଶୁର ଘର ଲୋକଙ୍କୁ ଜଣାଇଥିଲେ। ଏହାପରେ ଶ୍ୱଶୁର ଘର ଲୋକେ ବୁଝାଶୁଝା କରିବା ପାଇଁ ସିନ୍ଦୂରଗୌରା ଗାଁକୁ ଆସିଥିଲେ। ସେମାନେ ବାପ-ପୁଅଙ୍କୁ ବୁଝାଇଥିଲେ। ହେଲେ କେହି ବୁଝିବା ମୁଡ୍‌ରେ ନଥିଲେ।

ବାପ-ପୁଅଙ୍କ କଳି ଦେଖି ୱାର୍ଡମେମ୍ୱର ଆସିଥିଲେ। ସେ ଉଭୟଙ୍କୁ ବୁଝାଇ ଥିଲେ। ହେଲେ ବାପ-ପୁଅଙ୍କ କଳି ସମାଧାନ ହେବା ପରିବର୍ତ୍ତେ ଆହୁରି ବଢ଼ିଥିଲା। ରଣକ୍ଷେତ୍ର ପାଲଟିଥିଲା ଗାଁ ଦାଣ୍ଡ। ବାପ ଓ ପୁଅ ଖଣ୍ଡାରେ ପରସ୍ପରକୁ ଆକ୍ରମଣ କରିଥିଲେ। ଏପରିକି ଉଭୟ ପକ୍ଷ ଲୋକଙ୍କ ମଧ୍ୟ ମାରପିଟ୍‌ ହୋଇଥିଲା। ବୁଝାଇବାକୁ ଆସିଥିବା ୱାର୍ଡମେମ୍ୱର ମଧ୍ୟ ଆକ୍ରମଣରେ ଶିକାର ହୋଇଥିଲେ। ଏହା ପରେ ସାହିଭାଇ ବାପ-ପୁଅଙ୍କୁ ମାଡ଼ ମାରି ଅଟକ ରଖିଥିଲେ। ପରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଗାଁରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲେ। ଏହାକୁ ନେଇ ଗାଁରେ ଦୁଇ ପକ୍ଷରୁ ଛକାପଞ୍ଝା ଲାଗି ରହିଥିବା ଜଣାପଡ଼ିଛି।

ଆକ୍ରମଣ ଓ ପ୍ରତିଆକ୍ରମଣରେ ୪ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ପୁଲିସ ପରିସ୍ଥିତି ଉପରେ ନଜର ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story