କେନାଲ ଅଛି, ଜଳଭଣ୍ଡାରରେ ନାହିଁ ପାଣି! ଚିନ୍ତାରେ ଚାଷୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗ୍ରୀଷ୍ମ ଯିବାର ଦୁଇ ମାସରୁ ଅଧିକ ସମୟ ହୋଇ ଗଲାଣି। ଏବେ ଅଗଷ୍ଟ ମାସ ସରିବାକୁ ବସିଲାଣି। କିନ୍ତୁ ବର୍ଷାର ହେବାର ନାଁ ନେଉନାହିଁ। ବର୍ଷାର ଅଭାବ ଯୋଗୁ ରାଜ୍ୟରେ ମରୁଡ଼ି ସ୍ଥିତି ଦେଖା ଦେଲାଣି। ଆଉ ଏହାର ପ୍ରଭାବରେ ଏବେ ଜଳଭଣ୍ଡାରରେ ଜଳସଙ୍କଟ ପରିସ୍ଥିତି ଉପୁଜିଲାଣି। ଯଦି ଆଗକୁ ଏମିତି ସ୍ଥିତି ଲାଗି ରୁହେ, ତାହେଲେ ରାଜ୍ୟରେ ପାଣି ପାଇଁ ହାହାକାର ଦେଖିବାକୁ ମିଳିପାରେ। ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ଜଳଭଣ୍ଡାରରେ ସ୍ପଷ୍ଟ […]

reservior

reservior

Ranjit Kumar Jena
  • Published: Thursday, 26 August 2021
  • Updated: 26 August 2021, 09:10 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗ୍ରୀଷ୍ମ ଯିବାର ଦୁଇ ମାସରୁ ଅଧିକ ସମୟ ହୋଇ ଗଲାଣି। ଏବେ ଅଗଷ୍ଟ ମାସ ସରିବାକୁ ବସିଲାଣି। କିନ୍ତୁ ବର୍ଷାର ହେବାର ନାଁ ନେଉନାହିଁ। ବର୍ଷାର ଅଭାବ ଯୋଗୁ ରାଜ୍ୟରେ ମରୁଡ଼ି ସ୍ଥିତି ଦେଖା ଦେଲାଣି। ଆଉ ଏହାର ପ୍ରଭାବରେ ଏବେ ଜଳଭଣ୍ଡାରରେ ଜଳସଙ୍କଟ ପରିସ୍ଥିତି ଉପୁଜିଲାଣି। ଯଦି ଆଗକୁ ଏମିତି ସ୍ଥିତି ଲାଗି ରୁହେ, ତାହେଲେ ରାଜ୍ୟରେ ପାଣି ପାଇଁ ହାହାକାର ଦେଖିବାକୁ ମିଳିପାରେ।

ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ଜଳଭଣ୍ଡାରରେ ସ୍ପଷ୍ଟ ଭାବେ ଦେଖାଯାଉଛି ଯେ ପାଣି ଭିତରେ ବୁଡ଼ି ରହିଥିବା ବିଶ୍ୱନାଥ ମହାଦେବଙ୍କ ମନ୍ଦିରର ଚୂଡ଼ା। ଜଳଭଣ୍ଡାରଟି ବ୍ରିଟିଶ ଶାସନ ଅମଳରେ ନିର୍ମାଣ ହୋଇଥିଲା। ଜଳଭଣ୍ଡାର ହେବା ପୂର୍ବରୁ ଏଠାରେ ଛେଦଭୂମି ଗାଁ ରହିଥିଲା। ବସତି ରହିବା ସହିତ ବିଶ୍ୱନାଥ ନାଥ ମହାଦେବଙ୍କ ମନ୍ଦିର ମଧ୍ୟ ରହିଥିଲା। ପରେ ସ୍ଥାନୀୟ ଲୋକଙ୍କ ଜଳ ସମସ୍ୟା ଦୂର କରିବା ପାଇଁ ଆଜିକୁ ୧୨୭ ବର୍ଷ ପୂର୍ବେ ବ୍ରିଟିଶ ଶାସକ ରସେଲ ସାହେବଙ୍କ ନିର୍ଦ୍ଦେଶରେ ଛେଦଭୂମି ଗାଁକୁ ସ୍ଥାନାନ୍ତର କରାଯାଇ ଜଳ ଭଣ୍ଡାର ନିର୍ମାଣ ହୋଇଥିଲା। ଯାହାର ନାମ ଥିଲା ରସଲକୋଣ୍ଡା।

ପରବର୍ତ୍ତୀ ସମୟରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ନାମରେ ଏହାକୁ ଭଞ୍ଜନଗର ଜଳଭଣ୍ଡାର ଭାବେ ନାମକରଣ କରାଯାଇଛି। ଆଜିଯାଏ କେବେବି ପାକୃତିକ ଉପାୟରେ ଜଳସ୍ତର କମି ନଥିଲା କି ମନ୍ଦିରର ଦଧିନଉତି ଦେଖିବାକୁ ମିଳିନଥିଲା। ହେଲେ ଏବେ ଜଳଭଣ୍ଡାର ଶୁଖିଯିବା ନିଶ୍ଚିତ ମରୁଡ଼ିର ପଦଧ୍ଵନି ବୋଲି ବୁଦ୍ଧିଜୀବୀ ମାନେ ମତ ରଖିଛନ୍ତି। ଆଉ ଏଭଳି ସଙ୍କଟକୁ ନେଇ ମରୁଡ଼ି ଆଶଙ୍କା କରି ଚିନ୍ତାରେ ପଡ଼ିଯାଇଛନ୍ତି ଚାଷୀ। କାରଣ ଭଣ୍ଡାରର ଜଳଧାରଣ କ୍ଷମତା ୫୭୬୬ ହେକ୍ଟୋମିଟର ରହିଛି। ଏହା ଆଖ ପାଖ ଅଞ୍ଚଳର ଅଧିକାଂଶ ଜମିକୁ ଜଳ ସେଚିତ କରିପାରୁଛି। କିନ୍ତୁ ଚଳିତ ବର୍ଷ କମ ବର୍ଷା ହେବାରୁ ଭଞ୍ଜନଗର ଉପଖଣ୍ଡ ସମସ୍ତ ବ୍ଲକରେ ଚାଷ କାର୍ଯ୍ୟ ଆଗେଇ ପାରିନି। ଖୁବ୍ କମ ସ୍ଥାନରେ ଧାନ ରୁଆ ସାରିଥିବା ବେଳେ ଅଧିକାଂଶ ଜମି ଚାଷ ନହୋଇ ପଡିଆ ପଡିଛି।

ସେହିପରି କୋରାପୁଟ ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ ଜଳାପୁଟ ଜଳଭଣ୍ଡାରରେ ପାଣି ନାହିଁ। ଗତ ୭୦ ବର୍ଷ ମଧ୍ୟରେ କେବେ ବି ଏଭଳି ଜଳସଙ୍କଟର ଚିତ୍ର ଲୋକେ ଦେଖିନଥିବା ବିଶେଷଜ୍ଞମାନେ କହିଛନ୍ତି। ଏବର୍ଷ ବର୍ତ୍ତମାନ ସୁଦ୍ଧା ୨୩ ଫୁଟ୍ ତଳକୁ ଖସିଯାଇଛି ଜଳସ୍ତର। କୋଲାବ୍ ଜଳଭଣ୍ଡାରରେ ବି ୮୫୮ ମିଟର ଉଚ୍ଚରୁ ୮୪୭ ମିଟରକୁ ଖସିଯାଇଛି ଜଳସ୍ତର। କେବଳ ମାଛକୁଣ୍ଡ କି କୋଲାବ୍ ନୁହେଁ, ବାଲିମେଳା, ଇନ୍ଦ୍ରାବତୀ, ରେଙ୍ଗାଳି ସମେତ ହୀରାକୁଦ ଡ୍ୟାମରେ ବି ସମାନ ଅବସ୍ଥା ଦେଖିବାକୁ ମିଳିଛି। ଚଳିତ ମାସ ୧୪ରୁ ୨୪ ତାରିଖ ମଧ୍ୟରେ କ୍ରମାଗତ ଭାବେ ହୀରାକୁଦରେ ଜଳସ୍ତର ହ୍ରାସ ପାଇଛି। ପୂର୍ବବର୍ଷ ଅପେକ୍ଷା ଏହି ୧୧ ଦିନ ମଧ୍ୟରେ ପ୍ରାୟ ୩ରୁ ୪ ଫୁଟ ଖସିଯାଇଛି। ତେଣୁ ଜଳଭଣ୍ଡାର ଗୁଡ଼ିକର ଏଭଳି ସ୍ଥିତି ଆସନ୍ନ ମରୁଡ଼ିକୁ ସୂଚାଇଲାଣି।

ରାଜ୍ୟ ସରକାରଙ୍କ ସମୀକ୍ଷାରୁ ଜଣାପଡିଛି, ଏଥର ବର୍ଷା ଋତୁରେ ସ୍ୱାଭାବିକଠାରୁ ୨୮% କମ୍ ବର୍ଷା ଏବଂ ଅଗଷ୍ଟରେ ଗତବର୍ଷ ତୁଳନାରେ ୫୦% କମ୍ ବୃଷ୍ଟିପାତ ହୋଇଛି। ୧୫ ଜିଲ୍ଲାର ୩୦ ବ୍ଲକରେ ସ୍ୱଳ୍ପ ବର୍ଷା ଯୋଗୁଁ ସ୍ଥିତି ମରୁଡ଼ି ମୁହାଁ ହୋଇଛି। ଏଭଳି ଅବସ୍ଥାରେ ଜଳଭଣ୍ଡାର ଗୁଡ଼ିକ ଶୁଖି ଆସୁଥିବାରୁ କେବଳ ଅଣଜଳସେଚିତ ନୁହେଁ, ଜଳସେଚିତ ଇଲାକାରେ ବି ଉତ୍କଟ ହୋଇପାରେ ଚାଷବାସ ସମସ୍ୟା। କେବଳ ଚାଷବାସ ନୁହେଁ, ବିଦ୍ୟୁତ ସଙ୍କଟ ଉପୁଜିବାର ଆଶଙ୍କାକୁ ବି ଏଡାଇ ଦିଆଯାଇନପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story