ସରପଞ୍ଚଙ୍କୁ ପିଟିଲେ ମଦ ବେପାରୀ! ଗାଁରେ ଉତ୍ତେଜନା

ଆଠଗଡ଼(ନୀଳକଣ୍ଠ ଦୋରା): ମଦ ମୁକ୍ତ ଗାଁ କରିବାକୁ ଚାହୁଁଛନ୍ତି ସରପଞ୍ଚ। ସେଥିପାଇଁ ମଦ ବେପାର ନକରିବାକୁ ପରାମର୍ଶ ଦେଉଛନ୍ତି। ଏହା ସତ୍ତ୍ୱେ ମଦ ବେପାର ଚାଲିଛି। ଯାହାକୁ ବିରୋଧ କରିବାରୁ ଆଜି କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଡାଳଭାଗ ପଞ୍ଚାୟତର ସରପଞ୍ଚଙ୍କୁ ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଆଜି ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ଅଭିଯୋଗରୁ ପ୍ରକାଶ, ଡାଳଭାଗ ପଞ୍ଚାୟତକୁ ନିଶା ମୁକ୍ତ କରିବା ପାଇଁ ସରପଞ୍ଚ ରଞ୍ଜନ ଦେହୁରୀ ଉଦ୍ୟମ କରୁଛନ୍ତି। ସେଥିପାଇଁ […]

tension-in-khuntuni-thana-aria

tension-in-khuntuni-thana-aria

Manoranjan Sial
  • Published: Wednesday, 27 November 2019
  • Updated: 27 November 2019, 07:09 PM IST

Sports

Latest News

ଆଠଗଡ଼(ନୀଳକଣ୍ଠ ଦୋରା): ମଦ ମୁକ୍ତ ଗାଁ କରିବାକୁ ଚାହୁଁଛନ୍ତି ସରପଞ୍ଚ। ସେଥିପାଇଁ ମଦ ବେପାର ନକରିବାକୁ ପରାମର୍ଶ ଦେଉଛନ୍ତି। ଏହା ସତ୍ତ୍ୱେ ମଦ ବେପାର ଚାଲିଛି। ଯାହାକୁ ବିରୋଧ କରିବାରୁ ଆଜି କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଡାଳଭାଗ ପଞ୍ଚାୟତର ସରପଞ୍ଚଙ୍କୁ ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଆଜି ଗାଁରେ ଉତ୍ତେଜନା ପ୍ରକାଶ ପାଇଛି।

ଅଭିଯୋଗରୁ ପ୍ରକାଶ, ଡାଳଭାଗ ପଞ୍ଚାୟତକୁ ନିଶା ମୁକ୍ତ କରିବା ପାଇଁ ସରପଞ୍ଚ ରଞ୍ଜନ ଦେହୁରୀ ଉଦ୍ୟମ କରୁଛନ୍ତି। ସେଥିପାଇଁ ମହିଳାଙ୍କ ମଦ ମୁକ୍ତି ଆନ୍ଦୋଳନକୁ ସମର୍ଥନ ଦେଉଥିଲେ। ମଦ ବିକ୍ରି ନକରିବା ପାଇଁ ପରାମର୍ଶ ଦେଉଛନ୍ତି। ଏପରିକି ଛେନାଖିଆ ନୂଆଗାଁରେ ମଦ ବେପାର କରୁଥିବା ଲକ୍ଷ୍ମୀଧର ସେନାପତିଙ୍କୁ ମଧ୍ୟ ବାରଣ କରିଥିଲେ। ମାତ୍ର ସେ ଏଥିପ୍ରତି ତିଳେ ମାତ୍ର ଧ୍ୟାନ ଦେଉନଥିଲେ।

ଆଜି ମଦ କାରବାର ହେଉଥିବା ଜାଣିପାରି ଛେନାଖିଆ ନୂଆଗାଁକୁ ରଞ୍ଜନ ଦେହୁରୀ ଆସିଥିଲେ। ଏହି ସମୟରେ ତାଙ୍କ ସହ ଲକ୍ଷ୍ମୀଙ୍କ ପୁଅ ପ୍ରଧାନଙ୍କର ଦେଖାହୋଇଥିଲା। କିଛି କହିବା ପୂର୍ବରୁ ରଞ୍ଜନଙ୍କୁ ପ୍ରଧାନ ଦୁର୍ବ୍ୟବହାର କରିଥିଲେ। ଏପରିକି ସରପଞ୍ଚଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହି ଖବର ପ୍ରକାଶ ପାଇବା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ମଦ ବେପାରୀଙ୍କ ଘରେ ପଶି ଗାଡ଼ି ଓ ଅନ୍ୟାନ୍ୟ ଆସବାପତ୍ର ଭଙ୍ଗାରୁଜା କରିଥିଲେ। ମଦ ଥିବା ଟ୍ୟୁବ୍‌ ଗୁଡ଼ିକୁ ବାହାରେ ଫିଙ୍ଗି ଦେଇଥିଲେ।

ମଦ ବେପାରୀ ଲକ୍ଷ୍ମୀଧର ଓ ତାଙ୍କ ପୁଅ ପ୍ରଧାନଙ୍କ ଗିରଫ ଦାବି କରିଥିଲେ ଗାଁ ଲୋକ। ଖୁଣ୍ଟୁଣୀ, ଗୁରୁଡୁଝାଟିଆ ଓ ଆଠଗଡ଼ ଏସ୍‌ଡିପିଓ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ। ମାତ୍ର ଗାଁ ଲୋକେ ନିଜ ଜିଦ୍‌ରେ ଅଟଳ ରହିଥିଲେ। ଶେଷରେ ପୁଲିସ ପ୍ରତିଶ୍ରୁତି  ଦେବା ପରେ ଉତ୍ତେଜନା ପ୍ରସମିତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story