ଯୁବକଙ୍କ ମୃତ୍ୟୁ ନେଇ ମେଡିକାଲରେ ଉତ୍ତେଜନା

ଝାରସୁଗୁଡ଼ା(ଭାଗିରଥୀ ସାହୁ): ଝାରସୁଗୁଡ଼ା ଜିଲ୍ଲା ସଦର ହସ୍ପିଟାଲରେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ଘଟଣାରେ ଜଣେ କାର୍ଯ୍ୟରତ ଡାକ୍ତରଙ୍କୁ ରୋଗୀଙ୍କ ସମ୍ପର୍କୀୟମାନେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ୍ ତିନି ଜଣଙ୍କୁ ଅଟକ ରଖିଛି। ମୃତ ଯୁବକ ହେଲେ ଉମେଶ ଶର୍ମା। ସୂଚନା ଅନୁସାରେ, ରେଙ୍ଗାଲିଠାରେ ହୋଇଥିବା ଏକ ଦୁର୍ଘଟଣାରେ ଉମେଶ ଆହତ ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଝାରସୁଗୁଡ଼ା ଜିଲ୍ଲା ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ […]

567

Tapas Behera
  • Published: Monday, 08 April 2019
  • , Updated: 08 April 2019, 03:38 PM IST

ଝାରସୁଗୁଡ଼ା(ଭାଗିରଥୀ ସାହୁ): ଝାରସୁଗୁଡ଼ା ଜିଲ୍ଲା ସଦର ହସ୍ପିଟାଲରେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ଘଟଣାରେ ଜଣେ କାର୍ଯ୍ୟରତ ଡାକ୍ତରଙ୍କୁ ରୋଗୀଙ୍କ ସମ୍ପର୍କୀୟମାନେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ୍ ତିନି ଜଣଙ୍କୁ ଅଟକ ରଖିଛି। ମୃତ ଯୁବକ ହେଲେ ଉମେଶ ଶର୍ମା।

ସୂଚନା ଅନୁସାରେ, ରେଙ୍ଗାଲିଠାରେ ହୋଇଥିବା ଏକ ଦୁର୍ଘଟଣାରେ ଉମେଶ ଆହତ ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଝାରସୁଗୁଡ଼ା ଜିଲ୍ଲା ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।  ତେବେ ହସ୍ପିଟାଲରେ ଚିକିତ୍ସା ବିଳମ୍ବ ହେବାରୁ ଉମେଶଙ୍କର ମୃତ୍ୟୁ ଘଟିଥିବା ତାଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି।

ଏଥିସହ ଚିକିତ୍ସା କରିଥିବା ଡାକ୍ତରଙ୍କ ଅବହେଳାରୁ ଉମେଶଙ୍କ ମୃତ୍ୟୁ ଘଟିଥିବା ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ମୃତକଙ୍କ ସମ୍ପର୍କୀୟମାନେ ଡାକ୍ତରଙ୍କୁ ମାଡ଼ ମାରିଥିଲେ ଓ ହସ୍ପିଟାଲରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

Related story