ନିର୍ବାଚନୀ ହିଂସା; କେଉଁଠି ଫୁଟୁଛି ଗୁଳି ତ କେଉଁଠି ହେଉଛି ବୋମା ମାଡ଼

ସମ୍ବଲପୁର/ସାଲେପୁର(ଓଡ଼ିଶା ରିପୋର୍ଟର): ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଆଗକୁ ଥିବା ବେଳେ ଏବେଠୁ  ବିଭିନ୍ନ ସ୍ଥାନରେ ଘଟିଲାଣି ରାଜନୈତିକ ହିଂସା। ଏପରିକି ରାଜନୈତିକ ହିଂସାକାଣ୍ଡ ଯୋଗୁ କେହି କେହି ଗୁରୁତର ହେଉଥିବା ବେଳେ କେହି କେହି ଅଳ୍ପକେ ବର୍ତ୍ତି ଯାଉଛନ୍ତି। ଏପରି ରାଜନୈତିକ ହିଂସାକାଣ୍ଡ ଗତ ରାତିରେ ସମ୍ବଲପୁର ଜିଲ୍ଲା ଓ କଟକ ଜିଲ୍ଲାର ସାଲେପୁରରେ ହୋଇଛି। ଉଭୟ ସ୍ଥାନରେ ଆସନ୍ତା ୨୦ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ ଏବେଠୁ ଫୁଟିଲାଣି ବନ୍ଧୁକ ଗୁଳି, ହେଲାଣି ବୋମାମାଡ଼ […]

nnn

nnn

Niharika Rout
  • Published: Wednesday, 16 February 2022
  • Updated: 16 February 2022, 09:41 AM IST

Sports

Latest News

ସମ୍ବଲପୁର/ସାଲେପୁର(ଓଡ଼ିଶା ରିପୋର୍ଟର): ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଆଗକୁ ଥିବା ବେଳେ ଏବେଠୁ  ବିଭିନ୍ନ ସ୍ଥାନରେ ଘଟିଲାଣି ରାଜନୈତିକ ହିଂସା। ଏପରିକି ରାଜନୈତିକ ହିଂସାକାଣ୍ଡ ଯୋଗୁ କେହି କେହି ଗୁରୁତର ହେଉଥିବା ବେଳେ କେହି କେହି ଅଳ୍ପକେ ବର୍ତ୍ତି ଯାଉଛନ୍ତି। ଏପରି ରାଜନୈତିକ ହିଂସାକାଣ୍ଡ ଗତ ରାତିରେ ସମ୍ବଲପୁର ଜିଲ୍ଲା ଓ କଟକ ଜିଲ୍ଲାର ସାଲେପୁରରେ ହୋଇଛି। ଉଭୟ ସ୍ଥାନରେ ଆସନ୍ତା ୨୦ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ ଏବେଠୁ ଫୁଟିଲାଣି ବନ୍ଧୁକ ଗୁଳି, ହେଲାଣି ବୋମାମାଡ଼ । ଏଥିରେ ଜଣେ ସମିତି ସଭ୍ୟ ପ୍ରାର୍ଥୀଙ୍କ ପତ୍ନୀ ଗୁରୁତର ହୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଜଣେ ସରପଞ୍ଚ ପ୍ରାର୍ଥୀ।

ସୂଚନା ଅନୁଯାୟୀ, କଟକ ଜିଲ୍ଲା ସାଲେପୁର ବ୍ଲକର ଶିଶୁଆ ଗ୍ରାମ ପଂଚାୟତର  ସମିତି ସଭ୍ୟ ପ୍ରାର୍ଥୀ  ଦିଲ୍ଲୀପ ଦାଶଙ୍କ ବାସଗୃହ ଉପରକୁ ଗତକାଲି ବିଳମ୍ବିତ ରାତିରେ ବୋମାମାଡ଼ ହୋଇଥିଲା। ଦିଲ୍ଲୀପଙ୍କ  ଶୋଇବା ଘର ଝରକାକୁ ଲକ୍ଷ୍ୟ କରି ଲଗାତାର ଦୁଇଟି ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି । ଏଥିରେ ତାଙ୍କ ପତ୍ନୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ପ୍ରଥମେ ସାଲେପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ହେଲେ ବୋମାମାଡ଼ ସମୟରେ ଘରେ ନ ଥିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଦିଲ୍ଲୀପ ଦାଶ ।  ସେ  ଅନ୍ୟ ଗାଁକୁ ନିର୍ବାଚନୀ ପ୍ରଚାରରେ ଯାଇଥିବା ବେଳେ ତାଙ୍କ ଘର ଉପରକୁ ବୋମାମାଡ଼ ହୋଇଛି।  ସମ୍ପୂର୍ଣ୍ଣ ଭାବେ ରାଜନୈତିକ ଆକ୍ରୋଶମୂଳକ ମନୋଭାବ ରଖି କିଏ ଦୁର୍ବୃତ୍ତ ଏପରି କାଣ୍ଡ ଘଟାଇଥିବା ସେ କହିଛନ୍ତି।  ଖବର ପାଇ ସାଲେପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

ସେହିପରି  ସମ୍ବଲପୁର ଜିଲ୍ଲା ଠେଲକୁଲି ଥାନା ଅନ୍ତର୍ଗତ ଘିଚା ମୁରା ଗ୍ରାମ ପଞ୍ଚାୟତରେ ଦେଖାଦେଇଛି ରାଜନୈତିକ ହିଂ। ଏହି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଲଳିତ କୁମାର ସାହୁଙ୍କ ଦେଉରା ଗାଁସ୍ଥିତ ଘର ଉପରକୁ  ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି। ଲଳିତଙ୍କ ଘର କବାଟରେ ୨ ଟି ଗୁଳି ଚିହ୍ନ ରହିଥିବା ବେଳେ କେହି ଆହତ ହୋଇ ନ ଥିବା ଜଣାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story