ଠକ ଗୁଣିଆ ଗିରଫ

ସୋନପୁର: ଭୂତ ଲାଗି ଥିବା ଦୁଇଜଣ ଯୁବତୀ ଯୁବକଙ୍କୁ ଭଲ କରିଦେବାକୁ କହି ଟଙ୍କା ଲୁଟୁ ଥିବା ଜଣେ ଠକ ଗୁଣିଆକୁ ପୋଲିସ ଗିରଫ କରିଛି । ଏପରି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିକଟ ଗଉଡକେଲା ଗାଁରେ । ଗାଁରେ ଜଣେ ଯୁବତୀ ଓ ଯୁବକଙ୍କ ଦେହ ଭଲ ରହୁ ନ ଥିଲା । ସେମାନଙ୍କ ପରିବାର ଲୋକେ ସେମାନଙ୍କୁ କେହି ଗୁଣି କରିଥିବା ଭାବି ବୌଦ୍ଧ ଜିଲା ରକ୍ତସା ଗାଁର ଜଣେ ଗୁଣିଆକୁ […]

R K Pachauri

R K Pachauri

Rakesh Mallick
  • Published: Thursday, 23 July 2015
  • Updated: 23 July 2015, 02:44 PM IST

Sports

Latest News

guniaସୋନପୁର: ଭୂତ ଲାଗି ଥିବା ଦୁଇଜଣ ଯୁବତୀ ଯୁବକଙ୍କୁ ଭଲ କରିଦେବାକୁ କହି ଟଙ୍କା ଲୁଟୁ ଥିବା ଜଣେ ଠକ ଗୁଣିଆକୁ ପୋଲିସ ଗିରଫ କରିଛି । ଏପରି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିକଟ ଗଉଡକେଲା ଗାଁରେ । ଗାଁରେ ଜଣେ ଯୁବତୀ ଓ ଯୁବକଙ୍କ ଦେହ ଭଲ ରହୁ ନ ଥିଲା । ସେମାନଙ୍କ ପରିବାର ଲୋକେ ସେମାନଙ୍କୁ କେହି ଗୁଣି କରିଥିବା ଭାବି ବୌଦ୍ଧ ଜିଲା ରକ୍ତସା ଗାଁର ଜଣେ ଗୁଣିଆକୁ ଯୋଗାଯୋଗ କରିଥିଲେ । ଗୁଣିଆ ଆସି ଅସୁସ୍ଥମାନଙ୍କୁ ଦେଖି ସେମାନଙ୍କୁ ଭୁତ ଲାଗିଥିବା କହିଥିଲେ । ଭୁତ ଛଡାଇ ଦେବାକୁ ସେ ୧୦ ହଜାର ଟଙ୍କା ଦାବି କରିଥିଲେ । ପ୍ରଥମ ପର୍ଯ୍ୟାୟରେ ୪ ହଜାର ଟଙ୍କା ଦିଆଯାଇଥିଲା । ଗୁଣିଆ ଝଡାଫୁଙ୍କା କରିଥିଲେ ମଧ୍ୟ କିଛି ଲାଭ ହୋଇ ନ ଥିଲା । ପରବର୍ତ୍ତି ସମୟରେ ଗୁଣିଆ ଜଣଙ୍କ ଅଧିକ ଟଙ୍କା ନ ଦେଲେ ରୋଗୀଙ୍କୁ ମାରି ଦେବାକୁ ଧମକ ଦେଥିଲେ । ଏଥିରେ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ତାକୁ କାବୁ କରି ବୁଧବାର ସନ୍ଧ୍ୟାରେ ପୋଲିସ ଜିମା ଦେଇଥିଲେ । ଗ୍ରାମବାସୀ ଓ ରୋଗୀଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ, ଅଭିଯୁକ୍ତ ଦୁଇଜଣଙ୍କୁ ଗୁଣି କରିଛି । ଏବେ ଝାଡିବା ବାହାନାରେ ଟଙ୍କା ମାଗୁଛି । ସେପଟେ ଗିରଫ ଅଭଯୁକ୍ତ ଟଙ୍କା ନେଇଥିବା କଥାକୁ ସ୍ୱୀକାର କରିଛି। ପୋଲିସ ଗୁଣିଆ ବୋଲାଉଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ବାଇକ ଓ ଗୁଣି ସାମଗ୍ରୀ ଜବତ କରିଛି । ଏ ନେଇ ପୋଲିସ ଠକେଇ ଓ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଜେଲକୁ ପଠାଇ ଦେଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos