ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକ୍ଡାଉନ୍ କଟକଣାରୁ ବାଦ୍ ପଡ଼ିଛି ସମୁଦ୍ରରେ ମାଛ ଧରିବା। ତା’ସହିତ ମତ୍ସ୍ୟ ପାଳନ ଉଦ୍ୟୋଗକୁ ମଧ୍ୟ ଏଥିରୁ ବାଦ୍ ଦିଆଯାଇଛି। ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସଂଶୋଧିତ ଗାଇଡ୍ଲାଇନ୍ ଜାରି କରାଯାଇଛି। ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଫାଲକନ୍ ମେରାଇନ୍ ମୁଖ୍ୟ ତାରା ପଟ୍ଟନାୟକ।
ସେ କହିଛନ୍ତି, “ମତ୍ସ୍ୟ ଚାଷୀଙ୍କ ପ୍ରତି ସରକାର ଧ୍ୟାନ ଦିଅନ୍ତୁ। ଏବେ ପ୍ରୋସେସିଂ ଫ୍ୟାକ୍ଟ୍ରିକୁ ଶ୍ରମିକ ଆସୁନାହାନ୍ତି। ଯେଉଁଥିପାଇଁ ଫ୍ୟାକ୍ଟ୍ରି ଚାଲିବା ମୁସ୍କିଲ ହୋଇପଡ଼ିଛି। ଚିଙ୍ଗୁଡ଼ି ଚାଷ କରୁଥିବା ଚାଷୀଙ୍କ ମାଲ୍ ମେ ମାସ ସୁଦ୍ଧା ବାହାରିବ। ସେତେବେଳକୁ ତାଙ୍କ ପାଖରେ ବରଫ ଓ ଅନ୍ୟାନ୍ୟ ଜିନିଷ ପହଞ୍ଚିବା ଦରକାର। ପ୍ରଶାସନ ଓ ମତ୍ସ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ନଦେଲେ ମତ୍ସ୍ୟଚାଷୀ କ୍ଷତିଗ୍ରସ୍ତ ହେବେ। ଜିଲ୍ଲା ପ୍ରଶାସନ ଦୃଷ୍ଟି ନଦେଲେ ହଜାର ହଜାର ଚାଷୀ କ୍ଷତିଗ୍ରସ୍ତ ହେବେ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ବାୟୁ ପ୍ରଦୂଷଣ କରିପାରେ ଏହି ସବୁ ଜଟିଳ ରୋଗ
ପ୍ରଦୂଷିତ ବାୟୁ ଅଞ୍ଚଳରେ ରହିବା ଦ୍ୱାରା କେଉଁ କେଉଁ ସ୍ୱାସ୍ଥ୍ୟ ସମସ୍ୟା ହୁଏ, ଜାଣନ୍ତୁ...
Health
କେଉଁମାନେ ଚିଆ ସିଡ୍ସ ଖାଇବା ଅନୁଚିତ୍, ଜାଣନ୍ତୁ
ଶରୀରରେ କିଛି ସମସ୍ୟା ଥିଲେ ଚିଆ ସିଡ୍ସ ସେବନ ହାନିକାରକ ହୋଇପାରେ।
Health
ମଧୁମେହ ହେଲେ ଦେଖାଯାଏ ଏହି ସବୁ ପ୍ରାରମ୍ଭିକ ଲକ୍ଷଣ
ମଧୁମେହ ହେଲେ ଶରୀରରେ ପ୍ରଥମେ କେଉଁ ସବୁ ଲକ୍ଷଣ ଦେଖାଯାଏ, ଜାଣନ୍ତୁ...
Health
ଭାରତୀୟମାନେ ଦିନକୁ କେତେଥର ଖାଇବା ଉଚିତ?
ଆମ ଭାରତୀୟମାନଙ୍କ ପାଇଁ ଖାଇବା ହେଉଛି ଉପଭୋଗ କରିବାର ଏକ ସାମଗ୍ରୀ। ଯେତେବେଳେ ମନ ହୁଏ, ଆମେ ଖାଇନେଉ। ହେଲେ ଖାଦ୍ୟ ନିୟନ୍ତ୍ରଣ କରିବା ଆମ ପାଇଁ ଅତ୍ୟନ୍ତ କଷ୍ଟକର।
Health
ଅଧିକ ଲୁଣ ଖାଉଛନ୍ତି କି? ହୋଇପାରେ ପେଟ କ୍ୟାନ୍ସର୍
WHO ଅନୁଯାୟୀ, ଜଣେ ବୟସ୍କ ବ୍ୟକ୍ତି ପ୍ରତିଦିନ ୫ ଗ୍ରାମରୁ ଅଧିକ ଲୁଣ ଖାଇବା ଉଚିତ୍ ନୁହେଁ, ଏଥିରେ ୨ ଗ୍ରାମ ସୋଡିୟମ୍ ଏବଂ ୩.୫ ଗ୍ରାମ ପୋଟାସିୟମର ମିଶ୍ରଣ ରହିବା ଉଚିତ୍।