ବିଜୁ ଛାତ୍ର ଜନତା ଦଳର ବିଚିତ୍ର ଅହଙ୍କାର : ଛେଳିକୁ ବାଘ କହିଲେ ଭୁଲ ନୁହେଁ !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) ଓଡ଼ିଆରେ ଏକ ଢଗ ଅଛି “ମତେ ଯେତେ ମାଠିବୁ ମାଠ, ମୁଁ ସେହି ଦରପୋଡ଼ା କାଠ।” ହେଲେ ଏଠି ଆମେ ଯାହାଙ୍କ କଥା କହୁଛୁ ଆପଣ ସେମିତି ଭାବି ପାରିବେନି। ବରଂ କହିପାରନ୍ତି ସଂଖ୍ୟା ବଳ ଅଛି ମାନେ ଆମେ ଯାହା କହିବୁ ସେୟା। ବାଘକୁ ଛେଳି ଏବଂ ଛେଳିକୁ ବାଘ କହି ପାରିବୁ। କିଏ ଆମର ଭୁଲ ଦର୍ଶାଇଲେ ମାନିବୁ ନାହିଁ। ତ୍ରୁଟି ସଂଶୋଧନର ବି ପ୍ରଶ୍ନ ଉଠୁ ନାହିଁ। ବୋଧ […]

ppp

Tapas Behera
  • Published: Saturday, 06 November 2021
  • , Updated: 06 November 2021, 05:59 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) ଓଡ଼ିଆରେ ଏକ ଢଗ ଅଛି “ମତେ ଯେତେ ମାଠିବୁ ମାଠ, ମୁଁ ସେହି ଦରପୋଡ଼ା କାଠ।” ହେଲେ ଏଠି ଆମେ ଯାହାଙ୍କ କଥା କହୁଛୁ ଆପଣ ସେମିତି ଭାବି ପାରିବେନି। ବରଂ କହିପାରନ୍ତି ସଂଖ୍ୟା ବଳ ଅଛି ମାନେ ଆମେ ଯାହା କହିବୁ ସେୟା। ବାଘକୁ ଛେଳି ଏବଂ ଛେଳିକୁ ବାଘ କହି ପାରିବୁ। କିଏ ଆମର ଭୁଲ ଦର୍ଶାଇଲେ ମାନିବୁ ନାହିଁ। ତ୍ରୁଟି ସଂଶୋଧନର ବି ପ୍ରଶ୍ନ ଉଠୁ ନାହିଁ। ବୋଧ ହୁଏ ଏମିତି ଏକ ମାନିସିକତାରେ ବିଜୁ ଛାତ୍ର ଜନତା ଦଳ (ବିସିଜେଡି) ବଶବର୍ତ୍ତୀ ହୋଇଛି। ଏକଥାର ପ୍ରମାଣ ହେଉଛି ବିସିଜେଡି ପକ୍ଷରୁ କରାଯାଇଥିବା ଏକ ଟ୍ୱିଟକୁ ନ ସୁଧାରିବାର ଜିଦରେ ଅଟଳ ରହିବା। ଲୋକେ ଭୁଲ କଥାଟିକୁ ଧରି କେତେ କଟାକ୍ଷ କେତେ ସମାଲୋଚନା କଲେଣି। ହେଲେ ସୁଧାରିବାର ପ୍ରଶ୍ନ ଉଠୁନି। ବରଂ କିଛି ଫରକ ବି ପଡ଼ୁନି।

ସମ୍ପୂର୍ଣ୍ଣ କଥାଟି ଏମିତି। ଗତ ଅକ୍ଟୋବର ୩୧ ତାରିଖରେ ଭାରତର ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଦିନ ଥିଲା। ଏହି ଦିବସଟିକୁ ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳନ କରାଯାଏ। ସମସ୍ତେ ଜାଣନ୍ତି ଭାରତର ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଭାରତର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ଥିଲେ। ଗଡ଼ଜାତ ଅଞ୍ଚଳ ଓ ସ୍ୱାଧୀନ ରାଜ୍ୟଗୁଡ଼ିକୁ ମିଶାଇ ଅଖଣ୍ଡ ଭାରତ ଗଠନରେ ତାଙ୍କର ଅବଦାନ ଅତୁଳନୀୟ। ତାଙ୍କ ଜୟନ୍ତୀ ଉତ୍ସବରେ ସର୍ଦ୍ଦାରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ ବିସିଜେଡି ପକ୍ଷରୁ ଏକ ଟ୍ୱିଟ୍‌ କରାଯାଇଥିଲା। ସେଥିରେ ଲେଖାଯାଇଛି “ଭାରତର ପ୍ରଥମ ଉପ ରାଷ୍ଟ୍ରପତି ,ଭାରତ ରତ୍ନ ପ୍ରାପ୍ତ,ଲୌହମାନବ ଉପାଧିରେ ସମ୍ମାନିତ ରାଷ୍ଟ୍ର ଏକତାର କର୍ଣ୍ଣଧାର, ନବ ଭାରତର ନିର୍ମାତା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ଅବସରରେ କୋଟି କୋଟି ପ୍ରଣାମ”।

https://twitter.com/odishabcjd/status/1454676132679151620?s=20

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଭାରତର ପ୍ରଥମ ଉପରାଷ୍ଟ୍ରପତି ହେବାର ତଥ୍ୟ ଭାରତ ସରକାରଙ୍କ ପାଖରେ ବି ନଥିବ। ହେଲେ ଏହି ତଥ୍ୟଟି ବିଜୁ ଛାତ୍ର ଜନତା ଦଳ କେଉଁଠୁ ଆଣିଲା ତାହା ସମସ୍ତଙ୍କୁ ବିବ୍ରତ କରିଥିଲା।

ଏହା ଲୋକେ ଟ୍ୱିଟ୍‌-ରିଟ୍ୱିଟ୍‌ କରି ଟ୍ରୋଲ କଲେ। ସଂଶୋଧନ କଲେ। କଟାକ୍ଷ ପରେ କଟାକ୍ଷ କଲେଣି। ହେଲେ ଆଜିକୁ ୭ ଦିନ ବିତିଗଲାଣି ବିସିଜେଡିର ଫରକ ପଡ଼ୁନି। ତ୍ରୁଟି ସଂଶୋନ ତ ବଡ଼ କଥା। ଏଯାଏଁ ପୋଷ୍ଟଟିକୁ ଡିଲିଟ୍‌ ବି କରିନାହାନ୍ତି। ଏହା ହିଁ ଲାଗୁଛି ବୋଧ ହୁଏ ସେମାନେ ଯାହା କହିଛନ୍ତି ଠିକ୍‌। ତାଙ୍କର ଏହି ଆଚରଣରୁ ଲାଗୁଛି ସେମାନେ ହିଁ ବ୍ରହ୍ମଜ୍ଞାନୀ। ନୂଆ ଇତିହାସ ବି ଲେଖି ପାରନ୍ତି। କଥା ତ’ ଅଛି ବ୍ରହ୍ମା ବିଳି ବିଳି ହେଲେ ବେଦ।

Related story