ମେ’ ୧୫ରୁ ମନ୍ତ୍ରୀମାନଙ୍କ ଟେଷ୍ଟ ନେବେ ମୁଖ୍ୟମନ୍ତ୍ରୀ, ଚିଠି ଲେଖି ଜଣାଇଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ବ୍ୟାପିବା ଆଶଙ୍କା ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିଜର ସମସ୍ତ ମନ୍ତ୍ରୀମାନଙ୍କୁ ଚିଠି ଲେଖି ସେମାନଙ୍କର ବିଭାଗୀୟ କାର୍ଯ୍ୟର ସମୀକ୍ଷା କରିବେ ବୋଲି କହିଛନ୍ତି। ମେ’ ୨୯ତାରିଖରେ ନବୀନ ପଟ୍ଟନାୟକ ସରକାର ପଂଚମ ପାଳିର ଦ୍ୱିତୀୟ ବର୍ଷ ପୂର୍ତ୍ତି ହେଉଥିବାରୁ ତା’ପୂର୍ବରୁ ମେ’ ୧୫ରୁ ୨୫ତାରିଖ ପର୍ଯ୍ୟନ୍ତ ମନ୍ତ୍ରୀମାନଙ୍କ ଦକ୍ଷତା ଓ ପ୍ରଦର୍ଶନକୁ ମୁଖ୍ୟମନ୍ତ୍ରୀ ଆକଳନ କରିବେ ବୋଲି ଜଣାପଡ଼ିଛି। ତେବେ ପଂଚମ ପାଳି ସରକାର ଗଠନ […]

CM Naveen Patnaik

CM Naveen Patnaik

Ordigital Desk
  • Published: Saturday, 10 April 2021
  • Updated: 10 April 2021, 08:41 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ବ୍ୟାପିବା ଆଶଙ୍କା ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିଜର ସମସ୍ତ ମନ୍ତ୍ରୀମାନଙ୍କୁ ଚିଠି ଲେଖି ସେମାନଙ୍କର ବିଭାଗୀୟ କାର୍ଯ୍ୟର ସମୀକ୍ଷା କରିବେ ବୋଲି କହିଛନ୍ତି। ମେ’ ୨୯ତାରିଖରେ ନବୀନ ପଟ୍ଟନାୟକ ସରକାର ପଂଚମ ପାଳିର ଦ୍ୱିତୀୟ ବର୍ଷ ପୂର୍ତ୍ତି ହେଉଥିବାରୁ ତା’ପୂର୍ବରୁ ମେ’ ୧୫ରୁ ୨୫ତାରିଖ ପର୍ଯ୍ୟନ୍ତ ମନ୍ତ୍ରୀମାନଙ୍କ ଦକ୍ଷତା ଓ ପ୍ରଦର୍ଶନକୁ ମୁଖ୍ୟମନ୍ତ୍ରୀ ଆକଳନ କରିବେ ବୋଲି ଜଣାପଡ଼ିଛି। ତେବେ ପଂଚମ ପାଳି ସରକାର ଗଠନ ପରେ ମନ୍ତ୍ରୀମାନଙ୍କୁ ବିଭାଗର ମାସିକିଆ ଆକ୍ସନ୍ ପ୍ଲାନ ପ୍ରସ୍ତୁତ କରି ଜଣାଇବା ଓ ବ୍ୟାପକ ଜିଲ୍ଲା ଗସ୍ତରେ ଯାଇ ଲୋକଙ୍କ ସୁଖଦୁଃଖରେ ଭାଗିଦାରୀ ହେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ମନ୍ତ୍ରୀମାନେ ଏହାକୁ ଗୁରୁତ୍ୱ ଦେଇନଥିଲେ।

ମନ୍ତ୍ରିପରିଷଦର ସମସ୍ତ ମନ୍ତ୍ରୀମାନଙ୍କୁ ଆଜି ବ୍ୟକ୍ତିଗତ ଭାବେ ଚିଠି ଲେଖି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଲୋକମାନଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ ଦିଗରେ ସରକାରଙ୍କ ବିଭିନ୍ନ ବିଭାଗ କେତେ ସଫଳ ହୋଇଛନ୍ତି ତା’ର ସମୀକ୍ଷା କରାଯିବ। ସଚିବମାନଙ୍କ ଉପସ୍ଥିତିରେ ମନ୍ତ୍ରୀମାନେ ସେମାନଙ୍କ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ପାଂଚଟି ପ୍ରମୁଖ କାର୍ଯ୍ୟକ୍ରମର ସଫଳତା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବେ। ଏହାସହିତ ‘ଫାଇଭ-ଟି’ ଓ ‘ମୋ ସରକାର’ କାର୍ଯ୍ୟକ୍ରମ ସେମାନଙ୍କ ବିଭାଗରେ କିଭଳି କାର୍ଯ୍ୟକାରୀ କରାଯାଉଛି ଓ ଏହା ସେମାନଙ୍କ ବିଭାଗର କାର୍ଯ୍ୟାଧାରାରେ କିଭଳି ଉନ୍ନତି ଆଣିଛି ଓ ବିଭାଗଗୁଡ଼ିକୁ କେତେ ଲୋକାଭିମୁଖୀ କରିପାରିଛି ସେ ସମ୍ପର୍କରେ ମଧ୍ୟ ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବେ।
ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଗଣତନ୍ତ୍ରରେ ଜନତା ହେଉଛନ୍ତି ମାଲିକ । ଗଣତନ୍ତ୍ରରେ ଉତ୍ତରଦାୟିତ୍ୱ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ରାଜ୍ୟର ସାଢ଼େ ୪କୋଟି ଲୋକ ଯେଉଁ ଦାୟିତ୍ୱ ଦେଇଛନ୍ତି ଓ ଯାହା ପ୍ରତିଶ୍ରୁତି ଦିଆଯାଇଥିଲା, ତାକୁ ପାଳନ ଦିଗରେ ସରକାର କେତେ ସଫଳ ହୋଇଛନ୍ତି ତା’ର ହିସାବ ଲୋକଙ୍କୁ ଦେବାକୁ ହେବ ଓ ଏହା ଗଣତନ୍ତ୍ରର ମର୍ଯ୍ୟାଦା ବୃଦ୍ଧି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୧୯ ମେ’ ୨୯ତାରିଖରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗଠିତ କ୍ରମାଗତ ପଂଚମ ପାଳିର ସରକାର ତା’ର ପ୍ରଥମ ବୈଠକରେ ବିଜେଡି ନିର୍ବାଚନ ଇସ୍ତାହାରକୁ କାର୍ଯ୍ୟକାରୀ କରିବା ନିମନ୍ତେ ମନ୍ତ୍ରିପରିଷଦ ବୈଠକରେ ନୀତିଗତ ନିଷ୍ପତ୍ତି ନେଇଥିଲେ । ଆଗାମୀ ମେ’ ୨୯ତାରିଖରେ ମନ୍ତ୍ରିପରିଷଦର ସ୍ୱତନ୍ତ୍ର ବୈଠକରେ ବିଭିନ୍ନ ବିଭାଗର ସଫଳତା ଉପସ୍ଥାପନ କରାଯାଇ ଲୋକଙ୍କୁ ଅବଗତ କରାଯିବ। ୨୦୧୪ ନିର୍ବାଚନ ପରେ ମଧ୍ୟ ବିଜେଡିର ଇସ୍ତାହାରକୁ କାର୍ଯ୍ୟକାରୀ କରିବା ପାଇଁ ମନ୍ତ୍ରିପରିଷଦ ବୈଠକରେ ନୀତିଗତ ନିଷ୍ପତ୍ତି ନିଆଯାଇଥିଲା।
୨୦୨୦ ମେ’ ୨୯ରେ ପଂଚମ ପାଳି ସରକାରର ପ୍ରଥମ ବର୍ଷ ପୂର୍ତ୍ତି ହୋଇଥିଲେ ମଧ୍ୟ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମନ୍ତ୍ରୀମାନଙ୍କ ବିଭାଗୀୟ କାର୍ଯ୍ୟର ସମୀକ୍ଷା ହୋଇନଥିଲା । ତେବେ ୨୦୧୭ ମସିହା ପଂଚାୟତ ନିର୍ବାଚନ ପରେ ଓ ୨୦୧୮, ୨୦୧୯ ମସିହାରେ ମୁଖ୍ୟମନ୍ତ୍ରୀ ନିଜ ମନ୍ତ୍ରୀମାନଙ୍କ ବିଭାଗର କାର୍ଯ୍ୟ ଓ ପ୍ରଦର୍ଶନର  ସମୀକ୍ଷା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story