ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକଡାଉନ୍ ଉଠିବା ପରେ CBSEର ବାକି ଥିବା ପରୀକ୍ଷା ନେଇ ତାରିଖ ଧ୍ୟାର୍ଯ୍ୟ ହେବ। ଏହାର ୧୦ ଦିନ ପୂର୍ବରୁ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯିବ। ଏନେଇ ସୂଚନା ଦେଇଛନ୍ତି ସିବିଏସ୍ଇ ଆଞ୍ଚଳିକ ମୁଖ୍ୟ ଟି. ମାଟେ। କେଉଁ ତାରିଖରେ କେଉଁ ବିଷୟର ପରୀକ୍ଷା ହେବ ସେ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ପରେ ସୂଚନା ଦିଆଯିବ।
ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ନିଜକୁ ପ୍ରସ୍ତୁତ ରଖିବାକୁ ସିବିଏସଇ ପରାମର୍ଶ ଦେଇଛି। ପରୀକ୍ଷା ବେଳେ ସାମାଜିକ ଦୂରତ୍ୱ ପ୍ରତି ବିଶେଷ ଧ୍ୟାନ ଦିଆଯିବ ବୋଲି ସିବିଏସଇ ଆଞ୍ଚଳିକ ମୁଖ୍ୟ କହିଛନ୍ତି। ମାର୍ଚ୍ଚ ୨୦ରେ ଦଶମ ଓ ମାର୍ଚ୍ଚ ୩୦ରେ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସରିଥାନ୍ତା। ତେବେ କରୋନା ପାଇଁ ଦିଆଯାଇଥିବା ଲକ୍ଡାଉନ୍ ଯୋଗୁ ଏହି ସବୁ ପରୀକ୍ଷା ଏବେ ସ୍ଥଗିତ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଅଭିଯୁକ୍ତଙ୍କ ମୁହଁରେ କଳା ବୋଳିଲେ, ଜୋତା ମାଳ ପକାଇଲେ ନାବାଳିକା
ଗାଁ ଦାଣ୍ଡରେ ଅଭିଯୁକ୍ତ କୁହାଯାଉଥିବା ପ୍ରଶାନ୍ତଙ୍କ ମୁହଁରେ ପୀଡିତା ନାବାଳିକା କାଳା ବୋଳିଥିଲେ। ପରେ ତାଙ୍କ ବେକରେ ଜୋତା ମାଳ ପକାଇ ଥିଲେ। ତା’ପରେ ପ୍ରଶାନ୍ତଙ୍କ ବେକରେ ନାଗରା ଓ ଅଣ୍ଟାରେ ଦୌଡ଼ି ବାନ୍ଧି ଦେଲେ ଗାଁ ଲୋକ। ପରେ ପୂରା ଗାଁ ବୁଲାଇଲେ।
Crime
କନିଷ୍ଠ ଖଣି ଅଧିକାରୀଙ୍କ ପୁଳା ପୁଳା ସମ୍ପତ୍ତି, ଏକାଧିକ ଘର ସହିତ ଠାବ ହୋଇଛି ୧୪ଟି ପ୍ଲଟ୍ ଓ ଫାର୍ମ ହାଉସ୍
ଭୁବନେଶ୍ୱର, କେନ୍ଦୁଝର, ଭବାନୀପାଟଣା ଓ ଯାଜପୁର ସ୍ଥିତ ୭ଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।
Crime
ରାଜଧାନୀରେ ୪୦ ହଜାର ଟଙ୍କାରେ ବିକ୍ରି ହେଲା ୪ ବର୍ଷର ଝିଅ; ମଧ୍ୟସ୍ଥି ମାଲାମାଲ୍!
ସଉତୁଣୀ ଝିଅକୁ ଆଡ ଆଖିରେ ଦେଖୁନଥିଲେ ଗୁଡ଼ିଆ। ଯେଉଁଥିପାଇଁ ଅନେକ ସମୟରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା। ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ନିଜର ୪ ବର୍ଷର ଝିଅକୁ ଅନାଥାଶ୍ରମରେ ରଖିବାକୁ ନିଷ୍ପତ୍ତି ନେଇଥିଲେ ଶୁବୋଧ।
Crime
ଲିଙ୍ଗରାଜ ମନ୍ଦିର ଭିତରେ ସିଗାରେଟ୍ ଟାଣିଲେ ଯୁବକ; ଫଟୋ ଭାଇରାଲ
ଦେବୀ ୧୦୫ ନାମକ ଏକ ଇନଷ୍ଟା ଆଇଡିରେ ଏହି ଷ୍ଟାଟସ୍ ଦିଆଯାଇଥିଲା।