ଓଃ କି ଦାରୁଣ ! ଶ୍ୱଶୁରଙ୍କ ପରେ ବୋହୂ ଚାଲିଗଲେ

ଅନୁଗୋଳ(ଓଡ଼ିଶା ରିପୋର୍ଟର) କରୋନା ମହାମାରୀର କରାଳ ରୂପ ଯୋଗୁଁ ଏବେ ଗୋଟିଏ ପରେ ଗୋଟିଏ ପରିବାର ଉଜୁଡି ଯାଉଥିବା ଦେଖିବାକୁ ମିଳୁଛି। ଏପରି ଏକ ହୃଦୟ ବିଦାରକ ଘଟଣା ଅନୁଗୋଳ ଜିଲ୍ଲା ବନ୍ତଳା ଅଞ୍ଚଳରେ ଘଟିଛି। କରୋନା ଯୋଗୁଁ ଶ୍ୱଶୁରଙ୍କ କିଛିଦିନ ପୂର୍ବରୁ ମୃତ୍ୟୁ ହୋଇଥିବା ବେଳେ ଗତକାଲି ମହାମାରୀ ନେଇଛି ବୋହୂର ଜୀବନ । ସୂଚନା ଅନୁଯାୟୀ ଅନୁଗୋଳ ବ୍ଲକ ଜରାଓରପୁର ଗ୍ରାମର କୁତାର୍ଥ ଅମାନ୍ତଙ୍କ ଗତ ମାସ ୩୦ତାରିଖରେ କରୋନାରେ ମୃତ୍ୟୁ ହୋଇଥିଲା । […]

ll

Tapas Behera
  • Published: Tuesday, 04 May 2021
  • , Updated: 04 May 2021, 05:36 PM IST

ଅନୁଗୋଳ(ଓଡ଼ିଶା ରିପୋର୍ଟର) କରୋନା ମହାମାରୀର କରାଳ ରୂପ ଯୋଗୁଁ ଏବେ ଗୋଟିଏ ପରେ ଗୋଟିଏ ପରିବାର ଉଜୁଡି ଯାଉଥିବା ଦେଖିବାକୁ ମିଳୁଛି। ଏପରି ଏକ ହୃଦୟ ବିଦାରକ ଘଟଣା ଅନୁଗୋଳ ଜିଲ୍ଲା ବନ୍ତଳା ଅଞ୍ଚଳରେ ଘଟିଛି। କରୋନା ଯୋଗୁଁ ଶ୍ୱଶୁରଙ୍କ କିଛିଦିନ ପୂର୍ବରୁ ମୃତ୍ୟୁ ହୋଇଥିବା ବେଳେ ଗତକାଲି ମହାମାରୀ ନେଇଛି ବୋହୂର ଜୀବନ । ସୂଚନା ଅନୁଯାୟୀ ଅନୁଗୋଳ ବ୍ଲକ ଜରାଓରପୁର ଗ୍ରାମର କୁତାର୍ଥ ଅମାନ୍ତଙ୍କ ଗତ ମାସ ୩୦ତାରିଖରେ କରୋନାରେ ମୃତ୍ୟୁ ହୋଇଥିଲା । ତାଙ୍କ ଘରେ ସେ ସଙ୍ଗରୋଧରେ ଥିବାବେଳେ ସେହି ପରିବାରରୁ ଅନ୍ୟ ୩ଜଣ ସଦସ୍ୟ ମଧ୍ୟ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଥିଲା ।

ଯାହା ଜଣାପଡିଛି ବଡ଼ ବୋହୂ ସସ୍ମିତା ଅମାନ୍ତଙ୍କୁ ଚିକିତ୍ସା ପାଇଁ କଟକସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ସସ୍ମିତା ଚିକିତ୍ସାଧୀନ ଅବସ୍ଥାରେ ଥିବାବେଳେ ଗତକାଲି ଅପରାହ୍ନ ପ୍ରାୟ ସାଢେ଼ ୪ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଶ୍ୱଶୁରଙ୍କ ମୃତ୍ୟୁ ପରେ କରୋନାରେ ବୋହୂ ସସ୍ମିତାଙ୍କ ମୃତ୍ୟୁ ସ୍ଥାନୀୟ ଅଞ୍ଚଳରେ ଶୋକର ବାତାବରଣ ଖେଳିଯାଇଛି ।

ସେହି ଅନୁଗୋଳ ଜିଲ୍ଲାରେ ଆଜି ଏକ ଛାତି ଥରାଇ ଦେଲା ପରି ଘଟଣା ଘଟିଛି ଜଣେ କରୋନା ଆକ୍ରାନ୍ତଙ୍କୁ ପରିବାର ଲୋକେ ନାନା କଥା କରିଥିବାରୁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛିସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଛେଣ୍ଡିପଦା ସାପୋଇନାଳି ଗାଁର ଜଗବନ୍ଧୁ ବାଘ(୭୦) କରୋନାରେ ଆକ୍ରାନ୍ତ ହୋଇଥିଲେ ଏହାକୁ ନେଇ ତାଙ୍କ ପରିବାର ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା ପରିବାର ଲୋକେ ଜଗବନ୍ଧୁଙ୍କୁ ନାନା କଥା କହିଥିଲେ ଯାହାକୁ ନେଇ ସେ ମାନସିକ ଚାପରେ ଥିଲେ ଯେଉଁଥିପାଇଁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ଘରଠାରୁ ପ୍ରାୟ କିଲୋମିଟର ଦୂର ଏକ ଗଛରେ ରଶି ଲଗାଇ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି

 

Related story