୧୦ ଡାକ୍ତରଙ୍କୁ ସ୍ୱେଚ୍ଛାକୃତ ଅବସର ପାଇଁ ଅନୁମତି ଦେଲେନି ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସଂକ୍ରମଣ ଆଶଙ୍କା ମଧ୍ୟରେ ରାଜ୍ୟର ୧୦ଜଣ ଡାକ୍ତର ସ୍ୱେଚ୍ଛାକୃତ ଅବସର ପାଇଁ କରିଥିବା ଆବେଦନକୁ ରାଜ୍ୟ ସରକାର ଖାରଜ କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ଆବେଦନକାରୀ ଡାକ୍ତରମାନଙ୍କୁ ବିଧିବଦ୍ଧ ଭାବେ ଅବଗତ କରାଯାଇଛି। ରାଜ୍ୟରେ ଡାକ୍ତର ଅଭାବ ଥିବା ଦର୍ଶାଇ ସରକାର ଏହି ଡାକ୍ତରମାନଙ୍କର ଦ୍ୱାରା ସ୍ୱେଚ୍ଛାକୃତ ଅବସର ହୋଇଥିବା ଆବେଦନକୁ ଖାରଜ କରିଛନ୍ତି। ଯେଉଁ ଡାକ୍ତରମାନେ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ […]

doctor

doctor

Ordigital Desk
  • Published: Monday, 12 April 2021
  • Updated: 12 April 2021, 09:12 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସଂକ୍ରମଣ ଆଶଙ୍କା ମଧ୍ୟରେ ରାଜ୍ୟର ୧୦ଜଣ ଡାକ୍ତର ସ୍ୱେଚ୍ଛାକୃତ ଅବସର ପାଇଁ କରିଥିବା ଆବେଦନକୁ ରାଜ୍ୟ ସରକାର ଖାରଜ କରିଛନ୍ତି।
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ଆବେଦନକାରୀ ଡାକ୍ତରମାନଙ୍କୁ ବିଧିବଦ୍ଧ ଭାବେ ଅବଗତ କରାଯାଇଛି। ରାଜ୍ୟରେ ଡାକ୍ତର ଅଭାବ ଥିବା ଦର୍ଶାଇ ସରକାର ଏହି ଡାକ୍ତରମାନଙ୍କର ଦ୍ୱାରା ସ୍ୱେଚ୍ଛାକୃତ ଅବସର ହୋଇଥିବା ଆବେଦନକୁ ଖାରଜ କରିଛନ୍ତି।

ଯେଉଁ ଡାକ୍ତରମାନେ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ ସେମାନେ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସିନିୟର ମେଡିକାଲ ଅଫିସର ଡାକ୍ତର ମନୋଜ କୁମାର ଅଗ୍ରୱାଲ, ବାରିପଦା ମେଡିକାଲ କଲେଜ ଓ ହସ୍ପିଟାଲର ମେଡିକାଲ ବିଭାଗର ଡାକ୍ତର ପ୍ରଦୀପ କୁମାର ରଥ, ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ସୁକାନ୍ତ ପାଣିଗ୍ରାହୀ, କଳାହାଣ୍ଡିର ଧର୍ମଗଡ଼ ସବଡିଭିଜିନାଲ ମେଡିକାଲର ଡାକ୍ତର ଅଶୋକ କୁମାର ପୁରୋହିତ, ପୁରୀ ଜିଲ୍ଲା ମୁଖ୍ୟ ହସ୍ପିଟାଲର ଜିଡିଏମଓ ଡାକ୍ତର କୁଳମଣୀ ବରାଳ, ନୟାଗଡ଼ ଜିଲ୍ଲା ଚାନ୍ଦପୁରସ୍ଥିତ ବିଏମ ଜେନେରାଲ ହସ୍ପିଟାଲର ଡାକ୍ତର ପ୍ରଭାତ କୁମାର ସାହୁ, ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ସୁଚିତ୍ରା ସାହୁ, ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଉମାରାଣୀ ଆଚାର୍ଯ୍ୟ, ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ସେବକ ମେହେର ଓ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର ଜଗନ୍ନାଥ ପହି ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବା ପାଇଁ ଆବେଦନ କରିଥିଲେ ।

ତେବେ ସରକାର ସେମାନଙ୍କୁ ଆବେଦନକୁ ଖାରଜ କରିବା ସହ ପୂର୍ବଭଳି ସେବା ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି। ସୂଚନାଯୋଗ୍ୟ, ରାଜ୍ୟରେ ମୋଟ ୮୭୧୯ଟି ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ଥିବାବେଳେ ସେଥିରୁ ୧୬୯୫ଟି ଏଲୋପ୍ୟାଥିକ ଡାକ୍ତର ପଦବୀ ଖାଲି ପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos