ଟ୍ରଲିରେ ବୋହିଲେ, କିନ୍ତୁ ପତ୍ନୀଙ୍କୁ ବଞ୍ଚାଇ ପାରିଲେନି

କଟକ(ଓଡ଼ିଶା ରିପୋର୍ଟର): ପତ୍ନୀଙ୍କ ଯନ୍ତ୍ରଣା ସହିପାରିଲେନି। ତେଣୁ ତାଙ୍କ ଭଲ କରିବା ପାଇଁ ଟ୍ରଲିରେ ବସାଇ ୯୦ କିମି ଦୂର ଅତିକ୍ରମ କରି ପୁରୀରୁ କଟକ ବଡ଼ ମେଡିକାଲ୍‌ ଆଣିଥିଲେ କବିର ଭୋଇ। ଆଉ ଭାବିଥିଲେ ବଡ଼ ମେଡିକାଲ୍‌ରେ ବଡ଼ ଡାକ୍ତରଙ୍କ ସେବା ପାଇ ପତ୍ନୀ ଭଲ ହୋଇଯିବେ। ହେଲେ ତାହା ହେଲା ନାହିଁ। ଜୀବନର ଅଧା ବାଟରେ ସ୍ୱାମୀଙ୍କୁ ଏକା କରି ଆର ପାରିକୁ ଚାଲିଗଲେ ସୁକାନ୍ତି। ଚିକିତ୍ସାଧୀନ ଅବସ୍ଥାରେ ବଡ଼ ମେଡିକାଲ୍‌ର ବେଡ୍‌ରେ ଆଖି […]

scb

scb

Ranjit Kumar Jena
  • Published: Sunday, 11 October 2020
  • Updated: 11 October 2020, 04:14 PM IST

କଟକ(ଓଡ଼ିଶା ରିପୋର୍ଟର): ପତ୍ନୀଙ୍କ ଯନ୍ତ୍ରଣା ସହିପାରିଲେନି। ତେଣୁ ତାଙ୍କ ଭଲ କରିବା ପାଇଁ ଟ୍ରଲିରେ ବସାଇ ୯୦ କିମି ଦୂର ଅତିକ୍ରମ କରି ପୁରୀରୁ କଟକ ବଡ଼ ମେଡିକାଲ୍‌ ଆଣିଥିଲେ କବିର ଭୋଇ। ଆଉ ଭାବିଥିଲେ ବଡ଼ ମେଡିକାଲ୍‌ରେ ବଡ଼ ଡାକ୍ତରଙ୍କ ସେବା ପାଇ ପତ୍ନୀ ଭଲ ହୋଇଯିବେ। ହେଲେ ତାହା ହେଲା ନାହିଁ। ଜୀବନର ଅଧା ବାଟରେ ସ୍ୱାମୀଙ୍କୁ ଏକା କରି ଆର ପାରିକୁ ଚାଲିଗଲେ ସୁକାନ୍ତି। ଚିକିତ୍ସାଧୀନ ଅବସ୍ଥାରେ ବଡ଼ ମେଡିକାଲ୍‌ର ବେଡ୍‌ରେ ଆଖି ବୁଜିଛନ୍ତି ସୁକାନ୍ତି। ଆଜି ଦିନ ୧୨.୨୦ରେ ସେ ଆଖି ବୁଜିଛନ୍ତି। ଏନେଇ ସୂଚନା ଦେଇଛନ୍ତି SCB ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା।

ସେ କହିଛନ୍ତି, ସୁକାନ୍ତି ଗତକାଲି ଆସିବା ପରେ ଆମେ ତୁରନ୍ତ ତାଙ୍କର ଚିକିତ୍ସା କରିଥିଲୁ। ଅଲ୍‌ଟ୍ରାସାଉଣ୍ଡ ମଧ୍ୟ କରିଥିଲୁ। ଡ. ଦଳେଇଙ୍କ ପାଖରେ ଆଡ୍‌ମିସନ ହୋଇଥିଲେ। ୧୮୪ ନମ୍ବର ବେଡ୍‌ରେ ସେ ଥିଲେ। ତାଙ୍କର ମାଲିଗ୍ନାନ୍ସି ସମସ୍ୟା ଥିଲା। ପେଟ ଭିତରେ ହୋଇଥିବା କ୍ୟାନ୍‌ସର ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା କରିଛନ୍ତି।

ପୂରା ଘଟଣା ଏମିତି। ପୁରୀ ଜିଲ୍ଲା ଦାସବିଦ୍ୟାଧରପୁର ଗାଁରେ ବାସ କରନ୍ତି କବିର ଭୋଇ। ପରିବାର କହିଲେ କେବଳ ସ୍ୱାମୀ ଓ ସ୍ତ୍ରୀ ସୁକାନ୍ତି। ଟ୍ରଲି ଟାଣି ଯାହା ଆୟ କରନ୍ତି, ସେତିକିରେ ଓଳିଏ ଖାଇ ଓଳିଏ ଉପାସ ରୁହନ୍ତି। କବିରଙ୍କ କହିବା କଥା, ଆଜିକୁ ପ୍ରାୟ ୧୦ ଦିନ ହେଲା ରୋଗାକ୍ରାନ୍ତ ହୋଇପଡ଼ିଥିଲେ ପତ୍ନୀ ସୁକାନ୍ତି। ତେଣୁ ଚିକିତ୍ସା ପାଇଁ ପୁରୀ ମେଡ଼ିକାଲ୍‌କୁ ନେଇଥିଲେ। ସେଠାରେ କୁଆଡ଼େ ସେ ୫ ଦିନ ରହିଥିଲେ। କିନ୍ତୁ ଭଲ ନହେବାରୁ ମେଡ଼ିକାଲରେ କୁହାଗଲା କଟକ ନେଇଯିବାକୁ। ଏହାପରେ ସେ ପୁରୀରେ ଏକ ଅଟୋବାଲାକୁ ଯୋଗାଡ଼ କରିଥିଲେ। ଭଡ଼ା ୧୨୦୦ ଟଙ୍କା କହିବାରୁ ମନାକରିଦେଲେ କବିର୍। ଶେଷରେ ଦିନକୁ ୫୦ ଟଙ୍କା ଆକାରରେ ସେ ଗୋଟିଏ ଟ୍ରଲିକୁ ଭଡ଼ାରେ ଆଣିଥିଲେ। ସେଥିରେ ଗତକାଲି ସକାଳ ୯ଟାରେ ପତ୍ନୀଙ୍କୁ ଟ୍ରଲିରେ ଧରି ପୁରୀରୁ କଟକ ବାହାରିଲେ। ଦୀର୍ଘ ୯୦ କିଲୋମିଟର ଦୂର ଟ୍ରଲିରେ ଯାତ୍ରା ପରେ ଆଜି ସକାଳେ ପତ୍ନୀଙ୍କ ସହ କଟକରେ ପହଞ୍ଚିଥିଲେ କବିର। ସେଠାରେ କିଛି ସ୍ୱେଚ୍ଛାସେବୀ ଓ କେତେକ ଗଣମାଧ୍ୟମ ଟିମ୍ କବିରଙ୍କ ପତ୍ନୀଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥା ଆଜି ତାଙ୍କର ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos